ଖୁସି ଖବର ! ଓଡ଼ିଶାରେ ବାହାରିଲା ସରକାରୀ ଚାକିରୀ, ୮ ହଜାର ପଦବୀ ହେବ ପୂରଣ, OSSSC ପ୍ରକାଶ କଲା ବିଜ୍ଞପ୍ତି

 
odisha job

କଣ ଆପଣ ସରକାରୀ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ବାସ୍ତବରେ, ନିକଟରେ ଓଡିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ଆସନ୍ତା କିଛି ମାସ ମଧ୍ୟରେ ଓଡ଼ିଶାରେ ବଡ଼ ଧରଣର ନିଯୁକ୍ତି ଆରମ୍ଭ ହେବାକୁ ଯାଉଛି । ସରକାରୀ ଚାକିରି ଆଶା ରଖିଥିବା ଯୁବକ ଓ ଯୁବତୀଙ୍କ ଆଶା ପୂରଣ ହେବ । ଯାହାକୁ ନେଇ ଯୁବପିଢୀଙ୍କ ମନରେ ଉତ୍ସାହ ଖେଳି ଯାଇଛି । ଏଥିରେ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏହିସବୁ ପଦବୀ OSSSC ଦ୍ବାରା ପୂରଣ ହେବ । ଏହି ମେଗା ନିଯୁକ୍ତି ଡ୍ରାଇଭ ଆରମ୍ଭ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର । ତେବେ ୮ ହଜାର ପଦବୀ ହେବ ପୂରଣ ।

କେବେ ନିଯୁକ୍ତି ହେବ ?

OSSSC ର ସୂଚନା ଅନୁସାରେ, ଲାବ୍ରୋଟୋରୀ ଟେକ୍ନିସିଆନ୍, ରେଭିନ୍ୟୁ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର, ଅମିନ, ଫରେଷ୍ଟର , ଷ୍ଟାଟିଷ୍ଟକାଲ୍‌ ଫିଲ୍ଡ ସର୍ଭେୟର, ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର, ଫରେଷ୍ଟ ଗାର୍ଡ଼ ଇତ୍ୟାଦି ପଦବୀ ସବୁ ପୂରଣ ହେବ । ତେବେ ନିଯୁକ୍ତି କ୍ୟାଲେଣ୍ଡରକୁ ଆୟୋଗ ସଂଶୋଧନ କରିଛନ୍ତି । ସଂଶୋଧିତ କ୍ୟାଲେଣ୍ଡର ଅନୁସାରେ, ଲାବ୍ରୋଟୋରୀ ଟେକ୍ନିସିଆନ୍‌, ରେଡିଓଗ୍ରାଫର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ ପାଇଁ ଚଳିତ ମାସରେ ବିଜ୍ଞପ୍ତି ବାହାରିବ । ମୋଟ୍ 8286 ପଦବୀ ପାଇଁ ନିଯୁକ୍ତି ହେବ । ଅଫିସିଆଲ୍‌ ଓ୍ବବେସାଇଟ୍‌ https://www.osssc.gov.in/ କୁ ଯାଇ ଆପଣ ପୂରା ତଥ୍ୟ ପାଇପାରିବେ । ଆବେଦନ ପାଇଁ ଖୁବ୍‌ଶ୍ରୀଘ୍ର ବିଜ୍ଞପ୍ତି ବାହାରି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

କେଉଁ ପଦବୀରେ କେତେ ନିଯୁକ୍ତି ହେବ ?

ଲାବ୍ରୋଟୋରୀ ଟେକ୍ନିସିଆନ୍‌ :-

OSSSC ର ସୂଚନା ଅନୁସାରେ, ଲାବ୍ରୋଟୋରୀ ଟେକ୍ନିସିଆନ୍‌ରେ ମୋଟ୍‌ 921 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅଗଷ୍ଟ ମାସରେ ବାହାରିପାରେ ।

ରେଡିଓଗ୍ରାଫର :-

OSSSC ର ସୂଚନା ଅନୁସାରେ, ରେଡିଓଗ୍ରାଫରରେ ମୋଟ୍‌ 378 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅଗଷ୍ଟ ମାସରେ ବାହାରିପାରେ ।

