ଭୁବନେଶ୍ୱରର ଏହି ଅନ୍ଧାରୁଆ ପାର୍କ ଭିତରେ ଚାଲିଛି କଲେଜ ପୁଅଝିଅ ମାନଙ୍କ ଧନ୍ଦା, ସକାଳୁ ମିଳୁଛି ପୁଳାପୁଳା କଣ୍ଡୋମ, ଜାଣନ୍ତୁ ପୁରା ଖବର

 
Park re dhanda

ସାଧାରଣ ଲୋକଙ୍କ ସୁବିଧା ଏବଂ ଖାଲି ସମୟରେ ମନୋରଞ୍ଜନ ପାଇଁ ସରକାର ବିଭିନ୍ନ ସ୍ଥାନ ଗୁଡିକରେ ପାର୍କର ନିର୍ମାଣ କରୁଛନ୍ତି। ଏଠାରେ ଲୋକେ ନିଜ ପରିବାର ସହିତ ବୁଲିବାକୁ ମଧ୍ୟ ଆସିଥାନ୍ତି। ବୃଦ୍ଧ ଏବଂ ପ୍ରାପ୍ତ ବୟସ୍କ ଲୋକେ ଚାଲିବା ପାଇଁ ମଧ୍ୟ ଆସିଥାନ୍ତି। କିନ୍ତୁ, କିଛି ଅସାମାଜିକ ଲୋକଙ୍କ ପାଇଁ ଏବେ ଏହି ପାର୍କ ଗୁଡିକ ସୁରକ୍ଷିତ ଅବସ୍ଥାରେ ରହୁନାହିଁ।

Park

ଗୋଟିଏ ଦୁଇଟି ନୁହେଁ ବରଂ ଭୁବନେଶ୍ବରର ପ୍ରାୟ ସମସ୍ତ ପାର୍କ ଗୁଡିକର ବର୍ତ୍ତମାନ ସମୟରେ ସମାନ ଅବସ୍ଥା। ରାଜଧାନୀ ଡୁମୁଡୁମା ଫେଜ୍-୫ ସ୍ଥିତ BMC ପାର୍କର ମଧ୍ୟ ସମାନ ଅବସ୍ଥା। ଏଠାରେ ସନ୍ଧ୍ୟା ହେଲେ ଅସାମାଜିକଙ୍କର ଅଡ୍ଡା ଜମୁଥିବା ନେଇ ହେଉଛି ଅଭିଯୋଗ।

ଆଜ୍ଞା ହଁ, ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଅନ୍ଧାର ହେଲେ ଏଠାରେ କିଛି ଅସାମାଜିକ ବ୍ୟକ୍ତି ମଦ, ଗଞ୍ଜେଇ ଠାରୁ ଆରମ୍ଭ କରି ଡ୍ରଗ୍ସ ମଧ୍ୟ ନେବାକୁ ପଛାଉ ନାହାନ୍ତି। କେବଳ ସେତିକି ନୁହେଁ ବରଂ ଏଠାରେ କିଛି ଯୁବକ ଯୁବକ ଅଶ୍ଳୀଳ କର୍ଯ୍ୟରେ ମଧ୍ୟ ଲିପ୍ତ ରାହୁଥିବାର ଦେଖିବାକୁ ମିଳୁଛି। 

Condom

ସବୁଠାରୁ ବଡ଼ କଥା ହେଉଛି ଏଠାରେ ସାଧାରଣ ପ୍ରେମୀ ଯୁଗଳ ନୁହେଁ ବରଂ କିଛି ଅସାମାଜିକ ବେଶ୍ୟାବୃତ୍ତି ମଧ୍ୟ କରୁଛନ୍ତି। ଏଥିନେଇ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ମନା କରିଲେ ପାଲଟା ଧମକ ମିଳୁଛି। ପାର୍କ ମଧ୍ୟରେ ଥିବା ଲାଇଟ ଗୁଡିକୁ ମଧ୍ୟ ଏହି ଅସାମାଜିକମାନେ ଭାଙ୍ଗି ଦେଉଛନ୍ତି।

ପାର୍କରେ ଅନ୍ଧାର ହେଲେ ସେମାନଙ୍କୁ ବେସ୍ ସୁହାଉଛି ବୋଲି ଲୋକେ ମତ ଦେଇଛନ୍ତି। ତେବେ, ଏଥିନେଇ BDA ଏବଂ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପ୍ରଶାସନର ଏଭଳି ଉଦାରତା ସ୍ଥାନୀୟ ଲୋକଙ୍କ ମନରେ ରୋଷ ସୃଷ୍ଟି କରିଛି। ପାର୍କ ମଧ୍ୟରୁ ପୁଳା ପୁଳା କଣ୍ଡୋମ ଏବଂ ନିଶା ଦ୍ରବ୍ୟ ଜବତ କରାଯାଉଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:- ୨୪ରେ ନିର୍ବାଚନ ଲଢ଼ିବେ ପାଣ୍ଡିଆନ! ନିର୍ବାଚନ ପାଇଁ ପ୍ରସ୍ତୁତ, ଜାଣନ୍ତୁ କେଉଁଠୁ ଲଢ଼ିବେ ସେ ନିର୍ବାଚନ