ମେନକା ଗାନ୍ଧୀଙ୍କ ନାମରେ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ୍, ସାମ୍ନା କୁ ଆସିଲା ଏହାର ବଡ଼ କାରଣ

 
Menaka

ପଶୁପ୍ରେମୀ ତଥା ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ନାମରେ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଲା ଇସ୍କନ୍। ନିଜ ଗୋଶାଳାରୁ ଇସ୍କନ କଂସେଇ ମାନଙ୍କୁ ଗାଈ ଯୋଗାଣ କରୁଛି ବୋଲି ମେନକା ଗମ୍ଭୀର ଅଭିଯୋଗ ଆଣିବା ପରେ ସଂସ୍ଥା ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଅଛି।

Menaka

ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ମେନକା ଆନ୍ଧ୍ରପ୍ରଦେଶର ଅନନ୍ତପୁରସ୍ଥିତ ଏକ ଗୋଶାଳା ପରିଦର୍ଶନରେ ଯାଇଥିଲେ। ସେଠାରେ ସମସ୍ତ ଗାଈ କ୍ଷୀର ଦେଉଥିଲେ ଏବଂ ଗୋଟିଏ ମଧ୍ୟ ବୁଢ଼ୀ ଗାଈ ନଥିଲେ। ଯାହାକୁ ଦେଖିବା ପରେ ଇସ୍କନରେ ବୁଢ଼ୀ ଗାଈ ମାନଙ୍କୁ କଂସେଇଙ୍କୁ ବିକ୍ରି କରି ଦିଆଯାଉଥିବା ମେନକା ଅଭିଯୋଗ କରିଥିଲେ। 

Gausala

ଯଦି ଇସ୍କନର ଗୋଟିଏ ଗୋଶାଳାର ଅବସ୍ଥା ଏଭଳି ରହିଛି ତେବେ ସାରା ଦେଶରେ ରହିଥିବା ଅନ୍ୟ ଗୋଶାଳାର ଗାଈ ସଂଖ୍ୟା ଦେଖିଲେ ଏଗୁଡିକରୁ କେତେ ସଂଖ୍ୟାରେ ଗାଈ ବିକ୍ରି କରାଯାଉଛି ତାହା ଭାବିବା ଉଚିତ ବୋଲି ମେନକା ସୋସିଆଲ ମିଡିଆରେ ଏକ ଭିଡ଼ିଓ ଜରିଆରେ କହିଥିଲେ। ମେନକାଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି ଇସ୍କନ ପକ୍ଷରୁ କୁହାଯାଇଛି।

Complaint

କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଇସ୍କନ ଗାଈ ଏବଂ ବଳଦ ମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କର ଦେଖାରଖା କରିଥାଏ। ଇସ୍କନ କୌଣସି ଗାଈ କିମ୍ବା ବଳଦଙ୍କୁ କଂସେଇଙ୍କୁ ବିକ୍ରି କରିନଥିବା ଟ୍ୱିଟ କରି ଇସ୍କନ ପକ୍ଷରୁ କୁହାଯାଇଛି। ଇସ୍କନ ଏଭଳି ଜନକଲ୍ୟାଣ କରୁଥିବା ବେଳେ ମେନକାଙ୍କର ବିଭ୍ରାନ୍ତିକର ଅଭିଯୋଗ ଦ୍ୱାରା ଆମର ବିଶ୍ବବ୍ୟାପୀ ଭକ୍ତ, ସମର୍ଥକ ଏବଂ ଶୁଭେଚ୍ଛୁ ସମୁଦାୟ ଗଭୀର ମର୍ମାହତ ହୋଇଛନ୍ତି ବୋଲି କୁହାଯାଇଛି। 

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ଘରେ ଶୋଇଥିଲେ, ଅଚାନକ୍ AC ଭିତରୁ ବାହାରିଲା ସାପ ଆଉ କାମୁଡି ଦେଲା ମୂଷାକୁ