୨୦୦ ବର୍ଷ ପରେ ରାକ୍ଷୀପୂର୍ଣ୍ଣିମାରେ ବନୁଛି ଶୁଭ ସଂଯୋଗ, ଏହି ୩ ରାଶିର ଲୋକେ ପାଇବେ ଶୁଭଫଳ, ଆରମ୍ଭ ହେବ ଭଲ ଦିନ

 
Rakhi purnima

ଚଳିତ ବର୍ଷ ଭଦ୍ରାକାଳ ପଡୁଥିବା ହେତୁ ଦୁଇ ଦିନିଆ ଧରି ପାଳିତ ହେବାକୁ ଯାଉଛି ରାକ୍ଷୀ ପୂର୍ଣ୍ଣିମା। ଏ ନେଇ ଜ୍ୟୋତିଷମାନେ ରଖିଛନ୍ତି ମତ।ଅଗଷ୍ଟ ୩୦ ଓ ୩୧ ଚଳିତ ବର୍ଷ ଦୁଇ ଦିନ ଧରି ରାକ୍ଷୀ ଉତ୍ସବ ପାଳିତ ହେବାକୁ ଯାଉଛି। ଅଗଷ୍ଟ ୩୦ ୧୦.୫୮ମିନିଟରୁ ଅଗଷ୍ଟ ୩୧ ୭.୦୫ମିନିଟ ମଧ୍ୟରେ ରହିଛି ରକ୍ଷା ପୂର୍ଣ୍ଣମୀ ତିଥି।ମାତ୍ର ଏଥି ମଧ୍ୟରେ ଶୁଭ ସମୟର ସୀମା ରହିଛି ବହୁତ୍ କମ୍। ୩୦ ଅଗଷ୍ଟରେ ଶୁଭ ମୂହୁର୍ତ୍ତ ରହିଛି ରାତ୍ର ୯ ଘଟିକା ପରେ। ୩୧ ଅଗଷ୍ଟରେ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ରହିଛି ସକାଳ ୭ ଟା ଯାଏଁ ।

ଶାସ୍ତ୍ର ଅନୁଯାୟୀ ଏଥର ରକ୍ଷା ବନ୍ଧନ ତିଥିରେ ପଡୁଛି ଭଦ୍ରାକାଳ ।ଯେଉଁ ମୁହୂର୍ତ୍ତରେ ରକ୍ଷା ବନ୍ଧନ ଶୁଭଙ୍କର ନୁହେଁ। ଶାସ୍ତ୍ର ଅନୁସାରେ ଏଥର ଭଦ୍ରାକାଳ ସମୟ ୩୦ ଅଗଷ୍ଟ ସକାଳ ୧୦.୫୮ ମିନିଟରୁ ଆରମ୍ଭ ହୋଇ ରାତ୍ରି ୯.୧ ମିନିଟରେ ଶେଷ ହେବ ଏବଂ ସନ୍ଧ୍ୟା ୫.୩୦ ରୁ ୬.୩୦ ପର୍ଯ୍ୟନ୍ତ ଭଦ୍ରକୁଞ୍ଜ ରହିବ। ଚଳିତ ବର୍ଷ ଭଦ୍ରାକାଳ ହେତୁ ଦୁଇ ଦିନ ଧରି ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା ।ଶୁଭ ମୂହୁର୍ତ୍ତ ଦେଖି ରାକ୍ଷୀ ବାନ୍ଧିବାକୁ ଜ୍ୟୋତିଷଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି।

Rashi

ଅନ୍ୟପଟେ ଜ୍ୟୋତିଷମାନେ ମତ ଦେଇଛନ୍ତି ଯେ ଏହି ରାକ୍ଷୀ ପୂର୍ଣ୍ଣିମା ଅତି ଦୁର୍ଲ୍ଲଭ ଅଟେ। ପ୍ରାୟ ୨୪ବର୍ଷ ପରେ ଏହି ଦିନ ରବି ଯୋଗ ସହିତ ଶତାଭିଶା ନକ୍ଷତ୍ର ଓ ବୁଦ୍ଧାଦିତ୍ୟ ଯୋଗର ସଂଯୋଗ ସୃଷ୍ଟି ହେବ। ଯାହା ୩ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ। ଯାହା ସେମାନଙ୍କୁ ଧନ ଓ ସମୃଦ୍ଧିରେ ପରିପୂର୍ଣ୍ଣ କରିଦେବ। ଆସନ୍ତୁ ଜାଣିବା କଣ ରହିଛି ଏହି ୩ଟି ରାଶି।

ସିଂହ : ସିଂହ ରାଶିର ଲୋକମାନଙ୍କ ପାଇଁ ଏହା ଶୁଭଙ୍କର ରହିବ। ଭାଗ୍ୟରେ ପରିବର୍ତ୍ତନ ଦେଖାଦେବ। ଧନ ବଢିବା ସହ କାର୍ଯ୍ୟ ଫଳପ୍ରଦ ହେବ।

ମିଥୁନ : ରକ୍ଷାବନ୍ଧନ ଠାରୁ ଏହି ରାଶିଧାରୀ ଲୋକମାନଙ୍କର ଧନରେ ବୃଦ୍ଧି ହେବ। ଟଙ୍କା ସଞ୍ଚୟ କରିବେ ପିତାର ସମ୍ପତ୍ତିରୁ ଲାଭ ମିଳିପାରେ।

ଧନୁ :‌‌ ଧନୁ ରାଶିର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ରହିବ। ବାହ୍ୟ ସୂତ୍ରରୁ ଧନ ଉପାର୍ଜନ କରିବେ। ଚାକିରୀ କ୍ଷେତ୍ରରେ ଧନବାନ ହେବେ।