ବୟଫ୍ରେଣ୍ଡକୁ ବିଷ ଦେଇ ମାରିଥିବା ଯୁବତୀଙ୍କୁ ଗୁଳିକରି ମାରିବା ପରେ ଶବ ସହ ଏମିତି କାଣ୍ଡ କଲେ ଅଭିଯୁକ୍ତ, ଜାଣନ୍ତୁ ପୁରା ଘଟଣା

 
Divya pahuja case
ଗ୍ୟାଙ୍ଗଷ୍ଟାରର ଗାର୍ଲଫ୍ରେଣ୍ଡର ହତ୍ୟା । ଘଟଣା ପଛର କାହାଣୀ ଏବେ ବି ରହିଛି ରହସ୍ୟଜନକ । ଗ୍ୟାଙ୍ଗଷ୍ଟାର ସନ୍ଦୀପ ଗଡ୍ଉଲି ଙ୍କ ଗାର୍ଲଫ୍ରେଣ୍ଡ ଦିବ୍ୟା ପାହୁଜା। ଦିବ୍ୟା ଙ୍କୁ ହୋଟେଲ୍ କର୍ମଚାରୀ ମିଶି କରିଥିଲେ ହତ୍ୟା । ଜାଣନ୍ତୁ ପୁରା ଘଟଣା ।

ଦିବ୍ୟା ଗୁରୁଗ୍ରାମ ସେକ୍ଟର - ୧୪ ଥାନା କ୍ଷେତ୍ରର ବସ୍ ଷ୍ଟାଣ୍ଡ ପାଖ ହୋଟେଲ୍ ସିଟି ପଏଣ୍ଟରେ ରହୁଥିଲେ । ଯେଉଁଠାର କର୍ମଚାରୀ ମାନେ ମିଶି ଦିଵ୍ୟାଙ୍କୁ ହତ୍ୟା କରିଥିଲେ । ଏହା ପରେ ତାଙ୍କ ଶବକୁ କମଳରେ ଘୋଡାଇ ଏକ ବିଏମଡବ୍ଲ୍ୟୁ ରେ ଭର୍ତ୍ତି କରି ନିଆ ଯାଇଥିଲା । ଏହି କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଦିବ୍ୟାଙ୍କ ଭଉଣୀ ନୈନା ପାହୁଯା ଏ ନେଇ ପୋଲିସ୍ ଷ୍ଟେସନ୍ ରେ ଅଭିଯୋଗ କରିଥିଲେ ।

Divya pahuja

ନୈନାଙ୍କ କହିବା ଅନୁସାରେ ଦିବ୍ୟା ଜାନୁୟାରୀ ରାତିରେ ନିଜ ସାଙ୍ଗ ଅଭିଜିତ ଙ୍କୁ ଭେଟିବା ପାଇଁ ଯାଉଛି କହି ଘରୁ ଆସିଥିଲେ । ଯାହା ପରେ ନୈନା ଦିବ୍ୟାଙ୍କୁ ବାରମ୍ବାର ଫୋନ୍ କରିବା ପରେ ମଧ୍ୟ ତାଙ୍କ ଫୋନ୍ ଲାଗି ନ ଥିଲା । ଏ ନେଇ ନୈନା ସନ୍ଦେହରେ ଥାନାରେ ଅଭିଯୋଗ କରିଥିଲେ । 

ଯାହା ପରେ ପୋଲିସ୍ ପ୍ରଥମେ ଅଭିଜିତଙ୍କୁ ପଚରା ଉଚରା କରିଥିଲା । ହେଲେ ପ୍ରଥମେ ତ ଅଭିଜିତ ପୋଲିସ୍ ଆଗରେ କିଛି ସତ କହି ନ ଥିଲେ । ହେଲେ ହୋଟେଲ୍ ର ସିସିଟିଭି ଚେକ୍ ହେବା ପରେ ଅଭିଜିତ ର ସତ ଧରା ପଡିଥିଲା । ସିସିଟିଭିରେ ଦେଖିବାକୁ ମିଳିଥିଲା ଯେ ଅଭିଜିତ ଙ୍କ ସହିତ ଅନ୍ୟ କିଛି ଯୁବକ ଦିବ୍ୟାଙ୍କ ଶବକୁ କମଳରେ ଗୁଡେ଼ଇ ନେଇ ଯାଉଛନ୍ତି । 

Divya pahuja

ଏହା ପରେ ପୋଲିସ୍ ଅଭିଜିତଙ୍କ ସମେତ ସାମିଲ୍ ଥିବା ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଅନୁସାରେ ଏ ଯୁବତୀ ଜଣଙ୍କ ହେଉଛି ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜା । ଜଣେ ମଡେଲ ଭାବେ ପରିଚତ ଦିବ୍ୟା । ଫେବୃଆରୀ, ୨୦୧୬ରେ ମୁମ୍ବାଇର ଏକ ହୋଟେଲରେ ଗୋଡଲିଙ୍କୁ ଗୁରୁଗ୍ରାମ ପୁଲିସ ଏନକାଉଂଟର କରି ହତ୍ୟା କରିଥିଲା । ସେହି ସମୟରେ ଗ୍ୟାଙ୍ଗଷ୍ଟର ସନ୍ଦୀପଙ୍କ ସହ ଥିଲେ ତାଙ୍କ ଗାର୍ଲଫେଣ୍ଡ ଦିବ୍ୟା ପାହୁଜା । ପରେ ମୁମ୍ବାଇ ପୁଲିସକୁ ଦିବ୍ୟାର ଜିମା ଦିଆଯାଇଥିଲା । ୭ ବର୍ଷ ଜେଲରେ ରହିବା ପରେ ୬ ମାସ ତଳେ ଦିବ୍ୟା ଜାମିନରେ ଜେଲରୁ ମୁକୁଳିଥିଲେ । କିନ୍ତୁ ମଙ୍ଗଳବାର ରାତିରେ ହରିଆଣାର ଗୁରୁଗ୍ରାମରେ ଏକ ହୋଟେଲରେ ଦିବ୍ୟାକୁ ଗୁଳି କରି ହତ୍ୟା କରାଯାଇଛି ।