ଦେଖନ୍ତୁ ଭିଡିଓ: ପ୍ରେମିକାକୁ ଗାଡି ପଛରେ ବସାଇ ଯାଉଥିଲେ ବାଲିଯାତ୍ରା, ଦୁର୍ଘଟଣାରେ ଚାଲିଗଲା ଜୀବନ ଚାହିଁଲାନି ପ୍ରେମିକ

 
Jubati
ବନ୍ଧୁଙ୍କ ସହ ବାଲିଯାତ୍ରା ବୁଲିବାକୁ ଯାଉଥିବା ବେଳେ ଗାଡିରୁ ପଡି ମୃତ୍ୟୁ ହୋଇଛି ଶିକ୍ଷୟତ୍ରୀ ଯୁବତୀଙ୍କର । ହେଲେ ଘଟଣା ସ୍ଥଳରୁ ଛୁ ମାରିଛି ଶିକ୍ଷକ ବନ୍ଧୁ । ନା ଟିକେ ଛିଡ଼ା ହୋଇ ଦେଖିଲେ ବନ୍ଧୁ ମରିଛି କି ବଞ୍ଚିଛି ବୋଲି ନା ଆମ୍ବୁଲାନ୍ସ କୁ ଡାକିଲେ । ଭୟରେ ରାସ୍ତାରେ ଛାଡ଼ି ଚାଲିଗଲେ ବନ୍ଧୁ ଜଣକ ।

Jubati

ସୂଚନା ଅନୁସାରେ ସସ୍ମିତା ମାଝୀ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ସେ ନୂଆପଡ଼ା ଜିଲ୍ଲା ସିଂହଝରା ଗାଆଁର ବାସିନ୍ଦା । ଗତ କାଲି ସେ ନୂଆପଡ଼ାରୁ କଟକକୁ ଏସ୍ ଏସ୍ ବି ପରୀକ୍ଷା ଦେବାକୁ ଆସିଥିଲେ ।

ପରୀକ୍ଷା ସରିବା ପରେ ସେ ନିଜ ବନ୍ଧୁ ରୁପେଶ ନାୟକଙ୍କ ସହିତ ବାଇକ୍ ରେ ବସି ବିନା ହେଲ୍ ମେଟ୍ ରେ ବାଲିଯାତ୍ରା ବୁଲିବା ପାଇଁ ଯାଉଥିଲେ । କଟକ ଓ ଭୁବନେଶ୍ୱର ୧୯ନଂ ରାଜପଥରେ ଯିବା ସମୟରେ ପାହାଳ ପାଖରେ ଗାଡିରୁ ଖସି ପଡିଥିଲେ ସସ୍ମିତା ।

ସୂଚନା ଅନୁସାରେ ଗାଡ଼ିର ସ୍ପିଡ ଦ୍ରୁତ ଥିଲା । ଯେଉଁଥି ପାଇଁ ଗାଡିରୁ ଖସି ପଡିଥିଲେ ସସ୍ମିତା । ସସ୍ମିତାଙ୍କର ସେହି ଠାରେ ହିଁ ସ୍ପଟ୍ ଡେଥ୍ ହୋଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ୍ ଆସିବା ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।