ଚାଇନାରେ ବ୍ୟାପିଲା କରୋନା ଠାରୁ ମଧ୍ୟ ଅତି ଭୟାନକ ଭାଇରସ୍, ଭାରତ ପାଇଁ ହୋଇପାରେ ବିପଦ….

 
Virus

କରୋନା ମହାମାରୀ ପରେ ଚିନ୍ ଦେଶରେ ବର୍ତ୍ତମାନ ଆଉ ଏକ ଅଜଣା ରୋଗ ଖୁବ୍ ଶିଘ୍ର ବ୍ୟାପିବାରେ ଲାଗିଛି। ପରିସ୍ଥିତି ଅସମ୍ଭାଳ ହେବା ସହିତ ଏପରି ହୋଇଛି ଯେ ଚୀନର ରାଜଧାନୀ ବେଜିଂ ଓ ତାର ଆଖପାଖ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛନ୍ତି। ଆଉ କିଛିଦିନରେ ବ୍ୟାପୁଥିବା ଏହି ରୋଗ ଆହୁରି ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।

ଅଜଣା ନିମୋନିଆର ଆତଙ୍କ ଏଠାକାର ଶିଶୁମାନଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି। ଏହି କାରଣରୁ ଚାଇନାର ବେଜିଂ ସହରରେ ଥିବା ଲିୟାଓନିଙ୍ଗ ଡାକ୍ତରଖାନାରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

Virus

ଏହି ରୋଗର ଲକ୍ଷଣ ପ୍ରାୟ ନିମୋନିଆ ସହିତ ମିଶୁଛି। ଏହି ରୋଗ ସଂକ୍ରାମକ ହୋଇଥିବା ବେଳେ ବଡ଼ ଲୋକମାନଙ୍କ ଅପେକ୍ଷା ଛୋଟ ପିଲାମାନଙ୍କ ଭିତରେ ଅଧିକ ଦେଖିବାକୁ ମିଳୁଛି। ରୋଗୀ ମାନଙ୍କ ଠାରେ ଜ୍ୱର ହେବା, ଥଣ୍ଡା, କାଶ, ଫୁସ୍ ଫୁସ୍ ରେ ଜଳନ ଓ ଛାତିରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ଦେଖାଦେଉଛି। 

Victim

ଏଥିପାଇଁ ସେଠାରେ ପିଲାମାନଙ୍କ ସ୍କୁଲ ସବୁକୁ ଛୁଟି କରି ଦିଆଯାଇଛି। ଚୀନ ରେ ଏହି ଭୂତାଣୁ ଜନିତ ରୋଗ ଖୁବ୍ ତୀବ୍ର ବେଗରେ ବଢ଼ିବାକୁ ଲାଗିଥିବା ବେଳେ ଏହାକୁ ନେଇ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଚୀନରେ ଶ୍ୱାସ ଜନିତ ଏହି ରୋଗ ପିଲାମାନଙ୍କ ଭିତରେ ବ୍ୟାପୁଥିବା ମାମଲା ଉପରେ ନଜର ରଖିଛି।

Virus

ଏହି ଭାଇରସ ଭାରତ ପାଇଁ ମଧ୍ୟ ବିପଦ ଆଣିପାରେ,ତେଣୁ ଏହାକୁ ନଜରରେ ରଖି ଭାରତ ପ୍ରସ୍ତୁତ ଅଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ଭୂତାଣୁର ଜନ୍ମ ମଧ୍ୟ ଚୀନ୍ ରୁ ହୋଇଥିଲା। ବର୍ଷ ବର୍ଷ ଧରି ଏହି ରୋଗ ସାରା ବିଶ୍ୱରେ ବ୍ୟାପିଥିବା ବେଳେ ଏଥିପାଇଁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିଲା।

ଅନ୍ୟପକ୍ଷରେ ନିମୋନିଆକୁ ନେଇ ବଢ଼ୁଥିବା ବିପଦ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଚିନ୍ତା ପ୍ରକଟ କରିଛି । ତେବେ ଏହି ରୋଗର ଆଶଙ୍କା ହ୍ରାସ କରିବା ପାଇଁ ଲୋକେ ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପରାମର୍ଶ ଦେଇଛି WHO । ଏଥି ସହ ଶିଶୁମାନଙ୍କ ନିମୋନିଆ ବିଷୟରେ ଅଧିକ ସୂଚନା ପ୍ରଦାନ କରିବାକୁ WHO ଅନୁରୋଧ କରିଛି। ଅକ୍ଟୋବର ମଧ୍ୟଭାଗରୁ ଉତ୍ତର ଚାଇନାରେ ଗତ ତିନିବର୍ଷ ମଧ୍ୟରେ ସମାନ ସମୟ ତୁଳନାରେ ସ୍ୱାଇନ୍ ଫ୍ଲୁ ଭଳି ରୋଗରେ ବୃଦ୍ଧି ଘଟିଥିବା ମଧ୍ୟ କହିଛି।

ଆହୁରି ପଢ଼ନ୍ତୁ:- କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ଣ୍ଣ ହେବ ଆପଣଙ୍କର ମନସ୍କାମନା, ଏହି ୬ଟି ରାଶିର ଲୋକଙ୍କୁ ମିଳିବ ଫାଇଦା