ଦେଖନ୍ତୁ ଭିଡିଓ: ଘରେ ଶୋଇଥିଲେ, ଅଚାନକ୍ AC ଭିତରୁ ବାହାରିଲା ସାପ ଆଉ କାମୁଡି ଦେଲା ମୂଷାକୁ

 
Ac snake

ଆଉ ଏକ ଭାଇରାଲ ଭିଡିଓ ଆସିଲା ଆଖି ସାମ୍ନାକୁ। ଭିଡ଼ିଓ ଟିରେ ଏକ ସାପ ଏସି ଭିତରୁ ବାହାରି ଏକ ମୂଷା ଖାଇ ପୁଣି ଏସି ଭିତରକୁ ପଶି ଯିବାର ଦୃଶ୍ୟ ପୁଣି ଆଖି ସାମ୍ନାକୁ ଆସିଛି। ଦୃଶ୍ୟ ଟି ରୁମାଟାଙ୍କୁରା ଥିଲା। ସ୍ଥାନକୁ ନେଇ ସ୍ପଷ୍ଟତା ମିଳି ନ ଥିବା ବେଳେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି ଭିଡିଓ ଟି।

Gg

ଏସିରୁ ସାପ ବାହାରିବା ଭିଡିଓ ଅନେକ ଥର ଆସିଛି ଆଖି ସାମ୍ନାକୁ। ହେଲେ ଏହି ଭିଡିଓରେ ହେଉଛି କିଛି ନିଆରା। ସାପ ଟି କେବଳ ଏସୀରୁ ବହାରୁନି ବରଂ ମୂଷାଟିକୁ ଆକ୍ରମଣ କରି ତା ପାଟିରେ ପୁଣି ନେଇ ଯାଉଛି ଏସି ଭିତରକୁ। କେହି ଜଣେ ସଦସ୍ୟ ଏହି ସମୟର ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହେବାରେ ଲାଗିଛି ଭିଡିଓ ଟି।

ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖାଉଛନ୍ତି। କିଛି ଲୋକ ଏହାକୁ ଫେକ କହୁଥିବା ବେଳେ ଆଉ କିଛି ବେଶ ମଜା ନେଉଛନ୍ତି  ଭିଡିଓ ଟିର। ଅନେକ ମଜାଦାର କମେଣ୍ଟ ଦେଖିବାକୁ ମିଳୁଛି ଭିଡିଓ ଟିରେ। ଘଟନାଟି କେତେ ସତ୍ୟ ଏଥି ନେଇ କୌଣସି ସ୍ପଷ୍ଟତା ନଥିଲେ ମଧ୍ୟ। ଲୋକେ ବେଶ୍ ପସନ୍ଦ କରିଛନ୍ତି ଏହାକୁ।