ଗୁଗଲ ମ୍ୟାପ, ୱିକିପିଡ଼ିଆରେ ଆନ୍ଧ୍ର ଅଧୀନରେ କୋରାପୁଟର କୋଟିଆ, ପଢନ୍ତୁ ସମ୍ପୂର୍ଣ ଖବର

 
Kotia

ତ୍ରୁଟିପୂର୍ଣ୍ଣ ମ୍ୟାପ ଏବେ କୋଟିଆ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରିଛି । କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । କିନ୍ତୁ ଆନ୍ଧ୍ର -ଓଡ଼ିଶା ମଧ୍ୟରେ 21 ଖଣ୍ଡ ଗ୍ରାମକୁ ନେଇ ବିବାଦ ରହିଥିବାବେଳେ ଗୁଗଲ ମ୍ୟାପ, ୱିକିପିଡିଆ, ସମେତ ବିଭିନ୍ନ ଅନ ଲାଇନ୍ ମ୍ୟାପ ରେ କୋଟିଆର ଅଧିକାଂଶ ଅଞ୍ଚଳ ଆନ୍ଧ୍ର ଅଧୀନ ରେ ରହିଥିବାର ଦର୍ଶାଯାଇଥିବା ନେଇ ଜଣେ ସମାଜସେବୀ ଅଭିଯୋଗ କରିଛନ୍ତି । ସୁନାବେଡ଼ା ଅଞ୍ଚଳରେ ରହୁଥିବା ସୁନିଲ ବିଶ୍ଵାଳଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଇସ୍ରୋ ଦ୍ୱାରା ଜାରି କରାଯାଇଥିବା ନିଜସ୍ଵ ଆପରେ ମଧ୍ୟ କୋଟିଆ ପଞ୍ଚାୟତର ଅଧିକାଂଶ ଅଞ୍ଚଳ ଆନ୍ଧ୍ର ରେ ରହିଥିବା ଦର୍ଶାଯାଇଛି ।

Kotia

ତ୍ରୁଟିପୂର୍ଣ୍ଣ ଏହି ମ୍ୟାପର ସଂଶୋଧନ ଆବଶ୍ୟକ । ଯାହାକି ଏହା କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ଭବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଇସ୍ରୋ ତାର ଆପରେ ଯେଉଁ ମ୍ୟାପ ଜାରି କରିଛି । ସେଥିରେ କୋଟିଆ ଆନ୍ଧ୍ରର ବୋଲି ଦର୍ଶା ଯାଇଛି । ଅନ୍ୟ ପକ୍ଷରେ କୋଟିଆ ମାମଲା ନିଜ ସପକ୍ଷକୁ ଆଣିବାକୁ ହେଲେ ଏହାର ସଂଶୋଧନ ଆବଶ୍ୟକ । ଏ ଦିଗରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି କୋରାପୁଟ ଓକିଲ ସଂଘ ର ପୂର୍ବତନ ସଭାପତି ତଥା ଆଇନଜୀବୀ ଅଜିତ ପାତ୍ର କହିଛନ୍ତି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଇଏ ବି ମୁଖ୍ୟମନ୍ତ୍ରୀ ଆଉ ସିଏ ବି, ହେଲେ ଓଡିଶା ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଛି ଆକାଶ ପାତାଳ ଫରକ

କୋଟିଆ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏବେ ଏହି ମ୍ୟାପ ସଂଶୋଧନ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। କୋଟିଆ ଦ୍ୱନ୍ଦ୍ୱ ଏବେର ନୁହେଁ ବହୁ ପୂରୁଣା । ନିକଟରେ ଏପ୍ରିଲ ପହିଲା ଅର୍ଥାତ୍ ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇ କିଛି ଆନ୍ଧ୍ର ଅଧିକାରୀଙ୍କୁ ସେହି ଗ୍ରାମଗୁଡ଼ିକରୁ ହଟିଯିବାକୁ କହିବା ପରେ ପୁନର୍ବାର ବିବାଦ ସୃଷ୍ଟି ହୋଇଥିଲା ।

ଏହାର ପ୍ରତିବାଦରେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ତଥା ସାଲୁର ବିଧାୟକ ପି ରାଜନ ଦୋରା ସାଲୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଥିଲେ ଯେ 2006 ର ସୁପ୍ରିମକୋର୍ଟର ରାୟ ଅନୁସାରେ କୋଟିଆ ଗ୍ରାମପୁଞ୍ଜ ଉପରେ ଓଡ଼ିଶା ଭଳି ଆନ୍ଧ୍ରର ମଧ୍ୟ ସମାନ ଅଧିକାର ରହିଛି । ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁସାରେ ଏହି ବିବାଦୀୟ ଗ୍ରାମପୁଞ୍ଜରେ ଦୁଇରାଜ୍ୟ କିଏ କାହାକୁ ବିରୋଧ କରିପାରିବେ ନାହିଁ । ତେଣୁ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ପୋଲିସ୍‌‌ ସହାୟତାରେ ଆନ୍ଧ୍ର ଅଧିକାରୀଙ୍କୁ ଗ୍ରାମରୁ ତଡ଼ିଦେବା ଘଟଣାକୁ ସେ ସମାଲୋଚନା କରିଥିଲେ । ସେପଟେ ଏ ବିବାଦକୁ ନେଇ ଆନ୍ଧ୍ରକୁ ସମନ ଜାରି କରିଥିଲେ ସୁପ୍ରିମ କୋର୍ଟ । କେବଳ ଆନ୍ଧ୍ର ତାହା ନୁହେଁ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏନେଇ ସମନ ଜାରି କରାଯାଇଥିଲା ।