କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ଣ୍ଣ ହେବ ଆପଣଙ୍କର ମନସ୍କାମନା, ଏହି ୬ଟି ରାଶିର ଲୋକଙ୍କୁ ମିଳିବ ଫାଇଦା

 
Kartika purnima

ଆଉ କିଛିଟା ଦିନରେ ଶେଷ ହୋଇଯିବ କାର୍ତ୍ତିକ ମାସ । ହିନ୍ଦୁ ଧର୍ମ ଅନୁସାରେ ସବୁଠାରୁ ଅଧିକ ମହତ୍ତ୍ଵ ଓ ପୁଣ୍ୟର ମାସ ହେଉଛି କାର୍ତ୍ତିକ ମାସ । ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା ୨୭ ତାରିଖରେ ପାଳିତ ହେବାକୁ ଯାଉଛି । ଯାହା ପର ଠାରୁ କାର୍ତ୍ତିକ ମାସର ସମାପ୍ତି ଘଟିବ । କାର୍ତ୍ତିକ ମାସରେ ଦାନ , ଧର୍ମ , ପୁଣ୍ୟ ଆଦିକୁ ବିଶେଷ ଗୁରୁତ୍ଵ ଦିଆ ଯାଇଥାଏ ।

Karitka purnima

କଣ ଆପଣ ଜାଣନ୍ତି କି ଆପଣଙ୍କ ରାଶି ଅନୁସାରେ କାର୍ତ୍ତିକ ମାସରେ କେଉଁ ଭଳି ଦାନ କଲେ ଆପଣ ଅଧିକ ପୁଣ୍ୟର ଭାଗିଦାରୀ ହେବେ । କେଉଁ ସମୟରେ ଏବଂ କେଉଁ ଭଳି ଦାନ ଦେବା ଦ୍ୱାରା ଆପଣଙ୍କର ପୂର୍ବ ଜନ୍ମର ପାପ କ୍ଷୟ ହେବା ସହିତ ଏହି ଜନ୍ମରେ ମୋକ୍ଷ ମିଳିବାର ବାଟ ସହଜ ହେବ ।

ସାଧାରଣତଃ ଅଗ୍ନି ତତ୍ତ୍ଵ ଓ ପୃଥିବୀ ତତ୍ତ୍ଵର ରାଶି ମାନେ କାର୍ତ୍ତିକ ପୂର୍ଣ୍ଣିମାରେ ଅଧିକ ଲାଭବାନ ହୋଇଥାନ୍ତି । ଅଗ୍ନି ତତ୍ତ୍ଵର ରାଶି ମାନେ ହେଉଛନ୍ତି ମେଷ , ସିଂହ ଓ ଧନୁ । ସେହିଭଳି ପୃଥିବୀ ତତ୍ତ୍ଵର ରାଶି ହେଉଛନ୍ତି ବୃଷ , କନ୍ୟା ଓ ମକର । ସେହିଭଳି ବାୟୁ ତତ୍ୱରେ ଆସୁଥିବ ରାଶି ମିଥୁନ , ତୁଳା ଓ କୁମ୍ଭକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

Karitka purnima

ବିଶେଷ କରି କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରାତଃ ସ୍ନାନ ପରେ ସୂର୍ଯ୍ୟ ନମସ୍କାର କରନ୍ତୁ । ସୂର୍ଯ୍ୟଙ୍କର ଏହି କିରଣ ଦ୍ୱାରା ଆପଣ ସ୍ବାସ୍ଥ୍ୟବାନ୍ ହେବେ । ଏହି ଦିନ ଯୋଗ୍ୟ ଜନ ମାନଙ୍କୁ ଦେଖି ଦାନ କରନ୍ତୁ । ଦାନ ସ୍ୱରୂପ ଆପଣ ଏକ ଥାଳିରେ ଅଟା , ଡାଲି , ଘିଅ, ପନିପରିବା , ଚାଉଳ ଆଦି ଦାନ କରି ପାରିବେ ।