ଯୁବତୀମାନଙ୍କୁ ହାଇକୋର୍ଟର କଡ଼ା ନିର୍ଦ୍ଦେଶ, ନିଜ ଯୌନ ଇଚ୍ଛାକୁ କଣ୍ଟ୍ରୋଲରେ ରଖ ନହେଲେ ହେବ ଏମିତି, ଜାଣନ୍ତୁ ପୁରା ଖବର

 
Girl jouna

 କିଛି ସମୟର ଶାରିରୀକ ସୁଖ ପାଇଁ ହରାନ୍ତୁ ନାହିଁ ନିଜର ମାନ ଏବଂ ସମ୍ମାନ। ନିଜର ଯୌନ ଇଚ୍ଛାକୁ କାବୁରେ ରଖନ୍ତୁ । ନହେଲେ ଏହା ଆପଣଙ୍କର ବର୍ତ୍ତମାନ ସହିତ ଭବିଷ୍ୟତକୁ ବି ନଷ୍ଟ କରି ଦେଇ ପାରେ। ଯୁବା ଅବସ୍ଥାରେ ସାଧାରଣତଃ ଅନେକ ପ୍ରକାରର ପ୍ରତିବନ୍ଧକ ଦେଖା ଦେଇଥାଏ । ହେଲେ ଯୁବକ ଯୁବତୀ ମାନଙ୍କର ପରମ କର୍ତ୍ତବ୍ୟ ହେଉଛି ଏହି ସବୁ ପ୍ରତିବନ୍ଧକରେ ବାନ୍ଧି ନ ହୋଇ ଆଗକୁ ଯାଇ ନିଜ ଭବିଷ୍ୟତ ଗଢ଼ିବା ।

ସି

କଲିକତା ହାଇକୋର୍ଟ ଏକ କେଶ୍ ର ଶୁଣାଣି ବେଳେ ଏପରି ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯୁବକ ଓ ଯୁବତୀ ମାନେ ନିଜର କ୍ଷଣିକ ଶାରିରୀକ ସୁଖ ପାଇଁ ନିଜ ଜୀବନକୁ ଅନ୍ଧକାରକୁ ପେଲିଦେବା ମୂର୍ଖାମିର ବିଷୟ।

ଯୁବତୀ ମାନେ ନିଜର ଯୌନ ଇଛା ଉପରେ କାବୁ ରଖିବା ଉଚିତ୍। ଠିକ୍ ସେହିପରି ଯୁବକ ମାନେ ମଧ୍ୟ ସେ ମହିଳା ହୁଅନ୍ତୁ ବା ଯୁବତୀ ସମସ୍ତଙ୍କୁ ସମ୍ମାନ ଦେବା ଉଚିତ୍ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି।

କଲିକତା ହାଇକୋର୍ଟର ଜଷ୍ଟିସ ଚିତ୍ତରଞ୍ଜନ ଦାସ ଓ ଜଷ୍ଟିସ ପାର୍ଥ ସାରଥୀ ସେନ୍ ଙ୍କ ଦ୍ଵାରା ଗଠିତ ଏକ ବେଞ୍ଚ ଜଣେ ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅପରାଧୀକୁ ଖଲାସ କରିବା ସମୟରେ ଏପରି ମନ୍ତବ୍ୟ ଦେଇଛନ୍ତି । ଗତ ବର୍ଷ ପୋକ୍ସୋ ଆକ୍ଟ ଅନୁସାରେ ଏହି ଅଭିଯୁକ୍ତକାରିକୁ କୋଡ଼ିଏ ବର୍ଷ ଦଣ୍ଡାଦେଶ ହୋଇଥିଲା । 

ହେଲେ ଅଭିଯୁକ୍ତ ଜଣକ ହାଇକୋର୍ଟ ର ଏହି ଶୁଣାଣି ବିରୋଧରେ ଯାଇ ସୁପ୍ରିମ କୋର୍ଟରେ ଆଉ ଏକ ଅଭିଯୋଗ ଦାଖଲ କରିଥିଲେ। ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ନାବାଳକ ଅଟନ୍ତି । ଏବଂ ଯେଉଁ ଯୁବତୀଙ୍କୁ ନେଇ ତାଙ୍କୁ ଅପରାଧୀ ସାବ୍ୟସ୍ତ କରା ଯାଇଥିଲା ସେହି ଯୁବତୀଙ୍କର  ତାଙ୍କ ସହିତ ଅନେକ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା । ଏବଂ ନାବାଳକ ଜଣକ କୋର୍ଟ ସାମ୍ନାରେ ଏହା ମଧ୍ୟ କହିଛନ୍ତି ଯେ ସେ ଯୁବତୀଙ୍କ ଇଛା ଅନୁସାରେ ହିଁ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ।