ବାଲେଶ୍ଵର ଉଦୟପୁର ସମୁଦ୍ର କୂଳେ ଖୁଲମଖୁଲା ଚାଲିଛି ଶାରୀରିକ ସମ୍ପର୍କ, ୫,୦୦୦ ଟଙ୍କା ଯାଏଁ ହେଉଛି ଡିଲ୍, ଜାଣନ୍ତୁ ପୁରା ଖବର

 
Udaipur

ବେଳାଭୂମିରେ ଖୋଲାଖୋଲି ଦେହ ବ୍ୟବସାୟ ଚାଲୁଛି। ପଶ୍ଚିମବଗଂ ସୀମାନ୍ତବର୍ତ୍ତୀ ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମି ପାଲଟିଛି ବାଂଲାଦେଶୀ ଦେହଜୀବୀଙ୍କ ମେଳାଭୂମି। ବେଳାଭୂମିକୁ ଦୈନିକ ହଜାର ହଜାର ଓଡିଶା ସମେତ ବଙ୍ଗୀୟ ଓ ବିଭିନ୍ନ ରାଜ୍ୟର ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ ଏହି ସୌନ୍ଦର୍ଯ୍ୟମୟ ସ୍ଥାନ ଦେହଜୀବୀ ମାନେ କବଳିତ କରିସାରିଲେଣି। କୁଡିଆ ଘରେ ବେଧଡ଼କ ଚାଲିଛି ବେଆଇନ କାମ। ରାଜ୍ୟ ସରକାର ଏହାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଅସାମାଜିକ ଲୋକ ଏହାର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛନ୍ତି।

Beach

ଉଦୟପୁର ବେଳାଭୂମିରେ ବ୍ୟାପକ ଭାବେ ଖୁଲମଖୁଲା ଦେହ ବ୍ୟବସାୟ ଚାଲୁଥିବା ବେଳେ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଦେହଜୀବୀଙ୍କ ଦଲାଲ ଓ ଦେହଜୀବୀ ମାନେ ଭିଡି ନେଉଛନ୍ତି। ଏହି ବେଳାଭୂମିରେ ବଙ୍ଗୀୟ ଦେହଜୀବୀଙ୍କ ଦଲାଲ ମାନେ ଛୋଟ ଛୋଟ ଟିଣ କୁଡ଼ିଆ ଘରେ ସୌଖିନ ଶୟନ କକ୍ଷ ପ୍ରସ୍ତୁତ କରି ପ୍ରତ୍ୟେକ ଦେହଜୀବୀଙ୍କ ପାଇଁ ପାଞ୍ଚ ଶହରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ କରୁଥିବାର ଦେଖା ଯାଉଛି। ଖାଲି ସେତିକି ନୁହେଁ ଏଭଳି କାରବାର ସ୍ଥାନୀୟ ପୋଲିସ ଜ୍ଞାତରେ ସବୁକିଛି ଚାଲିଛି ବୋଲି ଦଲାଲ ମାନେ କହୁଛନ୍ତି।

Beach

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ବାଲେଶ୍ୱର ଏସ ପିଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମାତ୍ର ସାମ୍ବାଦିକଙ୍କ ପ୍ରଶ୍ନରେ ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି ସମ୍ପୂର୍ଣ୍ଣ ତଥ୍ୟ ଦେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।