ଦେଖନ୍ତୁ ଭିଡିଓ : ଯାହାକୁ ମୃତ ଭାବି ଫୋପାଡ଼ି ଦେଇଥିଲେ, 3 ଦିନପରେ 7ଟି ମୃତଦେହ ତଳୁ ମିଳିଲା ସେ ଜୀବନ୍ତ

 
Pila

ମୃତ ଭାବି ଫୋପାଡ଼ି ଦେଇଥିଲେ, 3 ଦିନ ପରେ 7 ଟି ମୃତଦେହ ତଳୁ ମିଳିଲା ଜୀବନ୍ତ ପିଲା । ଏହା ସତ୍ୟ ଅଟେ । ଯାହାକୁ ଲୋକେ ମୃତ ଘୋଷଣା କରି ଫୋପାଡି ଦେଲେ କିନ୍ତୁ ଜୀବିତ ଥିଲା ସେହି ପ୍ରାଣ । ଏହି ଘଟଣା ଅନୁସାରେ ପଞ୍ଚମ ଶ୍ରେଣୀରେ ପଢୁଥିବା  ଛାତ୍ର ଦେବାଶିଷ ପରିବାର ସହ ମିଶି ଭଦ୍ରକ ଯାଉଥିଲା ।

Train Accident

ସେଠାରେ କକା କୁଢି ସେମାନଙ୍କ ଅପେକ୍ଷାରେ ଥିଲେ । ମାତ୍ର ଘଟିଗଲା ଏଭଳି କିଛି ଅଭାବନୀୟ ଘଟଣା ଯାହା ସମସ୍ତକୁ ମର୍ମାହିତ କରିଦେଲା । କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ 275 ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 900 ଶହ ଲୋକେ ଗୁରୁତର ଭାବରେ ଆଘାତ ହୋଇଛନ୍ତି । ତେବେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିବା ଲୋକେ ମୃତ ଲୋକମାନଙ୍କୁ ଏକାଠି କରି ଗୋଟାଏ ସ୍ଥାନରେ ସଗୃହିତ କରୁଥିବା ବେଳେ ଜୀବନ୍ତ ପିଲାକୁ ମଧ୍ୟ ସେଠାରେ ରଖିଦେଇଥିଲେ ।

ଦେଖନ୍ତୁ ଭିଡିଓ :-

ମାତ୍ର ଦେବାଶିଷଙ୍କ ବଡ ଭାଇଙ୍କ ଚେଷ୍ଟା ହେତୁ ଶନିବାର ଦିନ ପୁଅଟିକୁ ଉଦ୍ଧାର କରଯାଇଥିଲା । ତେବେ ଉଦ୍ଧାର କରିବା ପରେ ଯେବେ ଦେବାଶିଷ କୁ ପଚରାଯାଉଛି । ତେବେ ସେଠାରେ ଘଟିଥିବା ବିଷୟ ସମ୍ପର୍କରେ ଦେବାଶିଷ କହିଛି ଯେ ମୁଁ ମୋ ପରିବାର ସହ ଭଦ୍ରକ ଯିବା ପାଇଁ କରମଣ୍ଡଳ ଟ୍ରେନ୍ ରେ ଯାଉଥିଲୁ । ମୁଁ ମା’ ଙ୍କ କୋଳରେ ଶୋଇଥିବା ସମୟରେ ହଠାତ ଏକ ଭୟାନକ ଶବ୍ଦ ଶୁଣିବାକୁ ପାଇଥିଲି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଟ୍ରେନ୍ ଦୁର୍ଘଟଣା ନେଇଗଲା ଜୀବନ, ହାତରେ ଫଟୋ କାନ୍ଦି କାନ୍ଦି ବାପାଙ୍କୁ ଖୋଜୁଛି ୪ ବର୍ଷର ଝିଅ

ଯେବେ ବିଦ୍ୟୁତ ଦୁର୍ଘଟଣା ଓ ଟ୍ରେନ୍ ଓଲଟିଲା ତେବେ ମୁଁ ମୋର ଚେତନା ଶକ୍ତି ହରାଇଥିଲି ଏବଂ ଯେତେବେଳେ ମୋତେ ଚେତନା ଆସିଲା ଓ ମୁଁ ଆଖି ଖୋଲି ଦେଖେ ତ ମୁଁ ଶବ ଭିତରେ ମୁଁ ପଡିଛି । ମୋ ବଡ ଭାଇ ସୁବାଶିଷ ଦୁଇ ଦିନ ଧରି ଅନ୍ଧାରରେ ମତେ ଖୋଜି ଖୋଜି ବାହାର କରିଥିଲା । ଭାଇର ଚେଷ୍ଟା ଶେଷକୁ ସଫଳ ହୋଇଥିଲା । ଜୀବନ୍ତ ପୁଅ ଉଦ୍ଧାର ପଛରେ ବଡ ଭାଇର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ଯୋଗୁ 10 ବର୍ଷ ସାନ ପୁଅକୁ ଆଘାତ ସହକାରେ ସୁରକ୍ଷିତ ରହିଛି ।