ଚାଲିଲା ମୋଦିଙ୍କ ଯାଦୁ, ଏବେ ପାକିସ୍ତାନ ଭଳି ଭିକ ମାଗିବ ମାଳଦ୍ବୀପ୍, ସାରା ଭାରତ କରୁଛି #BoycottMaldives'!

 
Boycott maldives

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲକ୍ଷଦ୍ବୀପ୍ ଗସ୍ତ ପରେ ଅଡ଼ୁଆରେ ମାଳଦ୍ବୀପ୍। ଆଜ୍ଞା ହଁ, ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜଣକ ମନ୍ତବ୍ୟ ଦେବା ମାଳଦ୍ବୀପ୍ ପାଇଁ ମହଙ୍ଗା ପଡିଛି । ସେଠାକାର ପର୍ଯ୍ୟଟନ ଶିଳ୍ପକୁ ଏଥିଲାଗି ଶକ୍ତ ଧକ୍କା ଲାଗିଛି।

Modi

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ '#BoycottMaldives' ଟ୍ରେଣ୍ଡ କରୁଥିବା ବେଳେ ଚାଲିଲା ମୋଦିଙ୍କ ଯାଦୁ, ଏବେ ପାକିସ୍ତାନ ଭଳି ଭିକ ମାଗିବ ମାଳଦ୍ବୀପ୍, ସାରା ଭାରତ କରୁଛି #BoycottMaldives'!
ଭାରତୀୟମାନେ ସେଠାକୁ ଯିବା ପାଇଁ ମଙ୍ଗୁ ନାହାଁନ୍ତି। କେବଳ ସେତିକି ନୁହେଁ ବରଂ ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରିବା ସହିତ ପର୍ଯ୍ୟଟକମାନଙ୍କୁ ଲକ୍ଷଦ୍ୱୀପ ଯିବା ପାଇଁ ପରାମର୍ଶ ଦେଉଛନ୍ତି।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷଦ୍ୱୀପ ଗସ୍ତ ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳର କେତେକ ପ୍ରତିକ୍ରିୟାଶୀଳ ନେତା ଭାରତକୁ ଟାର୍ଗେଟ କରି ବିଭିନ୍ନ ପ୍ରକାର ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଛି।

Culprit

ଭାରତୀୟ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମାଳଦ୍ୱୀପ ନ ଯାଇ ଲକ୍ଷଦ୍ବୀପ୍ ଯିବାପାଇଁ ମନ ବଳାଇଲେଣି। ବୟକଟ ମାଳଦ୍ୱୀପ ଟ୍ରେଣ୍ଡ କରୁଥିବା ବେଳେ ଲକ୍ଷଦ୍ବୀପ ପାଇଁ ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ରିସୋର୍ଟ ବୁକ୍ ହୋଇ ସାରିଛି। ଅନ୍ୟପକ୍ଷରେ ଏଭଳି ମନ୍ତବ୍ୟ ଦେଇଥିବା ୩ ମାଳଦ୍ବୀପ୍ ମିନିଷ୍ଟରଙ୍କୁ ତୁରନ୍ତ ସସପେଣ୍ଡ କରାଯାଇଥିବା ଜଣାପଡିଛି।

Modi

ମାଳଦ୍ୱୀପର ରାଷ୍ଟ୍ରଦୂତ ଇବ୍ରାହିମ ସାହିବଙ୍କୁ ବୈଦେଶିକ ମନ୍ତ୍ରାଳୟ ତରଫରୁ ସମନ୍ କରାଯାଇଥିଲା। ଏଥିସହିତ ଉକ୍ତ ୩ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଭାରତ ପକ୍ଷରୁ ଦାବି କରାଯାଇଛି। ଏହି ଘଟଣା ମାଳଦ୍ବୀପ ପର୍ଯ୍ୟଟନ ଉପରେ ଘୋର ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ:- ବୟଫ୍ରେଣ୍ଡକୁ ବିଷ ଦେଇ ମାରିଥିବା ଯୁବତୀଙ୍କୁ ଗୁଳିକରି ମାରିବା ପରେ ଶବ ସହ ଏମିତି କାଣ୍ଡ କଲେ ଅଭିଯୁକ୍ତ, ଜାଣନ୍ତୁ ପୁରା ଘଟଣା