ଦେଖନ୍ତୁ ଭିଡିଓ: ଓଲିଉଡରେ ଯୋୖନ ଶୋଷଣ, ଶାରୀରିକ ସମ୍ବନ୍ଧ ରଖିଲେ ହିରୋଇନ୍ କରିଦେବାକୁ ପ୍ରସ୍ତାବ ଦେଲେ ଏହି ନିର୍ଦ୍ଦେଶକ, ଆଉ କହିଲେ...

କିଛି ଦିନର ନିରବତା ପରେ ଓଲିଉଡ୍ରେ ପୁଣି କାଷ୍ଟିଂ କାଉଚ୍ । କଟକର ଜଣେ ନିର୍ଦ୍ଦେଶକ ହିରୋଇନ୍ କରିଦେବାକୁ କହି ଜଣେ ଯୁବତୀଙ୍କୁ ରାତି କାଟିବା ପାଇଁ ମେସେଜ୍ କରୁଛନ୍ତି । ଯୁବତୀ ରାଜି ନ ହେବାରୁ ନିର୍ଦ୍ଦେଶକ ଜଣଙ୍କ ସୋସିଆଲ୍ ମିଡିଆରେ ତାଙ୍କୁ ଗାଳି କରୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଏନେଇ ସେ କୌଣସି ଥାନାରେ ଅଭିଯୋଗ ନ କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ।
2019 ରେ କଟକର ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂତ ସିନେମା କରିବାକୁ ଯୋଜନା କରିଥିଲେ । ଏନେଇ ସେ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ । ଏଥିପାଇଁ ସେ ଅଡିସନ୍ ମଧ୍ୟ ନେଇଥିଲେ । ଅଡିସନ୍ ଦେବାକୁ ଅନେକ ଯୁବକ-ଯୁବତୀ ଆସିଥିଲେ । ଭୁବନେଶ୍ୱରରେ ରହି ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା କଟକ ଚୌଦ୍ୱାର ଅଞ୍ଚଳର ରେଖା (ଛଦ୍ମାନମ) ନାମକ ଜଣେ ଯୁବତୀ ହିରୋଇନ୍ ହେବା ନିଶାରେ ଅଡିସନ୍ ଦେବାକୁ ଯାଇଥିଲେ ।
ଦେଖନ୍ତୁ ଭିଡିଓ :-
ଅଡିସନ୍ ପରେ ଚଳଚିତ୍ର ନିର୍ଦ୍ଦେଶକ ତାଙ୍କୁ ସୋସିଆଲ୍ ମିଡିଆରେ ବନ୍ଧୁତ୍ୱ ମେସେଜ୍ ପଠାଇଥିଲେ । ପରେ ତାଙ୍କୁ ହିରୋଇନ୍ କରିବା ପ୍ରତିଶ୍ରୁତି ଦେଇ ବିଭିନ୍ନ ଅଶ୍ଳୀଳ ମେସେଜ କରିଥିଲେ । ସିନେମାରେ ଚାନ୍ସ ପାଇବାକୁ ହେଲେ ରୋମାନ୍ସ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶକ କହିଥିଲେ । ଏପରିକି ହିରୋଇନ୍ ହେବାକୁ ହେଲେ "ୱାନ୍ ନାଇଟ୍ ଷ୍ଟାଣ୍ଡ' କରିବାକୁ ମଧ୍ୟ ପଡ଼ିପାରେ । ସବୁଠାରୁ ଆଶ୍ଚାର୍ଯ୍ୟ କଥା ହେଲା, ରେଖା କହିଛନ୍ତି, ଯେଉଁ ମୁଭି ପାଇଁ ସେ ହିରୋଇନ୍ ଖୋଜୁଥିଲେ ତାହା ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ । ଏହି ଫିଲ୍ମକୁ ଢାଲ କରି ଯୁବତୀମାନଙ୍କୁ ଯୌନଶୋଷଣ କରାଯାଉଛି ।
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ଘରେ କେହି ନଥିବା ସମୟରେ ପଶି ମତେ ଗର୍ଭବତୀ କରିଦେଲା ବୁଢା, ଏବେ ମୋ ପେଟରେ ଅଛି ଛଅ ମାସର ଛୁଆ
ଏଭଳି କିଛି ନିର୍ଦ୍ଦେଶକଙ୍କ ପାଇଁ ସିନେମା ଜଗତ ବଦନାମ ହେଉଛି । ଗାଁ ଓ ଛୋଟ ସହରରୁ ଆସୁଥିବା ଯୁବତୀମାନଙ୍କୁ ନିର୍ଦ୍ଦେଶକମାନେ ମାୟାଜାଲରେ ଫସାଇ ଶୋଷଣ କରୁଛନ୍ତି । ତେଣୁ ଏହି ଘଟଣାକୁ ନେଇ ସେ ଥାନାର ଦ୍ୱାରସ୍ଥ ହେବେ ବୋଲି ରେଖା କହିଛନ୍ତି । ଏନେଇ ଜଣେ ଏଡିସିପି କହିଛନ୍ତି, ଯୁବତୀ ଜଣଙ୍କ ଏଣେ ତେଣେ ଅଭିଯୋଗ କରିବାର କୌଣସି ଯଥାର୍ଥତା ନାହିଁ । ଯଦି ତାଙ୍କୁ କେହି ଅଶ୍ଳୀଳ ମେସେଜ କରୁଛି ତେବେ ସେ ସାଇବର ଥାନାକୁ ଯାଇ ଅଭିଯୋଗ କରନ୍ତୁ ।