ସୋଏବଙ୍କ ପାଇଁ ବଢିଲା ଅଡ଼ୁଆ, ସାନିଆଙ୍କ ଭରଣପୋଷଣ ପାଇଁ ସୋଏବ ମଲ୍ଲିକଙ୍କୁ ଦେବାକୁ ପଡିବ ଏତିକି ଟଙ୍କା!

 
Sania Mirza Shoaib Malik
ସାନିଆଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଏବେ ପୁରା ସରଗରମ । ଦିନ ଥିଲା ପାକିସ୍ଥାନୀ କ୍ରିକେଟର ସୋଏବ୍ ମଲ୍ଲିକଙ୍କୁ ପ୍ରେମ ବିବାହ କରିଥିଲେ ସାନିଆ । ହେଲେ ଆଜି ହେବାକୁ ଯାଉଛି ଦୁହିଁଙ୍କର ଛାଡ଼ପତ୍ର । ସୋୟେବ୍ ଏହାରି ଭିତରେ କରି ସାରିଲେଣି ତୃତୀୟ ବିବାହ । ପାକିସ୍ଥାନି ଅଭିନେତ୍ରୀଙ୍କ ସୋଏବଙ୍କ ବିବାହର ଭିଡିଓ ଏବେ କାଫି ଭାଇରାଲ୍ ହେବାରେ ଲାଗିଛି ।

ଏ

ସାନିଆ ସୋଏବ ଙ୍କର ଏକ ପୁଅ ମଧ୍ୟ ରହିଛି । ସୂଚନା ଅନୁସାରେ ସାନିଆ ତାଙ୍କ ପୁଅ ଇଜହାନଙ୍କ ସହିତ ଏବେ ଦୁବାଇରେ ରହୁଛନ୍ତି । ଏହାରି ଭିତରେ ସାନିଆଙ୍କ ପୁଅର ନାଗରିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଯେହେତୁ ସାନିଆ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅର୍ଥାତ୍ ସୋୟେବଙ୍କୁ ବିବାହ କରିବା ପରେ ମଧ୍ୟ ଭାରତର ନାଗରିକତା ଛାଡ଼ି ନଥିଲେ ତେବେ ସେ ଚାହିଁଲେ ନିଜ ପୁଅ ପାଇଁ ଭାରତର ନାଗରିକତା ମଧ୍ୟ ଆପ୍ଲାଏ କରି ପାରିବେ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଏବେ ସାମ୍ନାକୁ ଆସିଛି ଏକ ବଡ ପ୍ରଶ୍ନ । ସୋୟେବ ସାନିଆଙ୍କର ଛାଡ଼ପତ୍ର ହେବା ପରେ ସାନିଆଙ୍କୁ ଭରଣ ପୋଷଣ ବାବଦକୁ କେତେ ଟଙ୍କା ଦେବେ ? ସୋୟେବ୍ ଏହା ପୂର୍ବରୁ ନିଜର ପ୍ରଥମ ସ୍ତ୍ରୀକୁ ୧୫ କୋଟି ଟଙ୍କା ଦେଇଥିଲେ । ବର୍ତ୍ତମାନ ସୋୟେଵଙ୍କ ନେଟ୍ ଓର୍ଥ ରହିଛି ପାଖା ପାଖି ୨୦୦ କୋଟିରୁ ଉର୍ଦ୍ଧ୍ବ । ସୋୟେବ ପାକିସ୍ତାନୀ କ୍ରିକେଟ ଖେଳାଳି ମାନଙ୍କ ମଧ୍ୟରୁ ଏକ ଧନୀ ଶ୍ରେଣୀର ଖେଳାଳି ଅଟନ୍ତି । ଏହି ହିସାବରେ ଦେଖିବାକୁ ଗଲେ ସାନିଆଙ୍କୁ ମୋଟା ଅଙ୍କରରେ ମିଳିବ ଆଲୁମନି । କିନ୍ତୁ କେତେ ମିଳିବ ତାହା ସ୍ପଷ୍ଟ ହୋଇନି ।

Sania Mirza Shoaib Malik

କିନ୍ତୁ ଯେତେବେଳେ ସାନିଆ ସୋଏବ୍‌ଙ୍କୁ ବିବାହ କରିଥିଲେ ସେତେବେଳେ ମୁସଲମାନ ରୀତିନୀତିରେ ହୋଇଥିଲା ବିବାହ । ଆଉ ଏଭଳି ପରିସ୍ଥିତିରେ ସାନିଆଙ୍କୁ 'ଇଦ୍ଦତ୍‌' ଅବଧି ପର୍ଯ୍ୟନ୍ତ ଆଲୁମନି ଦିଆଯିବ । ତେବେ ଆଡଭୋକେଟ୍ ଅଫ୍ ଲାହୋର ନାମକ ଏକ ୱେବସାଇଟ୍ ଅନୁଯାୟୀ, ଛାଡପତ୍ର ମାମଲାରେ ମୁସଲମାନ ମହିଳାମାନଙ୍କର ପାକିସ୍ତାନରେ ଆଲୁମନି ନେବାର କୌଣସି ଅଧିକାର ନଥାଏ ।

ଯଦି ସାନିଆ ମିର୍ଜାଙ୍କ ବିବାହ ଭାରତୀୟ ରୀତିନୀତି ଅନୁଯାୟୀ ହୋଇଥାନ୍ତା, ତେବେ ସେ ଆଲୁମନି ପାଇଁ ଦାବି କରି ପାରିଥାନ୍ତେ । ତେବେ ଏହି ସ୍ଥିତିରେ ଉଭୟ ପକ୍ଷର ସମ୍ପତ୍ତିର ଆକଳନ କରି ଆଲୁମନିର ବ୍ୟବସ୍ଥା କରିଥାନ୍ତି କୋର୍ଟ ।