ଅନୁଭବ କହିଲେ, ରଶ୍ମିବାବୁ, ସେ ମୋ ସ୍ତ୍ରୀ, ମୁଁ ମୋ ବାପାଙ୍କ ଘରକୁ ଯାଉଛି ଓ ମୋର ଅଧିକାର ଅଛି ନା ନାହିଁ ? ମତେ କାହିଁକି…

 
Anubhav

ଆପଣ ଶୁଣିଥିବେ ଓଡିଆ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ଧର୍ମ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଭିତରେ ପାରିବାରିକ ବିବାଦ ଦୀର୍ଘ ବର୍ଷ ଧରି ଚାଲି ଆସୁଛି । ଉଭୟଙ୍କ ପ୍ରେମ କାହାଣୀ ଯେତେ ଚର୍ଚ୍ଚାରେ ନଥିଲା ତାଙ୍କ ପାରିବାରିକ ବିବାଦ ସେତେ ଅଧିକ ଚର୍ଚ୍ଚାରେ ଅଛି । ଉଭୟଙ୍କ ମାମଲା ପରିବାର ଅଦାଲତରେ ଚାଲିଛି ଆଉ ଏହାରି ମଧ୍ୟରେ ଅନୁଭବଙ୍କର ଏକ ଅଡିଓ କଲ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

anubhab

ଆମେ ଆପଣଙ୍କୁ ଏହି ଅଡିଓ କଲ୍ ବିଷୟରେ କହିବାକୁ ଯାଉଛୁ । ଏହି ଅଡିଓ କଲ୍ ରେ ଅନୁଭବ ଜଣେ ପୋଲିସ କର୍ମୀଙ୍କ ସହ କଥା ହୋଇ କହୁଛନ୍ତି, ‘ମୋ ସ୍ତ୍ରୀ ସିଏ ମୁଁ କାହା ବେଡରୁମ୍ କୁ ଯିବି ମାନେ ମୋ ସ୍ତ୍ରୀ ବେଡରୁମ୍ କୁ ଯିବିନି ରାତି 11 ଟାରେ ।

ଦେଖନ୍ତୁ ଭିଡିଓ :-

ଏଇଟା ମୋ ବାପାଙ୍କ ଘର ମୁଁ କାହିଁକି ମୋ ସ୍ତ୍ରୀକୁ ପଚାରିକି ଯିବି । ମୁଁ ମୋ ଘରୁକୁ ସକାଳ ବେଳେ ଆସିଥିଲି ତାଲା ପଡି ଥିଲା ଆଜି ବି ଆସିଲି ମୁଁ ମୋ ରୁମ୍ ଭିତରକୁ ଯିବା ପାଇଁ ଅନୁମତି ମାଗିବି, ଏଇଟା ମୋ ଘର । ବର୍ଷାଙ୍କର ଆଉ ମୋର କଣ ଡିଭୋର୍ସ ହେଇଛି କି ଆପଣ ପୋଲିସ ଛାଡିଛନ୍ତି, ଆପଣ ବୁଝିବେ ନା ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: କୁକିଙ୍ଗ୍ ସୋ'ରେ ରେଷ୍ଟୁରାଣ୍ଟ ଖାଦ୍ୟ ନେଇ ପହଞ୍ଚିଲେ ପ୍ରତିଯୋଗୀ! ପୁଣିଥରେ ଟ୍ରୋଲ୍ ହେଲା ପାକିସ୍ତାନ

ମୁଁ ଆଇନ କଣ ଜାଣିଛି । ମୋ ସ୍ତ୍ରୀ ମତେ ଅନୁମତି ଦେଲେ ମୁଁ ବେଡରୁମ୍ କୁ ଯିବି । ମୁଁ ଦିନ ବେଳା ଆସିଥିଲି ଥିଲେ, କିଏ ଘରେ ତାଲା ପକେଇ ଚାଲି ଯାଇଛନ୍ତି । କଣ କରିବି ମୁଁ, ସେ ଆଜି ଦିନ ସାରା ନଥିଲେ । ମୋ ଘରକୁ ମୁଁ ଆସି ପାରିବିନି ଯଦି ମୁଁ କିଛି ଭୁଲ କାମ କରିବା ବେଳେ ଧରା ପଡେ ତା ହେଲେ ଆପଣ ମତେ ଦଣ୍ଡ ଦେଇ ପାରନ୍ତି ଆପଣଙ୍କର ପୋଲିସ ତ ଏଇଠି ଅଛନ୍ତି ନା । ପୋଲିସ ତାଙ୍କୁ ପ୍ରୋଟେକ୍ସନ ଦେବା ପାଇଁ ଅଛନ୍ତି ତା ହେଲେ ମୋ ରୁମ୍ କୁ ଯିବା ପାଇଁ ମତେ କାହିଁକି ଅଟକା ହେବ । ମୁଁ ତ ପଡୋଶୀ ଘରକୁ ଯାଇନି ।'