ଦେଖନ୍ତୁ ଭିଡ଼ିଓ: ଜଣେ ବାପା କହୁଛି- ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଭୁବନେଶ୍ୱରକୁ ନିଜ ଝିଅଙ୍କୁ ପଢିବାକୁ ପଠାନ୍ତୁ ନାହିଁ...

 
Jhia

ରାଜଧାନୀରୁ ପୁଣି ଉଦ୍ଧାର ହୋଇଛି ଛାତ୍ରୀଙ୍କ ମୃତଦେହ। ପ୍ରେମକୁ କେନ୍ଦ୍ର କରି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣା ପଡିଛି। ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ନିକଟସ୍ଥ ଗୋଠପାଟଣୋର ଦେଖିବାକୁ ମିଳିଛି ଏହି ଘଟଣା। ମୃତ ଛାତ୍ରୀ ଜଣଙ୍କ ହେଲେ ବିଏସ୍‍ସି ଦ୍ୱିତୀୟ ବଷର୍ର ଛାତ୍ରୀ ଅଚ୍ଚର୍ନା ଦାସ। ଏକ କଲେଜ ହେଷ୍ଟଲ ଭିତରୁ ଅଚ୍ଚର୍ନାଙ୍କ ମୃତେଦହ ମଙ୍ଗଳବାର ସକାଳୁ ସକାଳୁ ଜବତ କରିଥିଲା। ସୋମବାର ବିଳମ୍ବିତ ରାତିରେ ବେକେର ଶାଢ଼ି ଲଗାଇ ଅର୍ଚ୍ଚନା ଝୁଲି ପଡ଼ିଥିବା ଅନୁମାନ କରାଯାଉଛି।

Jhia

ଖବର ପାଇ ଚନ୍ଦକା ଥାନା ପୁଲିସ ଓ ସାଇଣ୍ଟିଫିକ୍‍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ମୃତ ଛାତ୍ରୀଙ୍କ ସୁଇସାଇଡ୍‍ ନୋଟ୍‍ ଜବତ ହୋଇ ନଥିବା ପୁଲିସ ପକ୍ଷରୁ କୁହାଯାଇଛି। ମୃତ ଅଚ୍ଚର୍ନାଙ୍କ ଘର କେନ୍ଦୁଝରେର ଜିଲ୍ଲାରେ ସେ ଭୁବନେଶ୍ୱରରେ ରହି ପାଠ ପଢୁଥିଲେ।

ବିଗତ କିଛି ମାସ ମଧ୍ୟରେ ରାଜଧାନୀ ଭୁବନେଶ୍ୱରେର ଅନେକ ଯୁବତୀଙ୍କ ଝୁଲନ୍ତା ମୃତେଦହ ଜବତ ହୋଇଛି। ଏଥିରେ ଉଚ୍ଚଶିକ୍ଷିତା ମଧ୍ୟ ସାମିଲ ଅଛନ୍ତି। ବିଜେବି କଲେଜ, ରମାଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଛାତ୍ରଛାତ୍ରୀମାନେ ବାରମ୍ବାର ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଉଥିବାରୁ ଏହାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହୁଥିବା ଦେଖିବାକୁ ମିଳିଛି।