ହୋଲିରେ ଅଜବ୍ ପ୍ରଥା, ଭାରତର ଏହି ସ୍ଥାନରେ ହୋଲିରେ ଯୁବତୀଙ୍କୁ ଉଠାଇ ନିଅନ୍ତି ଯୁବକ, ଆଉ ତାପରେ...

ରଙ୍ଗର ପର୍ବ ହୋଲିରେ ଯେତିକି ରଙ୍ଗ ଅଛି, ସେତିକି ହିଁ ଅଲଗା ଅଲଗା ରଙ୍ଗ ଏହି ଦେଶରେ ହୋଲି ପାଳନ କରିବାରେ ଅଛି । ସେଥିପାଇଁ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଅଞ୍ଚଳ ଏବଂ ବିଭାଗରେ ହୋଲି ପାଳନ କରିବାର ଏକ ପରମ୍ପରା ଅଛି । ଅନେକ କ୍ଷେତ୍ରରେ ଏହାକୁ ପାଳନ କରିବାର ପରମ୍ପରା ମଧ୍ୟ ଅତ୍ୟନ୍ତ ଅଦ୍ଭୁତ ଏବଂ ଆକର୍ଷଣୀୟ, ଯାହା ଶୁଣିବା ଦ୍ୱାରା ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁଠାରେ ହୋଲି ଉତ୍ସବ ମଧ୍ୟରେ ଝିଅକୁ ଅପହରଣ କରିବାର ପରମ୍ପରା ଅଛି । କେବଳ ଏତିକି ନୁହେଁ, ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଏହାକୁ ଖାତିର କରନ୍ତି ନାହିଁ । ଏହି ପରମ୍ପରାକୁ ଦେଶର ମଧ୍ୟ ଭାଗରେ ବାସ କରୁଥିବା ଭିଲ ଜନଜାତି ଅନୁସରଣ କରନ୍ତି ।
ବାସ୍ତବରେ, ଦେଶର ମଧ୍ୟ ଭାଗରେ ରହୁଥିବା ଭିଲ୍ ଜନଜାତି ରେ ହୋଲି ଅବସର ରେ ବର୍ଷ ବର୍ଷ ଧରି ଏକ ନିଆରା ପରମ୍ପରା ପାଳନ କରାଯାଇଥାଏ । ଏହି ଆକର୍ଷଣୀୟ ପରମ୍ପରା ଅନୁଯାୟୀ ହୋଲି ଅବସର ରେ ଗାଁରେ ଏକ ମେଳା ଅନୁଷ୍ଠିତ ହୋଇଥାଏ । ଏହାକୁ ହାଟ ବଜାର କୁହାଯାଏ, ଏହି ମେଳାରେ ଭିଲ ଆଦିବାସୀମାନେ ହୋଲି ସପିଂ ପାଇଁ ଆସନ୍ତି । ଏହା ସହିତ ଭିଲ ଜନଜାତିର ପୁଅ ଏବଂ ଝିଅମାନେ ନିଜ ପାଇଁ ଏକ ନୂତନ ସମ୍ପର୍କ ଖୋଜନ୍ତି ।
ଆହୁରି ପଢନ୍ତୁ :- ଭୁଲରେ ବି କିନ୍ନରଙ୍କୁ ଦିଅନ୍ତୁ ନାହିଁ ଏହି ୫ଟି ଜିନିଷ, ନହେଲେ ଧନ ହାନି ସହ ମାଡି ଆସିବ ଘୋର ବିପଦ....
ଗାଁର ସମସ୍ତ ଲୋକ ଏହି ଅନନ୍ୟ ପରମ୍ପରାରେ ଏକାଠି ହୁଅନ୍ତି । ଏହି ସମୟରେ ଭିଲ ସମାଜର ପୁଅମାନେ ନିଜ ହାତରେ ମଣ୍ଡଳ ନାମକ ଏକ ବାଦ୍ୟଯନ୍ତ୍ର ବଜାନ୍ତି । ଏହା ସହିତ, ସେମାନେ ଝିଅମାନଙ୍କୁ ପ୍ରଲୋଭିତ କରିବା ପାଇଁ ପାରମ୍ପାରିକ ନୃତ୍ୟ ମଧ୍ୟ କରନ୍ତି । ନାଚିବାବେଳେ ଭିଲ୍ ଯୁବକମାନେ ସେଠାରେ ବସିଥିବା ଝିଅମାନଙ୍କ ଗାଲରେ ଅବିର ଲଗାନ୍ତି | ଯଦି ଏହାର ଜବାବରେ ଯେଉଁ ଝିଅମାନଙ୍କ ଗାଲରେ ଅବିର ଲଗାଇ ଥାନ୍ତି, ଯଦି ସେହି ଝିଅମାନେ ସେହି ସମାନ ଯୁବକମାନଙ୍କ ଗାଲରେ ଅବିର ଲଗାଇଦିଏ, ତେବେ ଏହାକୁ ଉଭୟଙ୍କ ସମ୍ମତି ବୋଲି ଧରି ନିଆ ଯାଇଥାଏ ।
କେବଳ ଏତିକି ନୁହେଁ, ଏହି ପରମ୍ପରା ଅନୁଯାୟୀ ପରସ୍ପର ଉପରେ ଅବିର ଲଗାଇବା ପରେ ପୁଅ ମଧ୍ୟ ଝିଅକୁ ସମସ୍ତଙ୍କ ସାମ୍ନାରେ ନେଇଯାଏ । ଏହାକୁ କେହି ବିରୋଧ କରନ୍ତି ନାହିଁ କିମ୍ବା ଉଭୟଙ୍କ ପରିବାର ସଦସ୍ୟ ଏହାକୁ ବିରୋଧ କରନ୍ତି ନାହିଁ । ତେବେ ଝିଅଟି ଯଦି ସେହି ପୁଅକୁ ରଙ୍ଗ ନଲଗାଏ, ତେବେ ସେହି ପୁଅ ଅନ୍ଯ ଝିଅକୁ ଖୋଜିବାକୁ ଚାଲିଯାଏ ଏବଂ ଅନ୍ୟ ଝିଅକୁ ରଙ୍ଗ ଲଗାଇ ଦେଇଥାନ୍ତି । ହୋଲିର ଏହି ପରମ୍ପରାକୁ ସେମାନେ ବେଶ ଉପଭୋଗ କରିଥାଆନ୍ତି ।