ଆସିଲା ବଡ଼ ଖୁସି ଖବର! ୨୦ ହଜ଼ାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର, ଏହି ତାରିଖରୁ ଆରମ୍ଭ ହେବ ଆବେଦନ

 
Primary teachers

ଚାକିରୀ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ! ଖାଲି ପଡିଥିବା ୨୦ ହଜ଼ାର ପ୍ରାଥମିକ ସ୍କୁଲ ଶିକ୍ଷକ ପଦବୀରେ ନିଯୁକ୍ତି ଦେବାପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ଏବଂ ପଦ୍ଧତ୍ତି ଗୁଡିକରେ ନବକଳେବର ଆଣିବା ପରେ ଏବେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଏପରି ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବା ସହିତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

Primary teachers

ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ(ଏନସିଟିଇ)ର ପରିବର୍ତ୍ତିତ ନିଷ୍ପତ୍ତିକୁ ଆଧାର କରି ନିଯୁକ୍ତି ପ୍ରକ୍ରୟା ତ୍ୱରାନ୍ୱିତ କରିବା ସହିତ ଆସନ୍ତା ମାସ ଭିତରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓସେପା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବାକୁ ଥିବାବେଳେ ଏହାକୁ ସ୍ୱଚ୍ଛ ପଦ୍ଧତ୍ତିରେ କରାଯିବାକୁ ଗୁରୁତ୍ୱ ଦିଆଯିବ। 

Gazette

କେନ୍ଦ୍ରୀୟ ସଂସ୍ଥା ‘ଏଡସିଲ୍‌’କୁ ନିଯୁକ୍ତି ଅଶାୟୀ ମାନଙ୍କର ଦକ୍ଷତା ପରୀକ୍ଷା ଆୟୋଜନ ପାଇଁ ଦାୟିତ୍ୱ ଦିଆଯାଇଛି। ତେବେ, ସରକାର ନିଯୁକ୍ତି ପ୍ରକ୍ରିୟାରେ କିଛି ପରିବର୍ତ୍ତନ ମଧ୍ୟ ଆଣିପାରନ୍ତି। ବିଧାନସଭା ଏବଂ ଲୋକସଭା ନିର୍ବାଚନ ଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ବିଭାଗ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ:- ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର୍ ‘ପ୍ରଜ୍ଞାନ’ ନାମ ପଛର ରହସ୍ୟ ଜାଣନ୍ତି କି, କିଏ ଏହି ବିକ୍ରମ ଓ ପ୍ରଜ୍ଞାନ?