ଚଉଠି ରାତିରେ ନବବଧୂ କଲା ବର ସହିତି ଏପରି କାମ, ଯାହାକୁ ଦେଖି ଘର ଲୋକଙ୍କ ହୋସ୍ ଉଡିଗଲା

 
Couple night
ଚଉଠି ରାତିରେ ଏଭଳି କାଣ୍ଡ ଘଟାଇଲା ସ୍ତ୍ରୀ । ଯାହା ଦେଖି ଘର ଲୋକେ ଓ ପଡ଼ା ପଡୋଶୀ ହେଲେ ଆଶ୍ଚର୍ଯ୍ୟ । ଏହି ସ୍ତ୍ରୀଟି ଚଉଠି ରାତିରେ ନିଜ ସ୍ଵାମୀ ସହିତ ଏମିତି କିଛି କଲା ଯେଉଁଥି ପାଇଁ ସ୍ୱାମୀର ଚିତ୍କାର ବାହାରକୁ ବି ଶୁଣାଗଲା । ଏବେ ସ୍ଵାମୀ ସ୍ତ୍ରୀ ଦୁହେଁ ଚଉଠି ରାତିରୁ ସିଧା ଯାଇଁ ମାରିଛନ୍ତି ପୋଲିସ୍ ଥାନାରେ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରୁଡକିଗଙ୍ଗନହର କେଦୁଆଲିର ମାଧ ପୁର୍ ଅଞ୍ଚଳରେ । ଗତ ନଭେମ୍ବର ୨୨ ତାରିଖ ଦିନ ସେଠାକାର ଜଣେ ଯୁବକ ଖେନ୍ ପୁର ଥିତୋଲା ଥାନା ଅନ୍ତର୍ଗତ ମଙ୍ଗଲପୁର ରେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ଯଥା ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା । 

Bride

ଚଉଠି କର୍ମ ସାରି ସ୍ଵାମୀ ସ୍ତ୍ରୀ ରୁମ୍ କୁ ଯିବା ପରେ ହୋଇଥିଲା ଏମିତି କିଛି । ଦୁହେଁ କିଛି ସମୟ କଥା ବାର୍ତ୍ତା ହୋଇଥିଲେ । ଧୀରେ ଧୀରେ କଥା ବାର୍ତ୍ତା ଯୁକ୍ତି ତର୍କ ଆଡ଼କୁ ଗତି କରିଥିଲା । ଯାହା ପରେ ସ୍ତ୍ରୀ ରାଗି ଯାଇ ନିର୍ଧୂମ ଛେଚି ଥିଲେ ସ୍ବାମୀଙ୍କୁ ।

ଏବଂ ପରେ ସ୍ଵାମୀ ଜୀବନ ବିକଳେ ପରିବାର ଲୋକଙ୍କୁ ଡାକିଥିଲେ । ଯାହା ପରେ ସ୍ବାମୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ସ୍ଵାମୀଙ୍କ ଅଭିଯୋଗ ଅନୁସାରେ ସ୍ତ୍ରୀ ଜଣେ ମାନସିକ ରୋଗୀ ।