ଦେଖନ୍ତୁ ଭିଡିଓ: ରିଲ କରୁ କରୁ ମାଡି ଆସିଲା ମୃତ୍ୟୁ, ପ୍ରାଣ ହରାଇଲେ ସରପଞ୍ଚ, ରାସ୍ତା ମଝିରେ ମୁଣ୍ଡ ହୋଇଗଲା ଦୁଇ ଫାଳ ...

 
Sarpanch

ଜୀବନ ହେଉଛି ଏକ ପାଣି ଫୋଟକା, କେତେବେଳେ କାହାର ପ୍ରାଣ ବାୟୁ ଉଡିଯିବ ତାହା କେବେଳ ଭଗବାନଙ୍କୁ ଜଣା । ଏବେ ବାଇକ ଧରି ବାହାରିବା ପୂର୍ବରୁ ହଜାର ଥର ଚିନ୍ତା କରିବାକୁ ପଡୁଛି । ମନରେ ଭୟ ମଧ୍ୟ ସୃଷ୍ଟି ହେଉଛି କେଉଁଠି ଦୁର୍ଘଟଣା ହେବ କି, ଦ୍ରୁତ ଗତିରେ ଗାଡି ଆସି ଧକା ଦେବ କି ଆପଣ ଆପଣଙ୍କ ରାସ୍ତାରେ ଯାଉଥିବେ ଏବଂ ହଠାତ ଏକ ଗାଡି ଆସି ଧକା ଦେବ । ତେବେ ଆପଣ କଣ କରିବେ । ଠିକ ଯେମିତି ସରପଞ୍ଚଙ୍କ ଜୀବନ ଚାଲିଗଲା ।

df fds sd

“ମୁଁ ଆଉ କାହିଁକି ବଞ୍ଚିବି, ମୋ ଝିଅ କୁଆଡେ ଗଲା ? କାହିଁକି ତାକୁ ମୋତେ ଦେଖାଇ ଦେଲନି । ହସ୍ପିଟାଲ କଣ ପାଇଁ ତାକୁ ନେଲ ? ମୋର ଛୋଟ ଛୋଟ ନାତି ନାତୁଣୀ ଅଛନ୍ତି । ସେମାନେ ତାର ମାଆକୁ ଖୋଜୁଛନ୍ତି । ସେମାନେ ବାପା ମାଆ ଛେଉଣ୍ଡ ହୋଇଗଲେ । ମୁଁ କାହିଁକି ଏ ଜୀବନ ରଖିବି । କାହାକୁ ଏ ମୁହଁ ଦେଖାଇବି । ମୁଁ ଥାଉ ଥାଉ ମୋର ଝିଅ ଜ୍ୱାଇଁ ଆରପାରକି ଚାଲିଗଲେ । ” ଏମିତି କହି କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି ବାପା ମାଆ ।

ଏଭଳି ଏକ ଘଟଣା ଘଟିଛି ନିମାପଡା ଡେ଼ଲ୍ଟା ଛକ ନିକଟରେ । ନିମାପଡା ବଳଙ୍ଗା ରାସ୍ତା ନିକଟରେ ଥିବା ନକ୍ଷତ୍ର ଛକ ନିକଟରେ ହୋଇଛି ଏକ ସଡ଼କ ଦୁର୍ଘଟଣା । ବୁଲେଟକୁ ଧକ୍କା ଦେଇଛି ହାଇବା । ଆଉ ଏହି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ନିଜେ ମହିଳା ସରପଞ୍ଚ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଚାହୁଁ ଚାହୁଁ ଫାଟିଗଲା ରାସ୍ତା! ଦୁର୍ଘଟଣାର ଶିକାର ହେଲେ ଏହି ମହିଳା…

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତ ମହିଳା ସରପଞ୍ଚ ହେଲେ ବିରାମପୁର ଗ୍ରାମ ପଂଚାୟତର ଦୀପା ରାଣୀ ବେହେରା । ଦୀପା ନିଜ ଭାଇଙ୍କ ସହିତ ବୁଲେଟ ଯୋଗେ ବିବାହ ସମାରୋହରେ ଯୋଗ ଦେବାକୁ ନିମାପଡା ଆସିଥିବା ବେଳେ ତାଙ୍କ ବୁଲେଟକୁ ପଛପଟୁ ହାଇବା ଧକ୍କା ଦେଇଥିଲା । ଆଉ ସରପଞ୍ଚଙ୍କ ମୁଣ୍ଡ ଉପରେ ହାଇବା ଚଢି ଯାଇଥିଲା । ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଉ ତାଙ୍କ ଭାଇ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ 3 ମାସ ପୂର୍ବରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇ ସାରିଛି ।