ଫରେଷ୍ଟର :-

OSSSC ର ସୂଚନା ଅନୁସାରେ, ଫରେଷ୍ଟରରେ ମୋଟ୍‌ 316 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅଗଷ୍ଟ ମାସରେ ବାହାରିପାରେ ।

ଫରେଷ୍ଟ ଗାର୍ଡ :-

OSSSC ର ସୂଚନା ଅନୁସାରେ, ଫରେଷ୍ଟ ଗାର୍ଡରେ ମୋଟ୍‌ 802 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅଗଷ୍ଟ ମାସରେ ବାହାରିପାରେ ।

ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟର :-

OSSSC ର ସୂଚନା ଅନୁସାରେ, ଲାଇଭ୍‌ଷ୍ଟକ୍‌ ଇନ୍ସପେକ୍ଟରରେ ମୋଟ୍‌ 719 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅଗଷ୍ଟ ମାସରେ ବାହାରିପାରେ ।

ଫାର୍ମାସିଷ୍ଟ :-

OSSSC ର ସୂଚନା ଅନୁସାରେ, ଫାର୍ମାସିଷ୍ଟରେ ମୋଟ୍‌ 1002 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ସେପ୍ଟେମ୍ବର ମାସରେ ବାହାରିପାରେ ।

MPHW(M) :-

OSSSC ର ସୂଚନା ଅନୁସାରେ, MPHW ରେ ମୋଟ୍‌ 1451 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ସେପ୍ଟେମ୍ବର ମାସରେ ବାହାରିପାରେ ।

ରେଭିନ୍ୟୁ ଇନ୍ସପେକ୍ଟର :-

OSSSC ର ସୂଚନା ଅନୁସାରେ, ରେଭିନ୍ୟୁ ଇନ୍ସପେକ୍ଟରରେ ମୋଟ୍‌ 562 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅକ୍ଟୋବର ମାସରେ ବାହାରିପାରେ ।

ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର :-

OSSSC ର ସୂଚନା ଅନୁସାରେ, ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟରରେ ମୋଟ୍‌ 839 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅକ୍ଟୋବର ମାସରେ ବାହାରିପାରେ ।

ଅମିନ :-

OSSSC ର ସୂଚନା ଅନୁସାରେ, ଅମିନରେ ମୋଟ୍‌ 686 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅକ୍ଟୋବର ମାସରେ ବାହାରିପାରେ ।

ICDS (ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭ୍ଲପମେଣ୍ଟ ସର୍ଭିସ୍) ସୁପରଭାଇଜର :-

OSSSC ର ସୂଚନା ଅନୁସାରେ, ICDS ରେ ମୋଟ୍‌ 258 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅକ୍ଟୋବର ମାସରେ ବାହାରିପାରେ ।

ଷ୍ଟାଟିଷ୍ଟିକ୍ ଫିଲ୍ଡ ସର୍ଭେୟର୍ :-

OSSSC ର ସୂଚନା ଅନୁସାରେ, ଷ୍ଟାଟିଷ୍ଟିକ୍ ଫିଲ୍ଡ ସର୍ଭେୟର୍ ରେ ମୋଟ୍‌ 258 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଅକ୍ଟୋବର ମାସରେ ବାହାରିପାରେ ।

HEW (ହର୍ଟିକଲ୍ଚର୍ ଏକ୍ସଟେନସନ୍ ୱାର୍କର୍) :-

OSSSC ର ସୂଚନା ଅନୁସାରେ, HEW ରେ ମୋଟ୍‌ 94 ପଦବୀରେ ନିଯୁକ୍ତି ହେବ । ଏହାର ସରକାରୀ ବିଜ୍ଞପ୍ତି ଶୀଘ୍ର ପ୍ରକାଶ ପାଇବ ।

ଆହୁରି ପଢନ୍ତୁ :- ମୋଦି ସରକାରଙ୍କ ବମ୍ପର ପ୍ଳାନ୍‌, କେବଳ କରନ୍ତୁ ଏହି ଛୋଟିଆ କାମ, ଘରେ ବସି ପାଇପାରିବେ 25 ହଜାର ଟଙ୍କା !