ଦେଖନ୍ତୁ ଭିଡ଼ିଓ: ସ୍ୱାମୀ ଅର୍ଦ୍ଧେନ୍ଦୁଙ୍କ ସହିତ ରିଲ୍ସ କରି ଏଭଳି ଭାବରେ ମଜା ନେଲେ ପଲ୍ଲଭୀ ମହାରଥୀ….

 
reels

ଓଲିଉଡ଼ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ତାଙ୍କୁ କିଏ ଅବା ନ ଜାଣେ। ଅନେକ ଓଡ଼ିଆ ଚଳଚିତ୍ର, ଆଲବମ୍ ଗୁଡିକରେ ସେ ନିଜର ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି। ସେହିଭଳି ଭାବରେ ବିଭିନ୍ନ ରିଆଲିଟି ସୋ ଗୁଡିକରେ ମଧ୍ୟ ତାଙ୍କୁ ଜଜ୍ ଭାବରେ ଦେଖିବାକୁ ମିଳିଥାଏ। ଅନ୍ ସ୍କ୍ରିନ ସେ ଯେତିକି ରୋମାଣ୍ଟିକ୍ ରିଅଲ୍ ଲାଇଫରେ ମଧ୍ୟ ନିଜ ପତ୍ନୀଙ୍କ ସହିତ ତାଙ୍କର କେମିଷ୍ଟ୍ରି ସେତିକି ଭଲ।

ଏବେ ତାଙ୍କର ଏବଂ ତାଙ୍କ ସ୍ତ୍ରୀ ପଲ୍ଲଭୀ ମହାରଥୀଙ୍କର ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପଲ୍ଲଭୀ ଅର୍ଦ୍ଧେନ୍ଦୁଙ୍କୁ,"ଆପଣଙ୍କ ପାଇଁ ମୁଁ ପୁରା ଦୁନିଆ ସହିତ ଲଢ଼ି ପାରିବି ବୋଲି କହୁଥିବାର ଦେଖିବାକୁ ମିଳୁଛି"।

ଏହାର ଜବାବରେ ଅର୍ଦ୍ଧେନ୍ଦୁ କହୁଛନ୍ତି ଯେ,' ତୁମେ ତ ପ୍ରତିଦିନ ମୋ ସହିତ ଲଢ଼ୁଛ'। ପଲ୍ଲଭୀ କୁହନ୍ତି,"ଆପଣ ହିଁ ତ ମୋ ଦୁନିଆ"।

ଏହା ପରେ ଉଭୟେ ହସିବାକୁ ଲାଗନ୍ତି, ଅବଶ୍ୟ ରିଲ୍ସ କରିବା ସମୟରେ ସେମାନେ କେବଳ ଲିପ୍ସିଂ କରୁଥିଲେ ତେବେ ମଧ୍ୟ ଏହି ଭିଡ଼ିଓ ଖୁବ୍ ସୁନ୍ଦର ହେବା ସହିତ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡିଓ: ମୋତେ ଚାକିରୀ ଦେବ କହି ଭୁବନେଶ୍ୱର ଆଣିଲା, ହେଲେ ମୋ ଗୋରା ଦେହ ଦେଖି ରାତିସାରା ମୋ ସହ କଲା