ଦେଖନ୍ତୁ ଭିଡ଼ିଓ: ବ୍ୟୋମକେଶ ତ୍ରିପାଠୀଙ୍କ ବଡ଼ ବୟାନ, କହିଲେ "ସେକ୍ସ ଏକ ବାୟୋଲୋଜିକାଲ୍ ନିଡ୍, ଲୋକଙ୍କ ଆବଶ୍ୟକତା ଏବଂ.."

 
Sex

ଓଡିଶାର ନାମୀଦାମୀ ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କୁ କିଏ ଅବା ନ ଜାଣିଛି। ଖାସ୍ କରି ମିଡିଆ ଆଗରେ ସେ ଦେଉଥିବା ବୟାନ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥାଏ। ଏହା ବ୍ୟତୀତ ଆଜିର ସମାଜରେ ଯେଉଁଠାରେ ପୁରୁଷମାନେ ନିର୍ଯାତିତ ହେଉଛନ୍ତି ସେଠାରେ ବ୍ୟୋମକେଶ ଖୋଲା ଖୋଲି ଭାବରେ ଅନେକ ମାମଲା ଗୁଡିକ ଉପରେ ଆଇନଗତ ମତ ରଖିଥାନ୍ତି।

Byomkesh

ମାତ୍ର କିଛି ଦିନ ତଳେ ହିଁ ସତ୍ୟନଗର ଠାରେ ଏକ ସ୍ପା ଭିତରେ ଦେହ ବ୍ୟାପାର ଚାଲିଥିବା ବେଳେ ପୋଲିସ କିଛି ରୂପଜୀବୀ ଏବଂ ଗ୍ରାହକଙ୍କୁ ଗିରଫ କରିଛି। ଏହି ହାଇ ପ୍ରୋଫାଇଲ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ବ୍ୟୋମକେଶ ତ୍ରିପାଠୀ। ତାଙ୍କ କହିବା ଅନୁଯାଇ ଏହି ମାମଲାରେ ମଧ୍ୟ ପୁରୁଷମାନେ ହିଁ ନିର୍ଯ୍ୟାତିତ ହୋଇଛନ୍ତି।

ସେ କହିଛନ୍ତି ଯେ ୨୦୧୨ରେ ସମ୍ମାନନୀୟ ଆପେକ୍ସ କୋର୍ଟ ଲିଭ ଇଂ ରିଲେସନସିପ୍ କୁ ଅନୁମୋଦନ ଦେଇଥିଲେ। ଦୁଇଜଣ ଯଦି ପ୍ରାପ୍ତ ବୟସ୍କ ପୁଅ ଏବଂ ଝିଅ ହୋଇଥାନ୍ତି ଆଉ ୱେଲ ଏଜୁକେଟେଡ ସେମାନେ ପରସ୍ପର ସହିତ ରହିପାରିବେ। ସେମାନେ ଶାରୀରିକ ସମ୍ପର୍କ ମଧ୍ୟ ରଖିପାରିବେ।

Sex racket

ଯେଉଁଠାରେ ଝିଅଟିର ଅନୁମତି ନାହିଁ ଏବଂ ତା ସହିତ ଶାରୀରିକ ସମ୍ପର୍କ ରଖା ଯାଇଛି ସେଠାରେ ଯୁବତୀ ଜଣକ ଭିକ୍ଟିମ୍ ଅଟେ। କିନ୍ତୁ, ଏହି ମାମଲାରେ ରୂପଜୀବିମାନେ ଗ୍ରାହକଙ୍କ ଠାରୁ ଟଙ୍କା ନେଇ ନିଜ ଇଚ୍ଛାରେ ସେକ୍ସ କରିଛନ୍ତି। ତେଣୁ, ଏଠାରେ ସେମାନେ ଭିକ୍ଟିମ୍ ନୁହଁନ୍ତି। ସେମାନଙ୍କୁ କଣ ପାଇଁ ରିହାବଲେସନ ସେଣ୍ଟର୍ ପଠାଗଲା ବୋଲି ପ୍ରଶ୍ନ କରିଛନ୍ତି ବ୍ୟୋମକେଶ।

ଅନ୍ୟପକ୍ଷରେ ପୁରୁଷମାନଙ୍କୁ ଗିରଫ କରାଯାଇ ସେମାନଙ୍କ ଉପରେ ମାମଲା ରୁଜୁ କରାଯାଇଛି। ଏଭଳି ପରିସ୍ଥିତିରେ କେବଳ ପୁରୁଷମାନେ ହିଁ ଭିକ୍ଟିମ୍ ହେଲେ ବୋଲି ସେ କହିଛନ୍ତି। ଖାଦ୍ୟ, ପାନୀୟ ଏବଂ ବାସଗୃହ ଭଳି ସେକ୍ସ ମଧ୍ୟ ଏକ ବେସିକ୍ ଏବଂ ବାଇଲୋଜିକାଲ ନିଡ୍ ଅଟେ। ଏଭଳି ମାମଲାରେ ଜେଣ୍ଡର ନ୍ୟୁଟ୍ରାଲ ଲ’ କାମ ଦେବନାହିଁ ବୋଲି କହିଛନ୍ତି ବ୍ୟୋମକେଶ।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ: ଯୁବତୀ କହିଲେ "ପୁଅମାନଙ୍କୁ ଦେଖି ଆମର ବି ବହୁତ ଇଚ୍ଛା ହେଲା, ରୋମାନ୍ସ କରି ମଜା ଆସିଗଲା ଏବଂ…."