ଦେଖନ୍ତୁ ଭିଡ଼ିଓ: ମତେ ପ୍ରପୋଜ ତ ନୁହେଁ, ମତେ ଲାଗେ ପୁଅମାନେ ମତେ ଦେଖି ଖାଇବାକୁ ଭାବନ୍ତି: ସୋନମ

 
Girl

ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମା । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ । ସୁପରଫିଟ୍ ଫିଲ୍ମ ମିତାଲି ଅପା ସହ ୱେବ ସିରିଜ୍ କ୍ଲବ ୬୯ ଓ ଗ୍ୟାଙ୍ଗସ ଅଫ୍ ପୁରୀରେ ଅଭିନୟ କରି ବେଶ ପ୍ରଶଂସା ଲାଭ କରିଥିବା ସୋନମଙ୍କ ବପକ୍ଷରେ ଅମ୍ଳାନ ଏବଂ ଓମଙ୍କୁ ଦେଖିବାକୁ ମିଳିବ ।

Sonam Dash

ମା ମଙ୍ଗଳା ସିନେ ପ୍ରଡକ୍ସନ ବ୍ୟାନରରେ ଏହି ସିନେମାର ସୁଟିଂ ଚାଲୁ ରହିଛି । ତେବେ ଏହି ଫିଲ୍ମ ମାଧ୍ୟମରେ କମେଡିଆନ ବ୍ରଜ ସିଂ ପ୍ରଥମ ଥର ପାଇଁ ନିର୍ଦ୍ଦେଶନାରେ ପାଦ ରଖିଛନ୍ତି । ଏଥିରେ ଅମ୍ଳାନ, ଓମ୍‌, ସୋନମ, ବ୍ରଜ ସିଂ, ପ୍ରଜ୍ଞାନ, ଦେବୁ ବ୍ରହ୍ମା ଆଦି ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର ସୁଟିଂ ଖୁବଶୀଘ୍ର ଶେଷ ହୋଇ ବଡ ପରଦାରେ ରିଲିଜ ହେବ ବୋଲି ଜଣାପଡିଛି ।

ସେ ମିସ ଏସିଆ ହେଇସାରିଛନ୍ତି । ଏହା ଛଡ଼ା ମିସ ଓଡ଼ିଶା, ମିସ୍ ଇଣ୍ଟରନେସଲାନ୍ ଇଣ୍ଡିଆରେ ସେ ମଧ୍ୟ ଉଇନର ହେଇ ସାରିଛନ୍ତି ଏବଂ ତାଙ୍କୁ ଆପଣମାନେ ଜଣେ ଆକ୍ଟ୍ରେକ ଓ ମଡେଲ ହିସାବରେ ଜାଣିସାରିଛନ୍ତି । ସେ କେବଳ ଓଡ଼ିଶାରେ ନୁହେଁ ବରଂ ବାହାର ରାଜ୍ୟ ସହିତ ଇଣ୍ଟରନେସଲାନ୍ ଲେବୁଲରେ ମଧ୍ୟ ନିଜର ଟ୍ୟାଲେଣ୍ଟ ପାଇଁ ଆପଣ ମାନଙ୍କ ଆଗରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଏହା ଛଡ଼ା ସେ ବିଭିନ୍ନ ମୁଭିରେ ମଧ୍ୟ ଅଭିନୟ ଦେଖେଇ ସାରିଛନ୍ତି । ସେ ହେଉଛନ୍ତି ଭାଇରାଲ ଗାର୍ଲ୍ ସୋନମ୍ ଦାସ ।

ଆହୁରି ପଢନ୍ତୁ :- ପ୍ରଥମେ ଗର୍ଭବତୀ ଏବେ ବିବାହ! ବାହାଘରର ମାସକ ଭିତରେ କେମିତି ଗର୍ଭବତୀ ହେଲେ ସ୍ୱରା ଭାସ୍କର? ଜାଣନ୍ତୁ କେମିତି

ଏକ ଇଣ୍ଟରଭ୍ୟୁ ମାଧ୍ୟମ ରେ ସେ ନିଜ ଜୀବନର କିଛି ଖଟାମିଠା ଅନୁଭୂତି ସେୟାର କରିଛନ୍ତି । ତାଙ୍କୁ ପଚରାଯାଇଥିଲା ଯେ ଆପଣଙ୍କ ଘରେ କିଏ କିଏ ରୁହନ୍ତି ଏବଂ ଆପଣଙ୍କ କାମକୁ କେତେ ସପୋର୍ଟ କରନ୍ତି ଆଉ ଆପଣ ଦେଖିବାକୁ ଏତେ ହଟ୍ କେହି କେବେ ପ୍ରପୋଜ କରିନାହାନ୍ତି । ଆପଣ କେବେ ଭାବିଥିଲେ ଆକ୍ଟିଙ୍ଗ କରିବେ ବୋଲି । 

ସେ କହିଥିଲେ, ଘରେ ବାପା ମାଆ, ବଡ଼ ଭାଇ ଭାଉଜ ଆଉ ତାଙ୍କ ବେବି । ଘରେ ସମସ୍ତେ ମତେ ବହୁତ ସପୋର୍ଟ କରନ୍ତି । ଅସୁନ୍ଦର ଝିଅକୁ ପ୍ରପୋଜ କରନ୍ତି ସୁନ୍ଦର ଝିଅକୁ ମଧ୍ୟ ପ୍ରପୋଜ କରନ୍ତି । ଝିଅମାନେ ହିଁ ପ୍ରପୋଜାଲ ଆସିବ ସେମିତି ନୁହଁ ଯେ କେବଳ ସୁନ୍ଦର ଝିଅକୁ ପ୍ରପୋଜ ଆସେ । ପ୍ରପୋଜ ନୁହେଁ ମତେ ଲାଗେ ପିଲା ମତେ ଖାଇଯିବେ ବୋଲି ଭାବନ୍ତି । ବହୁତ ସାରା ପ୍ରପ୍ରୋଜ ଆସେ । ମୁଁ କେବେ ଭାବିନଥିଲି ମୁଁ ଆକ୍ଟିଙ୍ଗ କି ମଡେଲିଙ୍ଗ କରିବି କି ଏ ଲାଇନକୁ ଆସିବି ବୋଲି । ମୁଁ ମୋ ଲାଇଫରେ କିଛି ସ୍ବପ୍ନ ଦେଖେନା ଖାଏ ପିଏ ବୁଲେ ମସ୍ତି କରେ । କଲେଜ ଡ୍ରାମାରେ ବହୁତ ଥର ପାଟିସିପେଟ କରିଛି ଓ ସବୁଥର ପ୍ରାଇଜ ଆଣିଛି । ସେଠୁ ମତେ ଆକ୍ଟିଙ୍ଗ ଅଫର ମିଳିଥିଲା ।