ମଦ ପିଆଇ ଜୋର୍ ଜବରଦସ୍ତି ମହିଳା ହୋଟେଲ୍ ଷ୍ଟାଫ୍ ସହ ଦୁଷ୍କର୍ମ କରି ଚାଲିଲେ ୪ ଜଣ ଯୁବକ, ଆଉ ତାପରେ ବୋତଲ ଭାଙ୍ଗି...

 
Hotel staff

ସାମ୍ନାକୁ ଆସିଛି ଏକ ଲଜ୍ଜା ଜନକ ଘଟଣା । ସମାଜ ଯେତେ ଶିକ୍ଷିତ ସଭ୍ୟ ହେଉଛି ଅପରାଧ ସେତେ ବଢି ଚାଲିଛି । ନାରୀକୁ ଦେବୀ ମା ରୂପେ ପୂଜୁଥିବା ବେଳେ ଏହି ପୁରୁଷ ସମାଜ ନିଜ ଭୋକ ମେଣ୍ଟାଇବା ପାଇଁ ସେ କିପରି ମାନବରୁ ଦାନବ ରୂପୀ ରାକ୍ଷସ ବନି ପାରେ ତାହା ହୁଏ ତ ଆମକୁ ଆପଣଙ୍କୁ କହିବାକୁ ପଡ଼ିବ ନାହିଁ । ନିକଟରେ ଏମିତି ଏକ ମହିଳାଙ୍କର ଭିଡିଓ ଆସିଛି ଆଖି ସାମ୍ନାକୁ ।

Hotel staff

ଭିଡିଓଟିରେ ମହିଳା ଜଣକ କରୁଣ ଚିତ୍କାର କରି ଭିକ ମାଗୁଛନ୍ତି । କହୁଛନ୍ତି ମୋତେ ଛାଡ଼ି ଦିଅ । କିଛି କର ନାହିଁ । ଦୟା କରି ମତେ ଛାଡ଼ି ଦିଅ । ହେଲେ ସେ ରାକ୍ଷସ ମାନେ ମହିଳା ଜଣଙ୍କୁ ରୁମ୍ ଭିତରେ ଟାଣି ଟାଣି ନେଇ ଯାଉଛନ୍ତି । ମହିଳାଙ୍କର ସେହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । 

ସୂଚନା ଅନୁସାରେ ଆଗ୍ରର ଏକ ହୋମ୍ ଷ୍ଟେ ହୋଟେଲ୍ ରେ ମହିଳା କର୍ମଚାରୀଙ୍କ ସହ ୪ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିଲେ । ଅନ୍ୟ ଏକ ମହିଳା କର୍ମଚାରୀଙ୍କର ଏଥିରେ ହାତ ଥିବା ଜଣା ପଡ଼ିଛି । ଥାନାରେ ଅଭିଯୋଗ ପରେ ପୋଲିସ୍ ସଂପୃକ୍ତ ମହିଳା ଜଣକ ସହିତ ଅଭିଯୁକ୍ତ ୪ ଜଣଙ୍କୁ ଗିରଫ କରିଛି ।

Staff

ପୀଡ଼ିତାଙ୍କ କହିବା ଅନୁସାରେ , ଅଭିଯୁକ୍ତ ମାନେ ତାଙ୍କୁ ପ୍ରଥମେ ଜୋର୍ କରି ମଦ ପିଆଇ ଥିଲେ । ତା ପରେ ତାଙ୍କର ଅଶ୍ଳୀଳ ଭିଡିଓ ବନାଇ ତାଙ୍କୁ ବ୍ଲାକ୍ ମେଲ୍ କରିଥିଲେ । ତାଙ୍କ ମୁଣ୍ଡରେ ମଦ ବୋତଲ ଭାଙ୍ଗିବା ସହିତ ତାଙ୍କୁ ଗଣ ଦୁଷ୍କର୍ମ କରା ଯାଇଛି ।

ତେବେ ମହିଳା ଜଣକ ସାହାଯ୍ୟ ମାଗୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ପୀଡିତା ପଶୁମାନଙ୍କଠାରୁ ସାହାଯ୍ୟ ମାଗୁଥିବାର ଦେଖିବାକୁ ମିଳିଛି । ମହିଳା ଜଣକ କାନ୍ଦି କାନ୍ଦି ଛାଡିଦେବାକୁ କହୁଛନ୍ତି ଏବଂ ଅଭିଯୁକ୍ତ ତାଙ୍କୁ କୋଠରୀ ଭିତରକୁ ଟାଣି ନେଉଛନ୍ତି । ଯେଉଁ ହୋଟେଲରେ ଏହି ଘଟଣା ଘଟିଥିଲା, ତାହା ତାଜଗଞ୍ଜ ପୋଲିସ୍ ଷ୍ଟେସନ୍ ଅଞ୍ଚଳର ତାଜନାଗରୀ ଫେଜ୍ ୨ରେ ରହିଛି ।