ଦେଖନ୍ତୁ ଭିଡ଼ିଓ: ନବ ଦାସ ନିଜେ ମୋତେ କହିଛନ୍ତି- ସେ ପ୍ରେତ ହେଇକି ଘୁରି ବୁଲୁଛନ୍ତି, ଝିଅ ପାଇଁ ତାଙ୍କ ଆତ୍ମା କରିବ ପ୍ରଚାର

 
Naba Das

ଝାରସୁଗୁଡ଼ା ଉପ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ମଧ୍ୟ ସେତେ ବଢି ଚାଲିଛି । ଏହା ଭିତରେ ଜଣେ ଆଧ୍ୟତ୍ମିକ ବାବା ସ୍ୱର୍ଗତ ନବ ଦାସଙ୍କ ଉପରେ ଦେଇଥିବା ଏକ ମନ୍ତବ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟକ୍ତି ଜଣକ ନିଜକୁ ପ୍ରେତାତ୍ମା ସଂଘର ସଭାପତି ବୋଲି କହୁଥିବା ସହିତ ସ୍ୱର୍ଗତ ନବ ଦାସ ପ୍ରେତ ହୋଇ ଘୁରି ବୁଲୁଛନ୍ତି ଆଉ ତାଙ୍କର ଆତ୍ମା ତାଙ୍କ ଝିଅ ଦିପାଳି ଦାସଙ୍କୁ ରକ୍ଷା କରୁଛନ୍ତି ବୋଲି କହିଥିଲେ ।

Naba das

ଆଉ ଏହି କଥା ନବ ଦାସ ସ୍ୱୟଂ ତାଙ୍କୁ କହିଛନ୍ତି ବୋଲି ବ୍ୟକ୍ତି ଜଣକ କହୁଛନ୍ତି । କେବଳ ଏତିକି ନୁହେଁ, ଝାରସୁଗୁଡା ନିର୍ବାଚନକୁ 40 ଲକ୍ଷ ପ୍ରେତାତ୍ମା ଯିବେ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ବିପିନ କୁମାର ରାଉତରାୟ, ତାଙ୍କ ଘର ହେଉଛି ଭୁବନେଶ୍ୱର ଭରତପୁର ଅଞ୍ଚଳରେ । ସେ ଏହା ମଧ୍ୟ କହିଛନ୍ତି ଯେ, ବିଜ୍ଞାନ କହିଲେ ସେମିତି କିଛି ବଡ଼ ଜିନିଷ ନୁହେଁ, ଏହା କ୍ଷଣସ୍ଥାୟୀ ଯାହା ପ୍ରାକୃତିକ ନୁହେଁ । ଆଜି ପର୍ଯ୍ୟନ୍ତ ବିଜ୍ଞାନରର କୌଣସି ଜିନିଷ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର ହୋଇନାହିଁ, କିମ୍ବା ଆଗକୁ ହେବନାହିଁ ।

ଏହା ସବୁବେଳେ ପରିବର୍ତ୍ତନଶୀଳ ଏବଂ ଏହାର କୌଣସି ବାସ୍ତବତା ନଥାଏ । ମାଧ୍ୟାକର୍ଷଣ ଶକ୍ତି ଭାରତର ଆର୍ଯ୍ୟଭଟ୍ଟ ଉଦ୍ଭାବନ କରିଥିଲେ, ଯାହାକୁ କିଛି ବିଦେଶି ସଂସ୍ଥା ଏବଂ ଲୋକେ ଯେଉଁମାନେ ସନାତନ ଧର୍ମ ବିରୋଧୀ ଅଟନ୍ତି ସେମାନେ ଏହାକୁ ଚୋରାଇ ନେଇ ନିଉଟନ୍ ଥିଓରୀ ବୋଲି କହିଲେ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଜଣେ ବାପା କହୁଛି- ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଭୁବନେଶ୍ୱରକୁ ନିଜ ଝିଅଙ୍କୁ ପଢିବାକୁ ପଠାନ୍ତୁ ନାହିଁ...

ତେବେ ବ୍ୟକ୍ତି ଜଣକ ନିଜକୁ ଭୁତ ସଂଘର ସଭାପତି କହୁଥିବା ବେଳେ, ପ୍ରେତମାନେ ତାଙ୍କୁ ସାହାଯ୍ୟ ମାଗିଲେ ସେ ସାହାଯ୍ୟ କରନ୍ତି ବୋଲି କହିଛନ୍ତି । ଏବେ ତାଙ୍କ ପ୍ରେତ ସଂଘରେ 40 ଲକ୍ଷ ସଦସ୍ୟ ଅଛନ୍ତି, ନିକଟରେ ଜଣେ ଋଷିଆନ୍ ପ୍ରେତ ମଧ୍ୟ ଆସିଛନ୍ତି ତାଙ୍କ ନାଁ ପୁତିନ୍ । ଋଷିଆନ୍‌ଙ୍କୁ ମିଶାଇ ତାଙ୍କ ନିକଟରେ ଥିବା ପ୍ରେତ ସଂଖ୍ୟା 40 ଲକ୍ଷ 1 ହୋଇଥିବା ବେଳେ ପରବର୍ତ୍ତି ନମ୍ବର ନବ ଦାସଙ୍କର ରହିଛି । ତେବେ ପ୍ରେତ ମାନଙ୍କର ବୈଠକରେ ସେମାନେ ତାଙ୍କ ନିକଟରେ ବସନ୍ତି ଏବଂ ତାଙ୍କର ସୁଖ ଓ ଦୁଖଃ ଜଣାନ୍ତି ବୋଲି ମଧ୍ୟ ବ୍ୟକ୍ତି ଜଣକ ଦାବି କରିଛନ୍ତି ।