ଦେଖନ୍ତୁ ଭିଡ଼ିଓ: ସହିଦ ଦେବାଶିଷଙ୍କ ଘରକୁ ଆସିଲେନି ଓଡ଼ିଆ ହିରୋ, କିନ୍ତୁ ପହଁଞ୍ଚିଲେ ବଲିଉଡ ହିରୋ ମିଥୁନ ଚକ୍ରବର୍ତୀ

 
Mithun

ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାର୍ଥନା କରିବା ଏବଂ ଭାଇଭଉଣୀଙ୍କ ଆଶୀର୍ବାଦ ପାଇବା ପାଇଁ ଓଡିଶାର ପୁରୀ ସହର ପରିଦର୍ଶନ କରିଥିଲେ ।

Mithun Chakravarty

ସୂତ୍ରରୁ ପ୍ରକାଶ ଯେ ମିଥୁନ ରବିବାର ରାତିରେ ଅକ୍ଷୟ ତୃତୀୟାର ଶୁଭ ଅବସରରେ ମନ୍ଦିର ପରିଦର୍ଶନ କରିଥିଲେ । ପୁରୀ ପରିଦର୍ଶନ କରିବା ପୂର୍ବରୁ ମିଥୁନ ଅକ୍ଷୟ ତୃତୀୟା ଅବସରରେ ପିପିଲିରେ ସମ୍ବିତଙ୍କ ସହ ମିଶି ଅଖିମୁଠି ଅନୁକୂଳ ମଧ୍ୟ କରିଥିଲେ ।

ଦେଖନ୍ତୁ ଭିଡିଓ :-

ଏହା ସହିତ ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ପ୍ରସିଦ୍ଧ ମନ୍ଦିର ସାକ୍ଷୀଗୋପୀନାଥ ଯାଇ ପ୍ରଭୁ ରାଧାକୃଷ୍ଣଙ୍କୁ ଦର୍ଶନ କରିବା ସହ ଦେଶର ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ । ଏହାପରେ ମନ୍ଦିର ବାହାରେ ସତ୍ୟବାଦୀ ମାଟିର ବୀର ଯବାନ ସହିଦ ଦେବାଶିଷ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଯେଉଁଠାରେ କୌଣସି ଓଡ଼ିଆ ହିରୋ ଆସି ସମବେଦନା ମଧ୍ୟ ଜଣାଇନଥିଲେ ସେଠାରେ ବଲିଉଡ ହିରୋ ଆସି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଯୁବ ନେତା ଓମ୍ ପ୍ରକାଶ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢନ୍ତୁ :- ବିବାହ ପୂର୍ବରୁ କରାଗଲା ଝିଅଙ୍କ ଗର୍ଭ ପରୀକ୍ଷା, ପଜିଟିଭ୍ ବାହାରିବାରୁ ହେଲା ଏମିତି, ଜାଣନ୍ତୁ ପୂରା ଖବର

ଶ୍ରଦ୍ଧାଞ୍ଜଳି ସଭାରେ ମିଥୁନ ଚକ୍ରବର୍ତ୍ତୀ କହିଥଲେ,” ଶତ୍ରୁ ଦେଶକୁ ବେଶ୍ ଭାରି ପଡିବ । ଶହୀଦ୍ ଦେବାଶିଷ ବିଶ୍ବାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଶତ୍ରୁମାନେ ଭାରତକୁ ଦୁର୍ବଳ ଭାବନ୍ତୁ ନାହିଁ । ଏହି ଘଟଣା ଶତ୍ରୁ ଉପରେ ବେଶ୍ ଭାରି ପଡିବ । ଭାରତର ସାହାସୀ ସିପାହୀଙ୍କ ବଳିଦାନର ଜବାବ ଶତ୍ରୁଙ୍କୁ ନିଶ୍ଚିତ ଦିଆଯିବ । ଖାଲି ଠିକ ସମୟକୁ ଅପେକ୍ଷା କର ଶତ୍ରୁକୁ କଡା ଜବାବ ମିଳିବ।” ଏହାସହ ସତ୍ୟବାଦୀ ମାଟିକୁ କୋଟି କୋଟି ପ୍ରଣାମ କରିଛନ୍ତି ମିଥୁନ ଚକ୍ରବର୍ତ୍ତୀ ।