ଦେଖନ୍ତୁ ଭିଡ଼ିଓ: ଇଏ ବି ମୁଖ୍ୟମନ୍ତ୍ରୀ ଆଉ ସିଏ ବି, ହେଲେ ଓଡିଶା ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଛି ଆକାଶ ପାତାଳ ଫରକ

 
Mukhyamantri

ଓଡ଼ିଶାରେ ନିଜେ ଶାସକ ଦଳର ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାନ୍ତି, ତେବେ ଅନ୍ୟ ସ୍ଥାନରେ ନିଜେ ମୁଖ୍ୟମନ୍ତ୍ରୀ ଜନତାଙ୍କ ମଧ୍ୟରେରେ ରହୁଥିବା ଦେଖିବାକୁ ମିଳୁଛି । କେଉଁଠି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଲୋକଙ୍କ ସ୍ଵପ୍ନ ହେଇଯାଇଛି ତ ଆଉ କେଉଁଠି ବୃଦ୍ଧ ବୃଦ୍ଧାଙ୍କୁ କୁଣ୍ଢାଇ ପକାଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ସତ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ବି ଜଣେ ମଣିଷ ଆଉ ତାଙ୍କୁ ଭୋଟ ଦେଇଥିବା ଜନତା ମଧ୍ୟ ଜଣେ ମଣିଷ । ଦୁଇଜଣ ମଧ୍ୟରେ ତଫାତ ଏତିକି ଯେ ମୁଖ୍ୟମନ୍ତ୍ରୀ ଜଣେ ନିର୍ବାଚିତ ପ୍ରତିନିଧି ଏବଂ ରାଜ୍ୟର ଶାସକ କିନ୍ତୁ ଜନତା ନିଜେ ସେଇ ମୁଖ୍ୟମନ୍ତ୍ରୀ ଙ୍କୁ ଚୟନ କରିଥିବା ସାଧାରଣ ମଣିଷ ଅଟେ।

Mukhyamantri

ତେବେ ବଡ଼ ପ୍ରଶ୍ନ ଏହା ଯେ ସାଧାରଣ ଜନତାଙ୍କ ସହ ଦେଖା ସାକ୍ଷାତ ନହେଲେ ମୁଖ୍ୟମନ୍ତ୍ରୀ କେମିତି ବୁଝିବେ ଜନତାଙ୍କ ଦୁଃଖ ? 

ଓଡିଶାର ପଡୋଶୀ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଡକ୍ଟର ବି.ଆର ଆମ୍ବେଦକର କୁରସୀମା ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ।

ସେଠାରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେ ଗୋଟିଏ କୁନି ପିଲା ଜଗନ ମୋହନ ରେଡ୍ଡୀଙ୍କ ପକେଟରୁ ପେନ୍ ଟି କାଢି ନେଲା ବେଳେ ପେନ୍ ଟି ତଳେ ପଡି ଯାଇଥିଲା ଏବଂ ତାପରେ କୁନି ପିଲା କୁ ଉପହାର ସ୍ୱରୂପ ଦାମୀ ପେନ୍ ଟି ଧରେଇ ଦେଲେ ମୁଖ୍ୟମନ୍ତ୍ରୀ । ସାଧାରଣ ଜନତା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସି ରେ ପାଗଳ ହୋଇ ପଡ଼ୁଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ବୃଦ୍ଧ ବୃଦ୍ଧାଙ୍କୁ ଆଉଁସି ପକାଉଛନ୍ତି । ଜନତା କୋଟି କୋଟି ଟଙ୍କା ଚାହାଁନ୍ତି ନାହିଁ ଏମାନଙ୍କ ଆବଶ୍ୟକତା ଅତି ଛୋଟ ଅଟେ ।

ଆଉ ସେହି ଆବଶ୍ୟକତା ପୂରଣ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଯଦି ପ୍ରତିଶ୍ରୁତି ଦିଅନ୍ତି ତେବେ ଆଶା ଭରସାରେ ପରିଣତ ହୁଏ । ହେଲେ ଏ ଭାଗ୍ୟ ସବୁ ରାଜ୍ୟର ଜନତାଙ୍କ ପାଖରେ ନାହିଁ । କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ଦିନ ଦିନ ଧରି ଅପେକ୍ଷା କରିଲା ପରେ ମଧ୍ୟ ସିବା ସେନାର ବିଧାୟକ ମାନେ ତାଙ୍କୁ ଭେଟି ପାରୁ ନଥିଲେ ।

ସେପଟେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ତ ବିଧାନସଭା ମଧ୍ୟ ଯାଉ ନାହାନ୍ତି । ଓଡିଶାରେ ଚର୍ଚ୍ଚା ହୁଏ ସାଧାରଣ ଜନତା ତ ଦୂରର କଥା ଅନେକ ବିଧାୟକ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ବାର୍ତ୍ତା ବି ହୋଇ ନାହାନ୍ତି । ଇଏ ବି ଜଣେ ମୁଖ୍ୟମନ୍ତ୍ରୀ ସିଏ ବି ଜଣେ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ କେତେ ଫରକ ଅଛି ତାହା ଆପଣ ଜାଣି ପାରୁଥିବେ । ତେବେ ଏହି ବିଅସ୍ୟରେ ଆପଣମାନଙ୍କ ମତାମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ।