ଦେଖନ୍ତୁ ଭିଡିଓ: ବାପା ସହ ସୁପର ମାର୍କେଟ ଯାଇଥିଲା ଝିଅ, ଚକଲେଟ ଖାଇବାକୁ ଫ୍ରିଜ ଖୋଲିବାରୁ ଚାଲିଗଲା ଜୀବନ

 
Child

ଚକଲେଟ ଖାଇବା ହେଲା କାଳ। ଚକଲେଟ୍ ଖାଇବାକୁ ଯାଇ କୁନି ଝିଅଟିର ଚାଲିଗଲା ଜୀବନ । ଭଗଵାନ ଏଭଳି ଦୁଃଖ ଆଉ କାହାକୁ ନଦିଅନ୍ତୁ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ନିଜାମାବାଦ ନବିବେକ୍ ମଣ୍ଡପରେ। ସୂଚନା ଅନୁସାରେ ବାପା ନାମ - ରାଜଶେଖର । ଝିଅ ନାମ -ରିଶିତା।

Child girl

ଝିଅ ରିସିତା ଚକୋଲେଟ୍ ଖାଇବା ପାଇଁ ଜିଦି କରିବା ରୁ ବାପା ଝିଅକୁ ନେଇଯାଇଥିଲେ ଦୋକାନ ସେଠାରେ ରିଶୀତା ଚକୋଲେଟ୍ ଭର୍ତି ଥିବା ଫ୍ରୀଜ ପାଖକୁ ଅତି ଆଗ୍ରହର ସହ ଦଉଡ଼ି ଯାଇଥିଲା ହେଲେ କିଏ ଜାଣିଥିଲା କ୍ଷଣିକ ମଧ୍ୟରେ ସବୁକିଛି ଏଭଳି ବଦଳିଯିବ ବୋଲି ।

ସତରେ ମୃତ୍ୟୁ ବୀ କେତେବେଳେ କେଉଁ ରୂପ ନେଇ ଆସେ ତାହା ହୁଏତ ମଣିଷ ପାଖରେ ଆକଳନ କରିବ ଅସମ୍ଭବ । ରିଷିତା ଚକୋଲେଟ୍ ଖାଇବା ପାଇଁ ଫ୍ରିଜ୍ କୁ ହାତ ଲଗାଇବା ମାତ୍ରେ ସେଇଠି ନିଷ୍ପଦ ହୋଇ ଅଟକି ଯାଇଥିଲା। ବାପା ଅନ୍ୟ କିଛି ଜିନିଷ କିଣୁଥିବା ହେତୁ ଝିଅ ପ୍ରତି ତାଙ୍କର ଧ୍ୟାନ ନଥିଲା ।ଏପଟେ କିନ୍ତୁ ଝିଅର ଧୀରେ ଧୀରେ ଜୀବନ ନେଉଥାଏ ବିଦ୍ୟୁତ୍ ଝଟକା ।
ବିଦ୍ୟୁତ୍ ଝଟକା ଖାଇ ପୂର୍ବରୁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ହେଲେ ଏହା ହୁଏତ ସବୁଠୁ ନିଆରା ଚକୋଲେଟ ଖାଇବାକୁ ଆଶା ରଖି ବିଦ୍ୟୁତ୍ ଝଟକା ଖାଇ ସବୁଦିନ ପାଇଁ ଚାଲିଗଲା ସେ ଏ ଦୁନିଆରୁ। ବାପା ଝିଅର ଏପରି ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ମେଡ଼ିକାଲ ନେଇଯାଇଥିଲେ ଯାହା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।