କେମିତି ହେଲା ପ୍ରେମ? ଦ୍ଵିତୀୟ ବିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ, ଉଭୟଙ୍କ ହୋଇଛି ଛାଡ଼ପତ୍ର

 
Ias Couple

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ହାତ ଧରିବାକୁ ଯାଉଛନ୍ତି ଚଞ୍ଚଳ ରାଣା । ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଗତକାଲି ଅନନ୍ୟାଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ପାରମ୍ପରିକ ରୀତିନୀତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ddddgf

ଏଥିରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପରସ୍ପରକୁ ମୁଦୀ ପିନ୍ଧେଇଥିଲେ ଏହି 2ଜଣ IAS ଅଧିକାରୀ । ଏହାସହ କିଛି ନିକଟତର ବନ୍ଧୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆସନ୍ତା କିଛି ମାସ ମଧ୍ୟରେ ଉଭୟ ବିବାହ କରିବା ନେଇ ସୂଚନା ମିଳିଥିଲା । ଏହା ହେଉଛି ଉଭୟଙ୍କ ଦ୍ୱିତୀୟ ବିବାହ ।

hthyt

ସୁଚନାନୁସାରେ, ଆସାମର ଝିଅ ଅନନ୍ୟା ପୂର୍ବରୁ IAS ଅଧିକାରୀ ଅବଦଲ୍‌ ଏମ୍‌ ଅଖତର୍‌ ଯିଏ ବର୍ତ୍ତମାନ କୋରାପୁଟର ଜିଲ୍ଲାପାଳ ଅଛନ୍ତି ତାଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା ।

rtyg

ସେହିପରି ଚଞ୍ଚଳ ରାଣା IAS ଅଧିକାରୀ ସ୍ୱଧା ଦେବ ସିଂ ଯିଏ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାପାଳର ଜିଲ୍ଲାପାଳ ଅଛନ୍ତି ତାଙ୍କୁ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ମତଭେଦ ହେବାରୁ ଛାଡ଼ପତ୍ର ଦେଇଥିଲେ । ବର୍ତ୍ତମାନ ପୁଣିଥେର ଉଭୟ IAS ଅଧିକାରୀ ବିବାହ କରିବାକୁ ଯାଉଛନ୍ତି ।