ଦେଖନ୍ତୁ ଭିଡିଓ : ସହିଦ୍ ଦେବାଶିଷ ବିଶ୍ବାଳଙ୍କ ପରିବାରର ଦୁଃଖ ସହି ନପାରି ଧାଇଁ ଆସିଲେ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ, ଆଉ କହିଲେ ...

 
Sahid

ଆପଣମାନେ ନିଶ୍ଚୟ ଏହି ଦୁଃଖଦ ଖବର ଶୁଣିଥିବେ ଯେ ଗତ 20 ତାରିଖ ଗୁରୁବାର ଅପରାହ୍ଣ 3 ଟା ସମୟରେ ଜାମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା । ଯାହା ଫଳରେ 5 ଯବାନ ସହିଦ ହୋଇ ଯାଇଥିଲେ । ଆଉ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ମଧ୍ୟ ଥିଲେ । ସେ ହେଉଛନ୍ତିି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମା ଖଣ୍ଡାୟତ ସାହିର ପ୍ରତାପ ବିଶ୍ୱାଳ ଓ ମମତାଙ୍କ ପୁତ୍ର ଦେବାଶିଷ ବିଶ୍ୱାଳ ।

sahid Debasis Biswal

ଦେବାଶିଷ ସୁଶ୍ରୀସଙ୍ଗୀତା ବିଶ୍ୱାଳଙ୍କୁ ଏହି ନିକଟରେ ବିବାହ କରିଥିବା ବେଳେ ତାଙ୍କର ଏକ 7 ମାସର କନ୍ୟା ସନ୍ତାନ ମଧ୍ୟ ଅଛି । ଆକ୍ରମଣ ପରେ ସେନା ମୁଖ୍ୟାଳୟରୁ ତାଙ୍କ ପରିବାରକୁ ଏହି ସୂଚନା ଦିଆଯାଇଥିଲା । ଆଉ ଖବର ମିଳିବା ପରେ ସମ୍ପୂର୍ଣ ପରିବାର ଭାଙ୍ଗି ପଡ଼ିଥିଲେ । ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସହିଦ ଦେବାଶିଷ ବିଶ୍ଵାଳଙ୍କ ମୃତ୍ୟୁ ଖବର ଯିଏ ଶୁଣୁଛନ୍ତି ସିଏ ଦୁଃଖ ପ୍ରକାଶ କରୁଛନ୍ତି ।

ଦେଖନ୍ତୁ ଭିଡିଓ :-

କିନ୍ତୁ ପତ୍ନୀ ସୁଶ୍ରୀସଙ୍ଗୀତାଙ୍କ ଦୁଃଖ ଅବର୍ଣ୍ଣନୀୟ । ସ୍ବାମୀଙ୍କ ବିନା ଗୋଟିଏ ମିନିଟ ତାଙ୍କୁ ଯେମିତି ଲାଗୁଛି ଗୋଟିଏ ଯୁଗ ପରି । କେତେବେଳେ ସକାଳେ ହୋଇ ସନ୍ଧ୍ୟା ହୋଇଯାଉଛି କିଛି ଜଣା ପଡୁନାହିଁ । ସବୁବେଳେ ସେହି ବନ୍ଦ ରୁମରେ ନିଜକୁ ଅନ୍ଧକାର ରେ ହଜାଇ ଦେବାକୁ ଇଚ୍ଛା ହେଉଛି । ଆଉ ଚାରିଆଡ଼େ ଶୂନ୍ୟ ପଞ୍ଜୁରୀ ପରି ଲାଗୁଛି । ଏତେ କମ୍ ବୟସରେ ବିଧବା ହୋଇଗଲେ ସଂଗୀତା । ପାଖରେ 7 ମାସର କୁନି ଝିଅକୁ ନେଇ ବାକି ଜୀବନ ସୁଶ୍ରୀ ସଂଗୀତା କେମିତି ବିତାଇବେ ତାକୁ ଭାବି ଭାବି ଆଖିରେ ନିଦ ନାହିଁ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ସହିଦ ଦେବାଶିଷଙ୍କ ଘରକୁ ଆସିଲେନି ଓଡ଼ିଆ ହିରୋ, କିନ୍ତୁ ପହଁଞ୍ଚିଲେ ବଲିଉଡ ହିରୋ ମିଥୁନ ଚକ୍ରବର୍ତୀ

କିନ୍ତୁ ଏହାରି ମଧ୍ୟରେ ସଂଗୀତାଙ୍କ ଦୁଃଖକୁ ବାଣ୍ଟିବା ପାଇଁ ଆଗେଇ ଆସିଛନ୍ତି ଆଦିତ୍ୟ ଦାସଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ । ଯିଏ ମଧ୍ୟ ନିଜ ସ୍ୱାମୀଙ୍କୁ ହରାଇ ସାରିଛନ୍ତି । ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ତାହା ହେଉଛି ସତ୍ୟବାଦୀ ଖଣ୍ଡାୟତ ସାହିର ସହିଦ ଅମର ଯବାନ ଦେବାଶିଷଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେବା ସହିତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି, ମାନବ ପ୍ରେମୀ ସ୍ବର୍ଗତ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ । କହିଲେ ଦେବାଶିଷଙ୍କ ପାଇଁ ସାରାଦେଶ କାନ୍ଦୁଛି । ଏହାସହିତ ଦେବାଶିଷଙ୍କ କୁନି ଝିଅକୁ ମଧ୍ୟ କୋଳାଇ ନେଇ ଗେଲ୍ହ କଲେ । ତାପରେ ପାରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବା ସହିତ ପତ୍ନୀ ସଂଗୀତାଙ୍କୁ ଧର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ ।