20 ସୂତ୍ରୀ ଯୋଜନାକୁ ଆଧାର କରି ଲୋକଙ୍କ ପାଖକୁ ଯିବ BJD, 24 ଭୋଟ ପାଇଁ ଫୋକସରେ ଅଛି...

 
bjd..

ଓଡ଼ିଶା ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ଏକ ବର୍ଷରୁ କମ୍ ସମୟ ବାକି ଥିବାବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରମୁଖ ଯୋଜନା ଘୋଷଣା କରିଛନ୍ତି - 'ଆମ ଗ୍ରାମ, ଆମ ବିକାଶ', 'ଆମର ଓଡ଼ିଶା, ନୂତନ ଓଡ଼ିଶା' ସଂଶୋଧିତ ଏବଂ ପୁନଃ ନିର୍ମାଣ କରାଯାଇଛି । ଏହା ସହିତ 24 ଭୋଟ ପାଇଁ ଫୋକସରେ ରହିଛି ଶିକ୍ଷା,ସ୍ବାସ୍ଥ୍ୟ, କୃଷି, ଶିଳ୍ପ,ଭିତ୍ତିଭୂମି, ଧର୍ମାନୁଷ୍ଠାନ ବିକାଶ ଓ ମହିଳା ଶସକ୍ତିକରଣ । ଆଉ ଏହି ଯୋଜନାକୁ ଆୟୁଧ କରି ଲୋକଙ୍କ ନିକଟକୁ ଯିବାକୁ ଯୋଜନା କରିଛି ବିଜେଡି ।

naveen patnaik women empowerment

ବିଶେଷ କରି ଯୁବ,ମହିଳା ଓ ଚାଷୀଙ୍କ ଉପରେ ସରକାର ଦେଇଛନ୍ତି ଗୁରୁତ୍ଵ । ବିଜ୍ଞାପନରେ ସଫଳତାର କଥା କହିଛନ୍ତି ସରକାର । ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି ସରକାର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ 801 ହସ୍ପିଟାଲକୁ ସାମିଲ କରାଯାଇଥିବା ବେଳେ ମାସିକ 215 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । 149 ଟି ହସ୍ପିଟାଲକୁ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରଣ କରାଯାଇଛି । ମଧୁବାବୁ ପେନସନ ଯୋଜନାରେ 4.13 ଲକ୍ଷ ନୂଆ ହିତାଧିକାରୀଙ୍କୁ ଯୋଡାଯାଇଛି । ସ୍କୁଲ ଓ କଲେଜ ରୂପାନ୍ତରଣ ଚାଲିଛି ।

ମିଶନ ଶକ୍ତି ମହିଳାଙ୍କ ପାଇଁ 5 ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳୁଛି । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପ ସହ ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ମୋ ଜଙ୍ଗଲ ଜମି ଯୋଜନା, ଆମ ଓଡ଼ିଶା ନୂତନ ଓଡ଼ିଶା, ନୂତନ ଓଡ଼ିଶା ଅଭିଳାଷ ଯୋଜନାରେ ବାର୍ଷିକ 1 ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ, ସେମିକଣ୍ଡକ୍ଟର ପଲିସି ସହ ମେଟ୍ରୋ ରେଳ ଯୋଜନାର ବି ପରିକଳ୍ପନା କରିଛନ୍ତି ସରକାର ।

ଏହିଭଳି 20 ସୂତ୍ରୀ ଯୋଜନାକୁ ଆଧାର କରି ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି ଶାସକ ଦଳ । ମୁଖ୍ୟମନ୍ତ୍ରୀଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ମଧ୍ୟ ଏହି ରୂପାନ୍ତରିତ ଯୋଜନାର ପରିକଳ୍ପନାର ପ୍ରତିଫଳନ ଦେଖିବାକୁ ମିଳିଛି । କେନ୍ଦ୍ର ବିରୋଧୀ ସ୍ଲୋଗାନ ପରିବର୍ତ୍ତେ ସରକାରଙ୍କ ରୂପାନ୍ତରଣ ଓଡ଼ିଶାକୁ ନିର୍ବାଚନୀ ଅସ୍ତ୍ର କରି ଗାଁ ଗାଁ କୁ ଯିବାକୁ ବିଜେଡି ପ୍ରସ୍ତୁତ କରିଛି ରୋଡ ମ୍ୟାପ ।

ଆହୁରି ପଢନ୍ତୁ :- ଖୁସି ଖବର ! ଓଡ଼ିଶାରେ ବାହାରିଲା ସରକାରୀ ଚାକିରୀ, ୮ ହଜାର ପଦବୀ ହେବ ପୂରଣ, OSSSC ପ୍ରକାଶ କଲା ବିଜ୍ଞପ୍ତି