ଦେଖନ୍ତୁ ଭିଡ଼ିଓ: ନବ ଦାସଙ୍କ ପ୍ରେତାତ୍ମା ସହ କଥା ପଡ଼ିଲା ମହଙ୍ଗା, ଭୂତଙ୍କ ସଭାପତି କହୁଥିବା ବିପିନ ରାଉତରାୟ ଗିରଫ

 
Bipin

ନବ ଦାସଙ୍କ ମୃତ୍ୟୁ ଘଟଣାକୁ ଅନେକ ଦିନ ବିତି ସାରିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର୍ଯ୍ୟଜନକ କଥା । ଆପଣମାନେ ଏହି ଆଧୁନିକ ଯୁଗରେ ଏହି କଥାକୁ ବିଶ୍ଵାସ ନକରି ପାରନ୍ତି କିନ୍ତୁ ଯିଏ ପ୍ରତ୍ଯକ୍ଷ ଦର୍ଶୀ ଥିଲେ ତାଙ୍କ ପାଇଁ ତ ଏହା ଥିଲା ନିରାଟ ସତ । ନବ ଦାସ ଅଛନ୍ତି ନବୀନ ନିବାସରେ । ସଇତାନ ଯୋନୀକୁ ଚାଲି ଯାଇଛନ୍ତି ନବ ଦାସ । ନିଜର ଏବଂ ତାଙ୍କ ଝିଅ ଦୀପାଳି ପଛରେ ପଡିଥିବା ଲୋକଙ୍କୁ ହଇରାଣ କରିବା ପାଇଁ ପ୍ରେତ ହୋଇ ବସିଛନ୍ତି ନବୀନ ନିବାସ ସାମ୍ନାରେ ।

Dipali Das

ଆଉ ଡେରି ନକରି ଆସନ୍ତୁ ଜାଣିବା । ଜ୍ୟୋତିଷ ଆଚାର୍ଯ୍ୟ ବିପିନ କୁମାର ରାଉତ ନିଜେ ନବୀନ ନିବାସ ସାମ୍ନାରେ ଏକ ଛାୟା ଦେଖିଲେ ଏବଂ ତାହା କଣ ଜାଣିବା ପାଇଁ ଆତ୍ମା ସହ କଥା ହେବାକୁ ଚେଷ୍ଟା କଲେ । ଛାୟାକୁ ବିପିନ ପଚାରିଲେ ତୁମେ କିଏ, ଆଉ ସେ କହିଲା ମୁଁ ହେଉଛି ନବ ଦାସଙ୍କ ପ୍ରେତାତ୍ମା । ଏହା ଶୁଣି ବିପିନ କହିଲେ ତୁମେ ତ ମନ୍ତ୍ରୀ ଥିଲ ଆଉ ଏଠି ନବୀନ ନିବାସ ସାମ୍ନାରେ କଣ କରୁଛ ।

ଦେଖନ୍ତୁ ଭିଡ଼ିଓ :-

ଏହାପରେ ନବ ଦାସଙ୍କ ଛାୟା କହିଲା ମୁଁ ଏହି ନବୀନ ନିବାସ ସାମ୍ନାରେ ଘୁରି ବୁଲୁଛି । ଆଉ ମୁଁ ଏବେ ଶନି ପୂଜା କରି ସଇତାନ ହୋଇସାରିଛି । କିଛି ଖଳ ପ୍ରକୃତିର ଲୋକମାନେ ମତେ ମାରିଛନ୍ତି । ଆଉ ଏବେ ମୋ ଝିଅ ପଛରେ ମଧ୍ୟ ସେମାନେ ପଡିଛନ୍ତି । ସେମାନେ ଗୁପ୍ତ ଭାବରେ ଲୁଚି ରହିଛନ୍ତି ଆଉ ସମୟ ପାଇଲେ ମୋ ଝିଅକୁ ମଧ୍ୟ ହଟେଇ ଦେବେ ବୋଲି ଭାବୁଛନ୍ତି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ନବ ଦାସ ନିଜେ ମୋତେ କହିଛନ୍ତି- ସେ ପ୍ରେତ ହେଇକି ଘୁରି ବୁଲୁଛନ୍ତି, ଝିଅ ପାଇଁ ତାଙ୍କ ଆତ୍ମା କରିବ ପ୍ରଚାର

ସେହି ଖଳ ପ୍ରକୃତିର ଲୋକମାନେ ଏହି ନବୀନ ନିବାସକୁ ଆସି ସବୁ ଆରମ୍ଭ କରିଛନ୍ତି । ଏହା ହେଉଛି ସବୁର ଆରମ୍ଭ ସ୍ଥଳୀ । ତେଣୁ ମୁଁ ଏହି ଜାଗା ମୁଣ୍ଡରେ ଜଗିକି ବସିଛି । ବିପିନ 40 ଲକ୍ଷ ଆତ୍ମାଙ୍କ ସହ ଜଡିତ ଅଛନ୍ତି । ଏହାପରେ ନବ ଦାସ ଯୋଡି ହୋଇଛନ୍ତି ତାଙ୍କ ସହ ଏବଂ ତାଙ୍କୁ ସାହାର୍ଯ୍ୟ ମାଗିଛନ୍ତି ଯେପରି ତାଙ୍କ ଝିଅର କିଛି ନ ହେଉ ବୋଲି ଏବଂ ଚାହୁଁଛନ୍ତି ପଶ୍ଚିମ ଓଡିଶା ପାଇଁ କରିବାର ଥିବା କିଛି ଅଧୁରା ସ୍ଵପ୍ନକୁ ତାଙ୍କ ଝିଅ ହାତରେ ପୁରା କରିବା ପାଇଁ ।  ଆପଣମାନେ ଏହାକୁ ମିଛ ଭାବୁଥିଲେ ମଧ୍ୟ ଏହା ସତ ଏବଂ ଏହା ହିଁ ହୋଇଛି ବିପିନଙ୍କ ସହ ।

ତେବେ ନିଜକୁ ଭୂତ ସଂଘର ସଭାପତି କହୁଥିବା ଏହି ବିପିନ କୁମାର ରାଉତରାୟ ବୁଧବାର ଗିରଫ ହୋଇଛନ୍ତି। ଏକ ଓ୍ବାରେଣ୍ଟ ବଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ନନ୍ଦପୁରରୁ ତାଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ୨୦୧୩ ମସିହାର ଏକ କେସ୍‌ରେ ତାଙ୍କ ନାଁ ରେ ଓ୍ବାରେଣ୍ଟ ରହିଥିଲା।