ଦେଖନ୍ତୁ ଭିଡ଼ିଓ: କୁକିଙ୍ଗ୍ ସୋ'ରେ ରେଷ୍ଟୁରାଣ୍ଟ ଖାଦ୍ୟ ନେଇ ପହଞ୍ଚିଲେ ପ୍ରତିଯୋଗୀ! ପୁଣିଥରେ ଟ୍ରୋଲ୍ ହେଲା ପାକିସ୍ତାନ

 
Cooking show

ବିଭିନ୍ନ ଦେଶରେ ହେଉଥିବା କୁକିଙ୍ଗ୍ ସୋ ଗୁଡିକ ଆଜିକାଲି ଖୁବ୍ ଚର୍ଚ୍ଚାର ବିଷୟ ପାଲଟୁଛି। ଏହି ସୋ ଗୁଡିକରେ ହାଇଡ୍ରାମା ଦେଖିବାକୁ ମିଳୁଥିବାରୁ ଏହାକୁ ଦେଖିବା ପାଇଁ ଦର୍ଶକମାନେ ପସନ୍ଦ କରୁଛନ୍ତି। ସାଧାରଣତଃ ଏହି ସବୁ ସୋରେ ରୋଷେଇ କରିବାର ନୂଆ ନୂଆ ତରିକା ଏବଂ ରେସିପମାନ ଦେଖିବାକୁ ମିଳିଥାଏ। ଯାହାକୁ ସେଠାରେ ଉପସ୍ଥିତ ଥିବା ଜଜ୍ ମାନେ ରେଟିଂ ଦେଇଥାନ୍ତି।

Cooking show

ପାକିସ୍ତାନର ନ୍ୟାସନାଲ ଟିଭିରେ ମଧ୍ୟ ଏପରି ହିଁ ଏକ ସୋର ପ୍ରସାରଣ ଚାଲିଛି। ତେବେ, ସେଠାରେ ଜଣେ ପ୍ରତିଯୋଗୀ ଦୋକାନରୁ ବିରିୟାନି କିଣି ଆଣି ଜଜ୍ ମାନଙ୍କ ଆଗରେ ପ୍ରସ୍ତୁତ କରିଥିଲେ। ପ୍ରଥମତଃ ତାଙ୍କୁ ଏପରି କରିବା ପାଇଁ ଖୁବ୍ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ଏବେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସଂପୃକ୍ତ ମହିଳା ଜଣକ ଏକ ପ୍ୟାକେଟରେ ଖାଦ୍ୟ ଆଣି ପହଞ୍ଚିଥିଲେ ଯାହାକୁ ଦେଖି ଜଜ୍ ମାନେ ପ୍ରଶ୍ନ କରିବାରୁ ସେ ଏହାକୁ ଦୋକାନରୁ କିଣି ଆଣିଥିବା କହିଥିଲେ। ନିଜ ହାତରେ ତିଆରି କରିନଥିବା ହେତୁ ସେମାନେ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ ହେଁ ପ୍ରତିଯୋଗୀ ଜଣଙ୍କ ଜିଦ୍ ଧରି ବସିଥିବା ଦେଖିବାକୁ ମିଳିଥିଲା। ତେବେ, ଏହି ଘଟଣାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ନେଇ ପାକିସ୍ତାନୀମାନଙ୍କୁ ଟ୍ରୋଲ୍ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।