ଦେଖନ୍ତୁ ଭିଡ଼ିଓ: ବାପାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛି ପୁଅ- “ବାପା ତୁମେ ସିନା ଚାଲିଗଲ, ପରିବାରର ବୋଝ ମୋତେ ଦେଇଗଲ...

 
Pintu Nanda

ଏଇମାତ୍ର କିଛି ଦିନ ତଳର କଥା । ଚିକିତ୍ସା ପାଇଁ ଦିଲ୍ଲୀ ଯିବାବେଳେ କହିଥିଲେ, ଫେରି ଆସିବେ ବୋଲି । ପ୍ରତିଶୃତି ଦେଇଥିଲେ ଅଭିନୟ ମାଧ୍ୟମରେ ପୁଣି ଥରେ ହସାଇବେ ଆଉ ସମସ୍ତଙ୍କ ସହିତ ଜୀବନ କାଟିବେ ବୋଲି । ହେଲେ ମୃତ୍ୟୁ ଆଗରେ ମିଛ ହୋଇଗଲା ସବୁ ପ୍ରତିଶୃତି । ଅଫେରା ରାଇଜକୁ ଫେରିଯାଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ ।

pintu family

ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ ଅଭିନେତା ବୁଧବାର ରାତି 11 ଟା 25 ମିନିଟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମେଡିକାଲର ଭେଣ୍ଟିଲେଟର ଭିତରେ ଆଖି ବୁଜିଦେଇଛନ୍ତି । ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନ ଙ୍କ ସହ ଆତ୍ମୀୟ ସ୍ୱଜନ ଏବଂ ବନ୍ଧୁବାନ୍ଧବ । ତାଙ୍କ ପୁଅ ଦୁଃଖରେ ଭାଙ୍ଗି ପଡି କହିଛି କିଛି କଥା ।

ବାପା ତମେ ଏତେ ଶୀଘ୍ର ସମସ୍ତଙ୍କୁ ଛାଡି ଚାଲିଗଲ । ମୁଁ ପରା ଫିଲ୍ମରେ ହିରୋ ହୋଇନାହିଁ । ତା ଆଗରୁ ତୁମେ ମତେ ଭୁଲିଗଲ କେମିତି । ମୋ ସ୍ବପ୍ନ କଣ ତମେ ପୂରଣ କରିବ ନାହିଁ । ତମେ ତ ଆଉ ଏହି ଦୁନିଆଁରେ ନାହଁ, ତେବେ ଫିଲ୍ମରେ ମୋତେ ସୁଯୋଗ ଦେବ କିଏ । ଜାଣିଛ ବାପା ତମେ ଗଲାପରେ ବୋଉ ଧର୍ଯ୍ୟହରା ହୋଇପଡି ତମକୁ ଝୁରି ଝୁରି କାନ୍ଦୁଛି । ବୋଉ ସତରେ ତମକୁ ବହୁତ ଭଲ ପାଉଥିଲା ସେ କଥା ମୁଁ ଏବେ ଜାଣୁଛି ଖାଲି ଥରେ ଆସି ଦେଖିଯାଅ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ : ଆର ପାରିକି ଯିବା ପୂର୍ବରୁ ଏହା ଥିଲା ପିଣ୍ଟୁ ନନ୍ଦ ଙ୍କର ଶେଷ ଇଚ୍ଛା, ମାତ୍ର ଇଚ୍ଛା କେବଳ ସ୍ୱପ୍ନ ହୋଇ ରହିଗଲା

ଅଭିନୟ କରିବା ନିଶାରେ ରହି ନିଜ ଜୀବନକୁ ତମେ ଅବହେଳା କଲ । ଲୋକଙ୍କୁ ହସାଇବ ବୋଲି କହି ନିଜ ପରିବାରକୁ ଦୁଃଖ ଦେଇଗଲ । ଓଡ଼ିଶା ସିନା ଜଣେ ଅଭିନେତାଙ୍କୁ ହରାଇଲା ହେଲେ ମୁଁ ହରେଇଲି ମୋ ଭଗଵାନଙ୍କୁ । ସମୟ ସୁଅରେ ସମସ୍ତଙ୍କ କାନ୍ଦ ବନ୍ଦ୍ ହୋଇଯିବ କିନ୍ତୁ ମୋ କାନ୍ଦ ସାରା ଜୀବନ ରହିଯିବ । ମୁଁ ପରା ତମର ପୁଅ, ତମ କଥା ମୋର ମରିବା ଯାଏଁ ମନେ ରହିବ ବାପା ।

pintu son

ଲୋକମାନେ ସିନା ତମକୁ ତମ ପୁରୁଣା ଫିଲ୍ମରେ ଦେଖିବେ କିନ୍ତୁ ମୁଁ ମୋ ହୃଦୟରେ ଦେଖିବି । କିଛିଦିନ ପରେ ଲୋକମାନେ ତମକୁ ଭୁଲିଯିବେ କିନ୍ତୁ ମୁଁ ତମକୁ ଝୁରୁଥିବି । କାହିଁକିନା ତମେ ପରା ମୋ ବାପା, ମୋ ଦେବତା, ମୋ ମନ ମନ୍ଦିରରେ ତମକୁ ସାଇତି ରଖିଥିଲି । ପ୍ରଭୁ ଜଗନ୍ନାଥ ଙ୍କୁ ଖାଲି ଏତିକି ମାଗୁଛି ତମ ଆତ୍ମାକୁ ସେ ଶାନ୍ତି ଦିଅନ୍ତୁ ଆଉ ସବୁ ଜନମରେ ମତେ ତମ ପୁଅ କରି ଜନ୍ମ ଦିଅନ୍ତୁ ।