ଦେଖନ୍ତୁ ଭିଡ଼ିଓ: ଚାହୁଁ ଚାହୁଁ ଫାଟିଗଲା ରାସ୍ତା! ଦୁର୍ଘଟଣାର ଶିକାର ହେଲେ ଏହି ମହିଳା….

ରାସ୍ତା ଉପରେ ଦୁର୍ଘଟଣା ହେବା ସେପରି କିଛି ନୂଆ କଥା ନୁହେଁ। ଦିନକୁ ଏଭଳି ହଜ଼ାର ହଜ଼ାର ସଡକ ଦୁର୍ଘଟଣା ହେଉଥିବା ବେଳେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ, ଏହାରି ଭିତରେ ଏକ ଅଜବ୍ ସଡକ ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଘଟଣାଟି ମହାରାଷ୍ଟ୍ରର ୟବତମାଲରେ ଘଟିଥିବା ବେଳେ ଏଠାରେ ହଠାତ ରାସ୍ତା ଭୁଶୁଡ଼ି ଯିବାରୁ ଜଣେ ଯୁବତୀ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁଯାଇ ୟବତମାଳାର ଏକ ଛକ ନିକଟରେ ଅଣ୍ଡରଗ୍ରାଉଣ୍ଡ ପାଣି ପାଇପଲାଇନ ଫାଟି ଯାଇଥିଲା। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଏହା ରାସ୍ତା ଫଟାଇ ବାହାରକୁ ବାହାରିବାକୁ ଲାଗିଥିଲା।
#WATCH महाराष्ट्र: यवतमाल के मेनडे चौक के पास अचानक भूमिगत पाइप लाइन फटने की घटना CCTV कैमरे में कैद हुई। पाइप लाइन फटने के दौरान एक युवती स्कूटी से वहां से गुजर रही थी। बताया जा रहा है कि इस घटना में युवती घायल हो गई है।
— ANI_HindiNews (@AHindinews) March 4, 2023
(सोर्स: CCTV) pic.twitter.com/1uZBMq75GK
ଦୁର୍ଭାଗ୍ୟବଶତଃ ସମ୍ପୃକ୍ତ ଯୁବତୀ ଜଣକ ସେହି ବାଟ ଦେଇ ଯାଉଥିବା ବେଳେ ତାଙ୍କ ଉପରେ ପାଣି ମାଡ଼ ହେବାରୁ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଏପରିକି ଦୁର୍ଘଟଣା ପରେ ସେ ବେହୋସ ହୋଇଯାଇଥିବା ଏବଂ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡିଛି। ଅମୃତ ଯୋଜନାରେ ଏହି ପାଣି ପାଇପ କାମ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।