ପ୍ରଥମେ ଗର୍ଭବତୀ ଏବେ ବିବାହ! ବାହାଘରର ମାସକ ଭିତରେ କେମିତି ଗର୍ଭବତୀ ହେଲେ ସ୍ୱରା ଭାସ୍କର? ଜାଣନ୍ତୁ କେମିତି

 
Swara bhaskar

ବିବାହ ପୂର୍ବରୁ ଗର୍ଭବତୀ ହୋଇଯିବା ବାଲିଉଡ଼ ଚଳଚିତ୍ର ଜଗତରେ କିଛି ନୂଆ କଥା ନୁହେଁ। ଦିଆ ମିର୍ଜାଙ୍କ ଠାରୁ ଆରମ୍ଭ କରି ଆଲିଆ ଭଟ୍ଟ ପର୍ଯ୍ୟନ୍ତ ଅନେକ ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ରହିଥିବା ଜଣାଯାଇଛି। ତେବେ, ଏହି ଲିଷ୍ଟରେ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ନାମ ମଧ୍ୟ ସାମିଲ ହେବାକୁ ଯାଉଛି। ସ୍ୱରା କିଛି ଦିନ ତଳେ ହିଁ ବିବାହ କରିଥିବା ବେଳେ ତାଙ୍କୁ ନେଇ ଏଭଳି ଚର୍ଚ୍ଚା ହେଉଛି।

Swara bhaskar

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ହିଁ ସ୍ୱରା ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟେ କୋର୍ଟ ମ୍ୟାରେଜ କରିବା ପରେ ସେମାନଙ୍କର ଫୋଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ତେବେ, ସ୍ୱରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କମଳା ରଙ୍ଗର ଡ୍ରେସ୍ ପିନ୍ଧି ନିଜର ଏକ ଫୋଟୋ ସେୟାର କରିଥିଲେ।

Comments

ଏହି ଫୋଟୋରେ ତାଙ୍କର ବେବି ବମ୍ପ ସାମାନ୍ୟ ନଜ଼ର ଆସୁଥିବା ଦେଖିବାକୁ ମିଳୁଛି। ଯାହାପରେ ଲୋକେ କମେଣ୍ଟ ସେକ୍ସନରେ ଏହାକୁ ନେଇ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି। ସ୍ୱରା ଏବଂ ଫହାଦ୍ ସ୍ୱରାଙ୍କର ଅଜାଆଇଙ୍କ ଫାର୍ମ ହାଉସରେ ବିବାହ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ୱରା ଏବଂ ଫହାଦ ପାରମ୍ପାରିକ ଢଙ୍ଗରେ ବିବାହ କରିବାକୁ ଚାହୁଁନଥିଲେ। ତେଣୁ, ଏହି ବିବାହରେ ସାତ ଫେରା କିମ୍ବା ନିକା ପଢ଼ାଯାଇନଥିଲା।