ଟଙ୍କା ଖର୍ଚ୍ଚକୁ ନେଇ ଦଳାଇ ଦିଅନ୍ତୁ ନିଜର ଏହି ୫ଟି ଖରାପ ଅଭ୍ୟାସ! ଟଙ୍କା ବଞ୍ଚାଇବା ସହିତ ହୋଇଯିବେ ଧନୀ….

 
Loan

ଭଲ ରୋଜଗାର କରୁଛନ୍ତି କିନ୍ତୁ, ଟଙ୍କା ସଞ୍ଚୟ କରିବା ପାଇଁ ସକ୍ଷମ ହେଉନାହାଁନ୍ତି କି? କେଉଁଠି ଅଧିକ ଖର୍ଚ୍ଚ ପଡ଼ିଲେ ଆପଣଙ୍କୁ ମଧ୍ୟ ଋଣ ନେବାକୁ ପଡୁଛି କି? ପ୍ରକୃତରେ ଆର୍ଥିକ ସ୍ଥିରତା ଆପଣଙ୍କ ଆର୍ଥିକ ବ୍ୟବହାର ଉପରେ ହିଁ ନିର୍ଭର କରିଥାଏ। ତେବେ, ଏଥିପାଇଁ ଆପଣଙ୍କୁ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ହେବ।

Money

୧. ବିନା କୌଣସି କାରଣରେ ଲୋନ ନେବା:- ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ରହିଥିଲେ ଏନବିଏଫ୍‌ସି କମ୍ପାନୀ ତରଫରୁ ଆକର୍ଷଣୀୟ ସୁଧ ହାରରେ ଲୋନ ଅଫର୍ ମିଳିଥାଏ। ଏହି ଲାଳସାରେ ଆସି ଅନେକେ ଲୋନ ନେଇଥାନ୍ତି। ଯାହାଫଳରେ ଅଯଥାରେ ଆପଣଙ୍କ ଉପରେ ଋଣ ବୋଝ ଲଦି ହୋଇ ଯାଇଥାଏ।

Loan

୨. ବିନା ଲକ୍ଷ୍ୟରେ ନିବେଶ:- ଯଦି ଆପଣ କୌଣସି ବି ନିବେଶ କରୁଛନ୍ତି ତେବେ ଏଥିପ୍ରତି ଖାସ୍ ଧ୍ୟାନ ଦିଅନ୍ତୁ। ନିବେଶ କରିବା ସମୟରେ ଏକ ନିର୍ଦ୍ଧିଷ୍ଟ ଲକ୍ଷ ରଖନ୍ତୁ। ବିନା କୌଣସି ଲକ୍ଷ୍ୟରେ ଅର୍ଥ ନିବେଶ କରିବା ଆପଣଙ୍କୁ ଅସୁବିଧାରେ ପକାଇପାରେ।

Invest

୩. ଋଣ ସୁଝିବାକୁ ଋଣ ନିଅନ୍ତୁ ନାହିଁ:- ଋଣ ସୁଝିବା ପାଇଁ କଦାପି ଋଣ ନିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣ ଋଣ ଜାଲରେ ଫସିଯାଇ ପାରନ୍ତି। ଏହା ହେବା ଦ୍ୱାରା ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

Loan

୪. ନିୟମିତ ନିବେଶ କରନ୍ତୁ:- ରୋଜଗାର ଆରମ୍ଭ ହେବା ସହିତ ନିୟମିତ ଭାବରେ ନିବେଶ ଆରମ୍ଭ କରନ୍ତୁ। ଏହାଦ୍ୱାରା ଆପଣ ମାର୍କେଟରେ ତାଳ ଦେଇ ଚାଲିପାରିବେ। କିଛି ସମୟ ପରେ ଏଠାରୁ ଆପଣଙ୍କୁ ଭଲ ରିଟର୍ଣ୍ଣି ମିଳିପାରିବ।

ଆହୁରି ପଢ଼ନ୍ତୁ:- ମଦ ପିଆଇ ଜୋର୍ ଜବରଦସ୍ତି ମହିଳା ହୋଟେଲ୍ ଷ୍ଟାଫ୍ ସହ ଦୁଷ୍କର୍ମ କରି ଚାଲିଲେ ୪ ଜଣ ଯୁବକ, ଆଉ ତାପରେ ବୋତଲ ଭାଙ୍ଗି...