ଦେଖନ୍ତୁ ଭିଡ଼ିଓ: ମଦ ପାଇଁ ଯୁବକଙ୍କ ଅଜବ କାଣ୍ଡ: 25 ଫୁଟ ଉଚ୍ଚ ଟାୱାର ଗେଟ ଉପରେ ଚଢି କଲେ ଏମିତି କାମ

 
Mada

ମଦ ପିଇ କାଣ୍ଡ କରିବାର ଖବର ଅନେକ ଆସିଛି । କିନ୍ତୁ ମଦ ପିଇବା ପାଇଁ ବିପଦକୁ ଡାକି ଆଣିବା ଏହା ବହୁତ କମ ଶୁଣିଥିବେ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ତାଙ୍କୁ ଉଦ୍ଧାର କରିବା ପାଇଁ ପୋଲିସକୁ ନାକେଦମ୍‌ ହୋଇ ପଡ଼ିଛି ।

drink

ମଦ ପାଇଁ ଜଣେ ଯୁବକ 25 ଫୁଟ ଉଚ୍ଚ ଟାୱାର ଗେଟ ଉପରେ ଚଢି କଲେ ବ୍ୟାୟାମ । ପାଟଣାଗଡ଼ ବଥର୍ଲା ଛକ ମୁଖ୍ୟ ରାସ୍ତାରେ ଥିବା 25 ଫୁଟର ଗେଟ ଉପରେ ଚଢି ଜଣେ ଯୁବକ ବ୍ୟାୟାମ କରୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହି ଦୃଶ୍ୟକୁ ଲୋକମାନେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଭାଇରାଲ ହୋଇଥିଲା ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ଆଇଶା କହିଲେ ‘ମୁଁ କିନ୍ନର ବୋଲି ଯେବେ ଜାଣିଲି…’, ଜାଣନ୍ତୁ ଅଶୋକ ପଣ୍ଡାରୁ ସେ କିପରି ହେଲେ ମଡେଲ ଆଇଶା ପଣ୍ଡା

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଯୁବକ ଜଣକ ପୁସ୍‌ ଅପ୍‌ ମାରୁଛନ୍ତି । ତଳେ ଠିଆ ହୋଇ ଲୋକେ ଦେଖୁଛନ୍ତି, ଅନେକ ମଜା ମଧ୍ୟ ନେଉଛନ୍ତି । କେହି କେହି ଭିଡିଓ ମଧ୍ୟ କରୁଛନ୍ତି । 

ପରେ ପୋଲିସ ପହଞ୍ଚି ଯୁବକକୁ ଗେଟରୁ ତଳକୁ ଓହ୍ଲାଇଥିବା ସୂଚନା ମିଳିଛି । ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର ହିରୁ ସାହୁ । ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ । କିନ୍ତୁ ମଦ ନଦେବାରୁ ସେ ଗେଟ ଉପରେ ଚଢ଼ି ଏଭଳି କାଣ୍ଡ କରିଥିବାର ସୂଚନା ମିଳିଛି ।