ଦେଖନ୍ତୁ ଭିଡିଓ: ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ମିଷ୍ଟର ଗୁଲୁଆ ଓ ତାଙ୍କ ବାନ୍ଧବୀ ବର୍ଷା

 
Gulua

ଲୋକପ୍ରିୟ ଓଡ଼ିଆ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆଙ୍କୁ କିଏ ଅବା ନ ଜାଣେ। ଏକ ମଧ୍ୟବିତ୍ତ ପରିବାରରୁ ଆସି ସେ ନିଜ ଅଭିନୟ ଏବଂ ଅନ୍ଦାଜ ଦ୍ୱାରା ସାରା ଓଡିଶାବାସୀଙ୍କର ପ୍ରିୟ ହୋଇପାରିଛନ୍ତି। ୟୁଟ୍ୟୁବରେ ତାଙ୍କ ଚ୍ୟାନେଲରେ ହଜ଼ାର ହଜ଼ାର ଭିୟୁ ଆସୁଥିବା ବେଳେ ସେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି। 

Gulua

ତେବେ, ମିଷ୍ଟର ଗୁଲୁଆ ଏବେ ଲୁଚି ଲୁଚି ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଏକ ଭିଡ଼ିଓ ଏବଂ କିଛି ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ବିବାହ କରି ସାରିଥିବା ଦେଖିବାକୁ ମିଳିଛି। ଏହା କୌଣସି ସୁଟିଂ ସେଟର ଭିଡ଼ିଓ ନୁହେଁ ବରଂ ସତରେ ଗୁଲୁଆ ବିବାହ କରିଥିବା ଜଣାପଡ଼ିଛି।

Gulua

ଗୁଲୁଆ ନିଜର ବାନ୍ଧବୀ ବର୍ଷାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପୂର୍ବରୁ, ଦୁହେଁଙ୍କର ନିର୍ବନ୍ଧ ସରିଥିବା ବେଳେ କିଛି ଦିନ ମଧ୍ୟରେ ବାହାଘର ହେବ ବୋଲି ଫ୍ୟାନ୍ସମାନେ ଚାହିଁ ବସିଥିଲେ। ଭାଇରାଲ ହେଉଥିବା ଭିଡ଼ିଓରେ ଗୁଲୁଆ ଏବଂ ବର୍ଷାଙ୍କର ହାତଗଣ୍ଠି ପଡୁଥିବା ଦେଖିବାକୁ ମିଳିଛି। ତେବେ, ଏଥିନେଇ ଗୁଲୁଆଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ବିନା କୌଣସି ଆଡମ୍ବରରେ ଗୁଲୁଆ ଏବଂ ବର୍ଷାଙ୍କର ବିବାହ ସମ୍ପନ୍ନ ହୋଇଛି। ଉଭୟେ ଏକ ମନ୍ଦିରରେ ବିବାହ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁଲୁଆ କରୋନା ସମୟରେ ୟୁଟ୍ୟୁବରେ ଭିଡ଼ିଓ କରିବା ଆରମ୍ଭ କରିଥିଲେ। ତାଙ୍କର କମେଡି ଭିଡ଼ିଓ ସମସ୍ତଙ୍କୁ ପସନ୍ଦ ଆସିବାକୁ ଲାଗିଥିଲା। ପ୍ରଥମରୁ ହିଁ ତାଙ୍କୁ ବର୍ଷା ବହୁତ ସପୋର୍ଟ କରି ଆସିଥିବା ଗୁଲୁଆ କହିଛନ୍ତି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ପ୍ରେମିକାକୁ ଗାଡି ପଛରେ ବସାଇ ଯାଉଥିଲେ ବାଲିଯାତ୍ରା, ଦୁର୍ଘଟଣାରେ ଚାଲିଗଲା ଜୀବନ ଚାହିଁଲାନି ପ୍ରେମିକ