ଆଜି ହିଁ କମିଗଲା ପେଟ୍ରୋଲ ଏବଂ ଡ଼ିଜେଲ୍ ଦର ! ଭର୍ତ୍ତି କରିବା ପୂର୍ବରୁ ଜାଣି ରଖନ୍ତୁ ମୂଲ୍ୟ….

 
Petrol

ଦେଶରେ ପେଟ୍ରୋଲ ଏବଂ ଡ଼ିଜେଲ୍ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅନେକ ସହରରେ ପେଟ୍ରୋଲ ଡିଜେଲ ଦର କମିଥିବା ବେଳେ କିଛି ସହରରେ ଏହାର ଦର ଅପରିବର୍ତ୍ତିତ ରହିଛି। ଶୁକ୍ରବାର ଭୁବନେଶ୍ବରରେ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା। ସେତେବେଳେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ଓ ଡିଜେଲ ମୂଲ୍ୟ ୯୪.୭୬ ଟଙ୍କା ରହିଥିଲା।

Petrol

କିନ୍ତୁ, ଆଜି ସକାଳୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପ୍ରତି ୦୮ ପଇସା ଲେଖାଏଁ ହ୍ରାସ ପାଇଛି। ଏବେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୧ ଟଙ୍କା ରହିଥିବା ବେଳେ ଡିଜେଲର ଲିଟର ପ୍ରତି ମୂଲ୍ୟ ୯୪.୬୮ ଟଙ୍କା ରହିଛି। ସେହିପରି ଭାବରେ ଦେଖିବାକୁ ଗଲେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୬.୭୨ ଟଙ୍କା ରହିଥିବା ବେଳେ ଡିଜେଲର ମୂଲ୍ୟ ୮୯.୬୨ ଟଙ୍କା ରହିଛି।

Petrol

ଅନ୍ୟ ସହର ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କା ରହିଥିବା ବେଳେ ଡିଜେଲ ଦର ୯୪.୨୭ ଟଙ୍କାରେ ଅପରିବର୍ତ୍ତିତ ରହିଛି। କୋଲକାତାରେ ସୋମବାର ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୨.୭୬ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ପେଟ୍ରୋଲ ଲିଟର ପ୍ରତି ୧୦୨.୬୩ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୯୪.୩୩ ଟଙ୍କା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ୍ ଏବଂ ଡ଼ିଜେଲ୍ ଦର ପରିବର୍ତ୍ତନ ହୋଇଥାଏ।

ଆହୁରି ପଢ଼ନ୍ତୁ:- ୨୦୦ ବର୍ଷ ପରେ ରାକ୍ଷୀପୂର୍ଣ୍ଣିମାରେ ବନୁଛି ଶୁଭ ସଂଯୋଗ, ଏହି ୩ ରାଶିର ଲୋକେ ପାଇବେ ଶୁଭଫଳ, ଆରମ୍ଭ ହେବ ଭଲ ଦିନ