ଅଡୁଆରେ ବିଜେଡ଼ି ନେତା ଅରୁଣ ସାହୁ! ନିଜ ଗଡ଼ରେ ବିରୋଧ କରୁଛନ୍ତି ଚାଷୀ, ଜାଣନ୍ତୁ ପୁରା ଖବର

 
Arun sahu

ବିଜେଡି ନେତା ଅରୁଣ ସାହୁଙ୍କର ନୟାଗଡ଼ରେ କୁଆଡେ ପ୍ରବଳ ଦବଦବା। ଦିନ ଥିଲା ନୟାଗଡ ରାଜନୀତିରେ ତାଙ୍କ ବିନା ଅନୁମତିରେ ପତ୍ର ମଧ୍ୟ ହଲୁନଥିଲା। ଏବେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ମୋଡ଼ ନେଲାଣି। ଆଜ୍ଞା ହଁ, ଅରୁଣଙ୍କୁ ନୟାଗଡ ଚାଷୀମାନଙ୍କ ଦ୍ୱାରା ଖୁବ୍ ବିରୋଧର ସମ୍ମୁଖୀନ ହେବାକୁ ପଡୁଥିବା ଜଣାପଡିଛି।

Arun sahu

ପ୍ରକୃତରେ ନୟାଗଡ଼ ଧାନ ମଣ୍ଡିରେ ବିକ୍ରିବଟା ଏବଂ କଟନିଛଟନି ବନ୍ଦ କରିବା ପାଇଁ ଚାଷୀମାନେ ଦାବି କରି ଆସୁଛନ୍ତି। କେବଳ ସେତିକି ନୁହେଁ ବରଂ ପ୍ରଶାସନିକ ଅଧିକାରୀଙ୍କ ଆଗରେ ନୟାଗଡ଼ ବିଦ୍ଯାୟକଙ୍କ ବିରୋଧରେ ନାରାବାଜି କରିଥିଲେ ଚାଷୀ। ଶେଷରେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ପ୍ରଥମେ କଟନି ଛଟନି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇ ଧାନ ମଣ୍ଡି ଉଦଘାଟନ କରିବା ପାଇଁ ଚାଷୀ ମାନଙ୍କ ପକ୍ଷରୁ ଦାବି କରାଯାଇଥିଲା। କିନ୍ତୁ, କୌଣସି ପ୍ରତିଶୃତି ବିନା ଧାନ ମଣ୍ଡି ଉଦଘାଟନ ହେବାପରେ ଚାଷୀମାନଙ୍କ ଆକ୍ରୋଶ ବଢିବାକୁ ଲାଗିଛି। ତେବେ, ଆଗକୁ ବିକ୍ରି ସମୟରେ କୌଣସି ପ୍ରକାର କଟନି ଛଟନି ହେବନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Mandi

କେବଳ ଯେ ନୟାଗଡ଼ ତାହା ନୁହେଁ ବରଂ କୋରାପୁଟ ଜିଲ୍ଲାରେ ମଧ୍ୟ ସମାନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ। ଏଠାରେ ମଣ୍ଡିରେ ଖରିଫ୍ ଧାନ ଗଦା ହୋଇଥିବା ବେଳେ ରାଇସ୍ ମିଲ୍ ମାଲିକ କିମ୍ବା ପ୍ରଶାସନର ଦେଖା ମିଳୁନାହିଁ। ଗତ ଜିଲ୍ଲା ସ୍ତରୀୟ ଡିଏଲପିସି ବୈଠକରେ ଡିସେମ୍ବର ୧୪ରେ ଖରିଫ ମଣ୍ଡି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ, ବିଳମ୍ବରେ ମଣ୍ଡି ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସୁଦ୍ଧା ଧାନ ବିକ୍ରି ହୋଇପାରୁନାହିଁ।

ଆହୁରି ପଢ଼ନ୍ତୁ:- ଚଉଠି ରାତିରେ ନବବଧୂ କଲା ବର ସହିତି ଏପରି କାମ, ଯାହାକୁ ଦେଖି ଘର ଲୋକଙ୍କ ହୋସ୍ ଉଡିଗଲା