ଦେଖନ୍ତୁ ଭିଡିଓ: ଘରେ କେହି ନଥିବା ସମୟରେ ପଶି ମତେ ଗର୍ଭବତୀ କରିଦେଲା ବୁଢା, ଏବେ ମୋ ପେଟରେ ଅଛି ଛଅ ମାସର ଛୁଆ

 
Jubati

ବର୍ତ୍ତମାନ ଆମ ସମାଜରେ ପ୍ରତିଦିନ ଏମିତି ଘଟଣା ଘଟୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛ ସେ ସେତିକି ତଳକୁ ଖସି ଯାଉଛି । ଦିନକୁ ଦିନ ଦୁନିଆରେ ଅନ୍ୟାୟ ଅନିତି,ଦୁର୍ନୀତି ଓ ଦୁଷ୍କର୍ମ ପରି ଅନେକ ଭୟଙ୍କର କାଣ୍ଡ ଘଟୁଛି । ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଲମ୍ବୋ ପଞ୍ଚାୟତ ଘାଗିଆ ଗାଁରେ ଘଟିଛି, ଯେଉଁଠାରେ ଜଣେ 65 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରି ଛଅ ମାସର ଗର୍ଭବତୀ କରାଇଛନ୍ତି ଜଣେ 16 ବର୍ଷୀୟା ନାବାଳିକାଙ୍କୁ ।

Old Man Rape Girl

ସୂଚନା ଅନୁସାରେ ନାବାଳିକାଙ୍କର ମାଆ କିଛି ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ । ତାଙ୍କ ସହ ଏବେ ତାଙ୍କର ଭାଇ ଏବଂ ବାପା ରୁହନ୍ତି । ତେବେ ବାପା ଭାଇ ସକାଳୁ କାମ କରିବାକୁ ଘରୁ ବାହାରି ଯାଆନ୍ତି ଏବଂ ଘରକୁ ଉକ୍ତ ନାବାଳିକା ଜଣକ ସମ୍ଭାଳନ୍ତି ।

ଦେଖନ୍ତୁ ଭିଡିଓ :-

ପ୍ରତିଦିନ ଏହିପରି ଚାଲିଥିବା ବେଳେ ଥରେ ଜଣେ 65 ବର୍ଷୀୟ ବୃଦ୍ଧ ମଦନ ବେହେରା ଏହାର ସୁଯୋଗ ଉଠାଇ ଜୋରଜବରଦସ୍ତି ଘରେ ପଶି ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଭୟରେ ଉକ୍ତ ଯୁବତୀ ଜଣକ କାହାକୁ କିଛି କହିଲେ ନାହିଁ ।

କିନ୍ତୁ ଯେତେବେଳେ ଯୁବତୀଙ୍କର ଧୀରେ ଧୀରେ ପେଟ ବଢ଼ିବାରେ ଲାଗିଲା ଏବଂ ପେଟରେ ଯେତେବେଳେ 7 ମାସର ଛୁଆଟେ ବଢ଼ିଲା ସେତେବେଳେ ଯୁବତୀ ଜଣକ ସବୁ ସତ କଥା ଘର ଲୋକଙ୍କୁ କହିଦେଲେ । ଏହାପରେ ବାପା ଭାଇ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଆହୁରି ପଢନ୍ତୁ :- ରସିକିଆ ଖେଳ ସାର: ୧୩ ଜଣ ଝିଅଙ୍କ ସହ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ଦେଇ କରୁଥିଲେ ଏମିତି କାମ

ଅଭିଯୋଗ ଆଧାରରେ ପୋଲିସ ଉକ୍ତ ବୃଦ୍ଧଙ୍କୁ ଗିରଫ କରିଛି । ପରିବାର ଲୋକ ଏବେ ନ୍ୟାୟ ଦାବି କରି ଥାନା ଆଗରେ ବସି ରହିଛନ୍ତି । ତେବେ ପୋଲିସ ବୃଦ୍ଧଙ୍କୁ ଏବେ ଅଟକ ରଖି ପଚରାଉଚରା କରୁଛି ଏବଂ ଘଟଣାର ଅଧିକ ତଦନ୍ତ ଚଳାଇଛି ।