ଦେଖନ୍ତୁ ଭିଡିଓ: କି ଲଜ୍ଜାଜନକ କଥା ! ଆଗ ଧାଡ଼ିରେ ବସିବାକୁ ତଳେ ପଡ଼ି ଗଡ଼ାଗଡ଼ି ହେଲେ ଦୁଇ କଂଗ୍ରେସ ନେତା

ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସର କନ୍ଦଳ । ଆଗ ଧାଡ଼ିରେ ବସିବାକୁ ଏମିତି କଳି ଲାଗିଲା ଯେ, ପାର୍ଟି ଅଫିସ୍ ଭିତରେ ଲାଗିଲେ ଝଗଡା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାରେ କଂଗ୍ରେସ ପାର୍ଟି ଅଫିସରେ । ଆଜି ପୂର୍ବାହ୍ନ ସମୟରେ ଏହି ଘଟଣା ଘଟିଛି । ଯେଉଁଠି ଦୁଇ ବରିଷ୍ଠ ନେତା ସବିର ହୁସେନ ଓ ଉମେଶ ସରନ ଗଣ୍ଡଗୋଳ କରିଛନ୍ତି ।
ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କିନ୍ତୁ ଆଗ ଧାଡ଼ିରେ କିଏ ବସିବ ତାକୁ ନେଇ ସବିର ଓ ଉମେଶଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଠେଲାପେଲା ଓ ମୁଥ ମରାମରି ହୋଇଥିଲେ ଦୁଇ ଜଣ । ଖଣ୍ଡେ ଚେୟାର ପାଇଁ ହିତାହିତ ଜ୍ଞାନ ଭୁଲିଗଲେ ଦୁଇ ନେତା । ଦଳର ଅନ୍ୟ କର୍ମୀଙ୍କ ସାମ୍ନାରେ ଚାଲିଲା ଖଣ୍ଡଯୁଦ୍ଧ ।
ଦେଖନ୍ତୁ ଭିଡିଓ :-
#ପାର୍ଟି_ଅଫିସ୍_ଭିତରେ_ମାରପିଟ
— ଓଟିଭି (@otvkhabar) May 12, 2023
ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା କଂଗ୍ରେସର କନ୍ଦଳ । ପ୍ରେସମିଟରେ ଆଗ ଧାଡ଼ିରେ ବସିବାକୁ କଳି, ତଳେ ଗଡ଼ି ପିଟାପିଟି ହେଲେ ଦୁଇ କଂଗ୍ରେସ ନେତା#Odisha #Rourkela #Congress pic.twitter.com/608ibTZBvi
ଭିଡିଓ ଦେଖି କେହି ବିଶ୍ୱାସ କରିପାରିବେ ନାହିଁ ଯେ ଦୁଇ ଜଣ ନେତା ଏପରି ପିଲାଙ୍କ ପରି ଟଣାଭିଡ଼ା ହେଉଛନ୍ତି । ଏତିକିରେ କଥା ସରିଲାନି ଉଭୟ ନେତା ତଳେ ଗଡ଼ାଗଡ଼ି ହୋଇ ପିଟାପିଟି ହୋଇଥିଲେ । ପରିସ୍ଥିତି ଏମିତି ହେଲା କି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରିବାକୁ ପଡ଼ିଲା । ତେବେ ଗଡ଼ାଗଡ଼ି ହୋଇଥିବା ସବିର ଓ ଉମେଶ, କଂଗ୍ରେସର ବହୁ ପୁରୁଣା ତଥା ବରିଷ୍ଠ ନେତା ହୋଇଥିଲେ ସୁଦ୍ଧା ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବନେତା ମାନଙ୍କୁ ଏମାନେ କ'ଣ ବା ରାଜନୀତି ଶିଖାଇବେ ବୋଲି ପ୍ରଶ୍ନ ଉଠୁଛି ।
ଆହୁରି ପଢନ୍ତୁ :- ବିରୋଧୀ ଙ୍କୁ ସାହାର୍ଯ୍ୟ କରିବେ କି ନବୀନ ବାବୁ ? 2024 ନିର୍ବାଚନ ପୂର୍ବରୁ ନୀତୀଶ-ନବୀନଙ୍କ ଯୋଜନା କଣ ?
ସାରା ଦେଶରେ ହେଉ କିମ୍ବା ଓଡ଼ିଶାରେ ହେଉ ଗୋଷ୍ଠୀ କନ୍ଦଳ ପାଇଁ କଂଗ୍ରେସ ନିଜର ସ୍ଥିତି ପାଇଁ ନିଜେ ଦାୟୀ ବୋଲି କୁହାଯାଉଛି । ଏହି ନୀତି ପାଇଁ କଂଗ୍ରେସ ହାତରୁ ଯାଇଛି ଓଡ଼ିଶାର ଶାସନ ଭାର । ପ୍ରଥମେ ସେମାନେ ନେତା ଚୟନ କରିପାରୁନାହାନ୍ତି, କିଏ ଦଳର ନେତୃତ୍ୱ ନେବ, ଆଉ ଏଭଳି ସ୍ଥିତିରେ ପୁଣି ପାର୍ଟି ଅଫିସ୍ରେ ଗଡ଼ାପଡ଼ା ହୋଇ ମାଡ଼ଗୋଳ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।