ଆସିଲା ଦୁଃଖଦ ଖବର! ହସ୍ପିଟାଲ ବେଡରେ ପ୍ରକୃତି ମିଶ୍ର, ଜାଣନ୍ତୁ ପୁରା ଘଟଣା….

 
Prakruti mishra

ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତ ଆପଣ ଜାଣିଥିବେ। ପିଲାଟି ଦିନରୁ ଅଭିନୟ ପ୍ରତି ରୁଚି ରଖିଥିବା ପ୍ରକୃତି ବେସ୍ ଭଲ ଅବିନେତ୍ରୀ ଭାବରେ ନିଜକୁ ଗଢି ତୋଳିଛନ୍ତି। ସେ ଏବେ ଓଲିଉଡ଼ ଜଗତର ଜଣେ ଆଗଧାଡ଼ିର ଅଭିନେତ୍ରୀ ହୋଇଥିବା ବେଳେ ବାଲିଉଡ଼ ଏବଂ କିଛି ହିନ୍ଦୀ ଚଳଚିତ୍ରରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଲାଣି।

Prakruti

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ପ୍ରସିଦ୍ଧ ଗୀତିକାର ମନ୍ମଥ ମିଶ୍ରଙ୍କ ଝିଅ ଅଟନ୍ତି ପ୍ରକୃତି। ତେବେ, ଗତ କିଛି ମାସ ତଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ବହୁତ ଚର୍ଚ୍ଚାର ପରିସରକୁ ଆସିଥିଲେ। ଓଲିଉଡ଼ ଅଭିନେତା ବାବୁସାନ ମହାନ୍ତିଙ୍କ ସହିତ ତାଙ୍କର ପରକୀୟା ପ୍ରୀତି ଚାଲିଥିବା ଅଭିଯୋଗ ହୋଇଥିଲା। ଏପରିକି ବାବୁସାନ ପ୍ରକୃତିଙ୍କୁ ବିଚ୍ ରାସ୍ତାରେ ମାଡ଼ ମଧ୍ୟ ମାରିଥିଲେ।

Hospital

ସେବେଠାରୁ ପ୍ରକୃତି ଓଲିଉଡ଼ ଠାରୁ ଦୂରରେ ରହିଛନ୍ତି। ଏବେ ମଧ୍ୟ ତାଙ୍କର ସୋସିଆଲ ମିଡିଆରେ ବେସ୍ ଅଧିକ ଫ୍ୟାନ ଫୋଲୋଇଂ ରହିଛି। ତେବେ, ପ୍ରକୃତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ହସ୍ପିଟାଲ ବେଡ଼ରେ ପଡିଥିବା ଦେଖିବାକୁ ମିଳିଛି।

ତେବେ, ତାଙ୍କର କେମିତି ଏବଂ କଣ ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ, ତାଙ୍କ ଗୋଡ଼ରେ କୌଣସି ପ୍ରକାର ଆଘାତ ଲାଗିଥିବା ଅନୁମାନ କରାଯାଉଅଛି। ଏଥିନେଇ ତାଙ୍କର ଫ୍ୟାନ୍ସମାନେ ଚିନ୍ତାରେ ପଡି ଯାଇଥିବା ବେଳେ ତାଙ୍କର ଆରୋଗ୍ୟ କାମନା କରାଯାଉଅଛି। ପ୍ରକୃତି ଭଲ ହୋଇ ଖୁବଶୀଘ୍ର ସିନେ ଜଗତକୁ ଫେରି ଆସନ୍ତୁ ବୋଲି ତାଙ୍କ ଶୁଭଚିନ୍ତକମାନେ ଆଶା ବାନ୍ଧିଛନ୍ତି।

ଆହୁରି ପଢ଼ନ୍ତୁ:- ସୋଏବଙ୍କ ପାଇଁ ବଢିଲା ଅଡ଼ୁଆ, ସାନିଆଙ୍କ ଭରଣପୋଷଣ ପାଇଁ ସୋଏବ ମଲ୍ଲିକଙ୍କୁ ଦେବାକୁ ପଡିବ ଏତିକି ଟଙ୍କା!