ସ୍ୱାମୀ ପରିବାର ଓ ପିଲାଙ୍କୁ ଛାଡ଼ି ମୁସଲମାନ ପ୍ରେମିକ ପାଇଁ ପାକିସ୍ତାନ ଯାଇଥିଲା, ଏବେ ପୁଣି ଭାରତ ଫେରିବାକୁ ବିକଳ ହେଉଛି ଅଞ୍ଜୁ, କାରଣ….

 
Anju

ସ୍ୱାମୀ ପରିବାର ଏବଂ ଜନ୍ମକଲା ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକ ପାଖକୁ ପାକିସ୍ତାନ ଚାଲି ଯାଇଥିଲେ ଅଞ୍ଜୁ। ଏହି ଖବରଟି ଆପଣ ନିଶ୍ଚିତ ଭାବରେ ପଢିଥିବେ କିମ୍ବା ଶୁଣିଥିବେ। ଭାରତର ବୋହୂ ଅଞ୍ଜୁ କାହାରି କଥାକୁ ଖାତିର ନ କରି ପ୍ରେମିକ ପାଖକୁ ପାକିସ୍ତାନ ଚାଲି ଯାଇଥିଲେ। ତେବେ, ଏବେ କୁଆଡେ ସେ ପୁଣିଥରେ ପାକିସ୍ତାନ ଛାଡ଼ି ଭାରତ ଆସିବାକୁ ବିକଳ ହେଉଥିବା ଚର୍ଚ୍ଚା ହେଉଛି। 

Anju

ପ୍ରକୃତରେ ମୋବାଇଲ ମାଧ୍ୟମରେ କଥା ବାର୍ତ୍ତା ହେବା ସହିତ ବିବାହିତା ଅଞ୍ଜୁଙ୍କୁ ଜଣେ ପାକିସ୍ତାନୀ ଯୁବକଙ୍କ ସହିତ ପ୍ରେମ ହୋଇ ଯାଇଥିଲା। ତାପରେ କି ସ୍ୱାମୀ କି ଛୁଆ ସମସ୍ତଙ୍କୁ ଯେମିତି ଭୁଲି ଯାଇଥିଲେ ଅଞ୍ଜୁ। କେବଳ ପ୍ରେମିକ ପ୍ରବର କଥା ଭାବୁଥିଲେ କେମିତି ଦିନେ ସେ ପ୍ରେମିକ ପାଖରେ ପହଞ୍ଚିଯିବେ। ତେବେ, ତାଙ୍କର ଏହି ସ୍ୱପ୍ନ ମଧ୍ୟ ପୂରା ହୋଇଗଲା।

 

କାରଣ ସମସ୍ତଙ୍କୁ ଛାଡ଼ି ଭାରତରୁ ପାକିସ୍ତାନ ପ୍ରେମିକ ପାଖକୁ ଚାଲିଗଲେ ଅଞ୍ଜୁ। ସେଠାରେ ପହଞ୍ଚି ପାକିସ୍ତାନୀ ପ୍ରେମିକକୁ ବିବାହ ମଧ୍ୟ କରିଲେ। କିନ୍ତୁ, ଏବେ କୁଆଡେ ତାଙ୍କର ନିଜ ଛୋଟ ଛୋଟ ପିଲାଙ୍କ କଥା ଖୁବ୍ ମନେ ପଡୁଛି। ସେ ପୁଣିଥରେ ଭାରତ ଫେରିବାକୁ ଚାହୁଁଛନ୍ତି। ଏଥିନେଇ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ ଭାରତ ଫେରିବାକୁ ଅପେକ୍ଷା କରିଥିବା କୁହାଯାଉଛି। ତେବେ, ଯେଉଁ ପରିବାରକୁ ସେ ଦିନେ ଛାଡ଼ି ଚାଲି ଯାଇଥିଲେ ସେମାନେ ତାଙ୍କୁ ପୁଣିଥରେ ଗ୍ରହଣ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି।

ଆହୁରି ପଢ଼ନ୍ତୁ:- ବାଲେଶ୍ଵର ଉଦୟପୁର ସମୁଦ୍ର କୂଳେ ଖୁଲମଖୁଲା ଚାଲିଛି ଶାରୀରିକ ସମ୍ପର୍କ, ୫,୦୦୦ ଟଙ୍କା ଯାଏଁ ହେଉଛି ଡିଲ୍, ଜାଣନ୍ତୁ ପୁରା ଖବର