ଦେଖନ୍ତୁ ଭିଡ଼ିଓ: ଷ୍ଟେଜ୍‌ରେ ଧମାଲ ମଚାଇଲେ IAS ଯୋଡ଼ି, ରୋମାଣ୍ଟିକ ଅନ୍ଦାଜରେ ଡାନ୍ସ କଲେ ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାପାଳ

 
Ias

ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବାକୁ ଯାଉଛନ୍ତି ବଲାଙ୍ଗୀର ଜିଲ୍ଲାପାଳ । ଉଭୟ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି  । ବିବାହ ପୂର୍ବରୁ ମେହେନ୍ଦି ସେରିମନିରେ ଡ୍ୟାନ୍ସ କଲେ ଦୁଇ ଜିଲ୍ଲାପାଳ । ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ମେହେନ୍ଦୀ ସେରିମନିରେ ନାଚିଛନ୍ତି ଆଇଏଏସ୍‌ ଚଞ୍ଚଳ ରାଣା ଓ ଆଇଏଏସ୍‌ ଅନନ୍ୟା ଦାସ । ଗୌହାଟିର ଏକ ରିସୋର୍ଟରେ ମେହେନ୍ଦି ସେରିମନି ଆୟୋଜନ ହୋଇଥିଲା । ଏକ ହିନ୍ଦୀ ଗୀତରେ ଏହି କପଲ ଏକାଠି ନାଚୁଥିବାର ଭିଡିଓ ସାମ୍ନାକୁ ଆସିଛି ।

IAS Marriage

ଅନନ୍ୟା ଦାସଙ୍କ ଘର ଆସାମ । ଗୌହାଟିରେ ବିବାହ କାର୍ଯ୍ୟ ପାଇଁ ସବୁ ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଗତ ପେବ୍ରୁଆରୀ 19 ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା ।

ଦେଖନ୍ତୁ ଭିଡିଓ :-

ବଲାଙ୍ଗିର ଜିଲ୍ଲାପାଳ ଥିବା ଚଂଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ । ଏନଆଇଟିରୁ ବିଟେକ୍ ଡିଗ୍ରୀ ହାସଲ କରିବା ପରେ ଚଂଚଳ ରଣା ୟୁପିଏସସିରେ ଟପ୍ପର ହୋଇଥିଲେ ।

ଆହୁରି ପଢନ୍ତୁ :- କେମିତି ହେଲା ପ୍ରେମ? ଦ୍ଵିତୀୟ ବିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ, ଉଭୟଙ୍କ ହୋଇଛି ଛାଡ଼ପତ୍ର

2018 ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଅନନ୍ୟା ଦାସ । ୟୁପିଏସସିରେ ସର୍ବଭାରତୀୟ ସ୍ତରରେ 16 ତମ ରାଙ୍କ ରଖିଥିଲେ । ସମ୍ବଲପୁର ଜିଲ୍ଲାପାଳ ଥିବା ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା । ପୂର୍ବରୁ କଟକ ମହାନଗର ନିଗମର କମିଶନର ଦାୟତ୍ୱ ତୁଲାଇଥିଲେ ।