୨୪ରେ ନିର୍ବାଚନ ଲଢ଼ିବେ ପାଣ୍ଡିଆନ! ନିର୍ବାଚନ ପାଇଁ ପ୍ରସ୍ତୁତ, ଜାଣନ୍ତୁ କେଉଁଠୁ ଲଢ଼ିବେ ସେ ନିର୍ବାଚନ

 
Pandian
ଆଗକୁ ଆସୁଛି ନିର୍ବାଚନ । ପୁଣି ଆଉ ଏକ ସାଧାରଣ ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ନେତା ଓ ଜନତା । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେ ଏକ ମାତ୍ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭି. କେ ପାଣ୍ଡିଆନ। ଓଡ଼ିଶା ବାସୀଙ୍କ ମନରେ ଭି. କେ ପାଣ୍ଡିଆନ୍ ଙ୍କୁ ନେଇ ଦେଖା ଦେଇଛି ଅନେକ ପ୍ରଶ୍ନ ଓ ଆଗ୍ରହ।

Pandian

ଏଥର ନିର୍ବାଚନ ଲଢ଼ିବେ ପାଣ୍ଡିଆନ ? ଯଦି ଲଢ଼ିବେ ତେବେ କେଉଁଠୁ ଲଢ଼ିବେ ପାଣ୍ଡିଆନ୍ ? ରାଜନୈତିକ ସ୍ତରରେ ଆନୁଷ୍ଠାନିକ ଭାବେ ଏହି ଘଟଣାକୁ ନେଇ କୌଣସି ମତ ପ୍ରକାଶ ପାଇ ନାହିଁ । ହେଲେ ରାଜନୈତିକ ବାତାବରଣକୁ ଦେଖି ଅନେକ କିଛି ଅନୁମାନ କରାଯାଇ ପାରେ ।

କେବଳ ଆଗକୁ ଦେଖିବା ବାକି ରହିଲା ଦଳର ଦ୍ଵିତୀୟ ସୁପ୍ରିମ ବୋଲାଉ ଥିବା ପାଣ୍ଡିଆନ କେବେ ପ୍ରଥମ ସ୍ଥାନ ଅଧିକାର କରୁଛନ୍ତି । ତେବେ ଅନୁମାନ କରାଯାଉଛି ଯେ ପାଣ୍ଡିଆନ ଗଞ୍ଜାମରୁ ନିର୍ବାଚନ ଲଢ଼ି ପାରନ୍ତି । ଗଞ୍ଜାମ ସହିତ ପାଣ୍ଡିଆନଙ୍କ ସମ୍ପର୍କ ବହୁ ପୁରୁଣା । 

Nabin with pandian

ଓଡ଼ିଶାରେ ଯେବେ ପାଣ୍ଡିଆନଙ୍କ ପ୍ରଥମ ଏଣ୍ଟ୍ରି ହୋଇଥିଲା ସେତେବେଳେ ସେ ପ୍ରଥମେ ଗଞ୍ଜାମରୁ ହିଁ ଆରମ୍ଭ କରିଥିଲେ ନିଜ ପ୍ରଶାସନିକ କ୍ୟାରିଅର । ଏହି ଗଞ୍ଜାମ ହିଁ ତାଙ୍କୁ ଦେଇଥିଲା ନୂଆ ପରିଚୟ । ତେଣୁ ଆଶା କରାଯାଉଛି ଯେ ସେ ଯଦି ଗଞ୍ଜାମରୁ ନିର୍ବାଚନ ଲଢ଼ନ୍ତି ତେବେ ଗଞ୍ଜାମ ବାସି ମଧ୍ୟ ତାଙ୍କର ସ୍ଵାଗତ କରିବେ ।