ବସ୍ ଚଳାଉଥିବା ବେଳେ ହଠାତ ଏମିତି ଭାବରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ, ଯାତ୍ରୀମାନଙ୍କ ସହ ହେଲା ଏମିତି, ପଢନ୍ତୁ ରିପୋର୍ଟ

 
Accident

ପ୍ରତିଦିନ ପରି ବସ୍ ଠିକ୍ ଭାବରେ ଚାଲିଥାଏ। ବସ୍ ମଧ୍ୟରେ ଅନେକ ଯାତ୍ରୀ ମଧ୍ୟ ଥାଆନ୍ତି। କିନ୍ତୁ, ହଠାତ୍ କଣ ହେଲା କେଜାଣି ବସ୍ ଏପଟ ସେପଟ ହୋଇ ଭାରସାମ୍ୟ ହରାଇବାକୁ ଲାଗିଲା। ଲୋକେ ଜୀବନ ବିକଳରେ ଚିଲ୍ଲାଇବାକୁ ଲାଗିଲେ, ଚାହୁଁ ଚାହୁଁ ରାସ୍ତା କଡରେ ଥିବା ନାଳ ଭିତରକୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା।

ଆଜ୍ଞା ହଁ, ସାରଙ୍ଗ ଗଡ଼ ଠାରୁ ଭୁବନେଶ୍ୱର ଯାଉଥିବା ମା ଲକ୍ଷ୍ମୀ ବସରେ ଯାତ୍ରୀମାନଙ୍କର ଏହା ଥିଲା ଭୟଙ୍କର ଅନୁଭବ। ଅବଶ୍ୟ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି ହୋଇନାହିଁ। କିନ୍ତୁ, ଅକାଳରେ ଚାଲିଯାଇଛି ଡ୍ରାଇଭର ସନାତନ ପ୍ରଧାନଙ୍କ ଜୀବନ। କିନ୍ତୁ, ନିଜେ ଜୀବନ ହାରିଥିଲେ ହେଁ ସନାତନ ବସରେ ଥିବା ଅନ୍ୟମାନଙ୍କୁ ବଞ୍ଚାଇ ଦେଇଛନ୍ତି।

Accident

ଯାତ୍ରୀଙ୍କ କହିବା ଅନୁଯାଇ ଗାଡି ସାରଙ୍ଗ ଗଡ଼ରୁ ଠିକ ଭାବେ ଚଲାଇଆସୁଥିଲେ କିନ୍ତୁ ବାବୁରିଆ ପରେ ତାଙ୍କ ଗାଡ଼ିରୁ ଭାରସାମ୍ୟ ହରାଇ ବସିଥିଲେ। ଯାହାଫଳରେ ଲୋକେ ଚିତ୍କାର କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ବସଟି ରାସ୍ତା କଡ଼ ନାଳକୁ ବାଡେଇ ହୋଇ ରହିଥିଲା। 

ବସ୍ ହେଲ୍ପର ସେଠାରେ ପହଞ୍ଚି ଦେଖିବା ବେଳକୁ ଡ୍ରାଇଭର ମୃତ ଅବସ୍ଥାରେ ଲଟକି ରହିଥିଲେ। ସବୁ ଯାତ୍ରୀ କାନ୍ଦୁଥିବା ବେଳେ ସେମାନେ ସମସ୍ତେ ସୁରକ୍ଷିତ ରହିଥିଲେ। ମିଳିଥିବା ସୂଚନା ଅନୁଯାଇ ଡ୍ରାଇଭର ଜଣଙ୍କୁ ସେହି ସମୟରେ ହୃଦଘାତ ଆସିଥିଲା। ଯେଉଁଥିପାଇଁ ସେ ବସ୍ ଉପରେ କଣ୍ଟ୍ରୋଲ ହରାଇ ବସିଥିଲେ।

ଘଟଣାସ୍ଥଳକୁ ଗାଡି ମାଲିକ ଆସି ଡ୍ରାଇଭରଙ୍କୁ ଚିହ୍ନଟ କରିବା ସହିତ ଆମ୍ବୁଲାନ୍ସ ଯୋଗେ ଟୀକାବାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କର ମୃତଦେହ ଅଣା ଯାଇଥିଲା। ତେବେ, ହୃଦଘାତ ସତ୍ତ୍ୱେ ଡ୍ରାଇଭର ଜଣକ ଯେପରି ଭାବରେ ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ତାହାକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ:- ଯୁବତୀମାନଙ୍କୁ ହାଇକୋର୍ଟର କଡ଼ା ନିର୍ଦ୍ଦେଶ, ନିଜ ଯୌନ ଇଚ୍ଛାକୁ କଣ୍ଟ୍ରୋଲରେ ରଖ ନହେଲେ ହେବ ଏମିତି, ଜାଣନ୍ତୁ ପୁରା ଖବର